Posted inଜାତୀୟ

ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଶୁଭାରମ୍ଭ…

ଚେନ୍ନାଇ,୧୯।୨ : ମାର୍ଟିନ ଫାଉଣ୍ଡେଶନ ଡ.ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଡ. ଏପିଜେ ଅବଦୁଲ କଲାମ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନ ଏବଂ ସ୍ପେସ ଜୋନ ଇଣ୍ଡିଆର ସହଯୋଗରେ ତାମିଲନାଡୁର ପଟିପୋଲାମ ଗ୍ରାମରୁ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଉପସ୍ଥିତ ଥିଲେ। ଏହି ସୂଚନା ଏକ ସରକାରୀ ବିବୃତ୍ତିରେ ଦିଆଯାଇଛି।

ଏହି ପଦକ୍ଷେପ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୦୦ ରୁ ଅଧିକ ଛାତ୍ରୀଛାତ୍ର ୧୫୦ଟି ପିଆଇସିଓ ଉପଗ୍ରହର ପରିକଳ୍ପନା ତଥା ବିକାଶ କରିବାରେ ସକ୍ଷମ ହୋଇଛନ୍ତି। ଯାହାକୁ ରକେଟ ମାଧ୍ୟମରେ ଉତକ୍ଷେପଣ କରାଯିବ।
ବିବୃତ୍ତି ଅନୁଯାୟୀ, ଏହି ମିଶନରେ ମନୋନୀତ ଛାତ୍ରୀଛାତ୍ରମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ବିଷୟରେ ଅଧିକ ଜାଣିବାକୁ ଏକ ସୁଯୋଗ ପ୍ରଦାନ କରିଛି। ମାର୍ଟିନ ଫାଉଣ୍ଡେଶନ ଏହି ପ୍ରକଳ୍ପ ପାଇଁ ସମୁଦାୟ ୮୫ ପ୍ରତିଶତ ଅର୍ଥ ପ୍ରଦାନ କରିଛି। ମନୋନୀତ ଛାତ୍ରୀଛାତ୍ରମାନଙ୍କୁ ଭର୍ଚୁଆଲ କ୍ଲାସ ମାଧ୍ୟମରେ ଉପଗ୍ରହ ପ୍ରଯୁକ୍ତିବିଦ୍ୟା ବିଷୟରେ ଶିକ୍ଷା ଦିଆଯାଇଛି ଏବଂ ସେମାନଙ୍କୁ ପ୍ରକଳ୍ପ କ୍ଷେତ୍ର ଅନୁସନ୍ଧାନରେ ସାହାଯ୍ୟ କରିବାକୁ ବ୍ୟବହାରିକ ଅଧିବେଶନ କରାଯାଇଛି। ଏହି କ୍ଷେତ୍ରରେ ଉପଲବ୍ଧ ଅନେକ ସୁବିଧା ବିଷୟରେ ସେମାନଙ୍କୁ ମଧ୍ୟ ଅବଗତ କରାଯାଇଛି ।
୧୦୦ରୁ ଅଧିକ ସରକାରୀ ବିଦ୍ୟାଳୟର ମୋଟ ୨ ହଜାର ଛାତ୍ରୀଛାତ୍ର ଏହି ରକେଟ ପ୍ରକଳ୍ପର ଅଂଶ ଅଟନ୍ତି। ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ପାଇଁ ମହାକାଶ ବିଜ୍ଞାନରେ ତାଲିମ ପ୍ରାପ୍ତ ହେବା ଏବଂ ସେହି କ୍ଷେତ୍ରରେ ସେମାନଙ୍କ କ୍ୟାରିୟର ଅନୁସନ୍ଧାନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାରେ ଏକ ଉତ୍ତମ ମାଧ୍ୟମ ହେବ ବୋଲି ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri