ବିନାନୁମତିରେ ବଦଳିପାରିବନି ଆପାର୍ଟମେଣ୍ଟ ମାଲିକ ସଂଘ ବାଇ-ଲ

ଭୁବନେଶ୍ୱର,୨୦ା୨(ଅନିଲ ଦାସ):ବହୁ ପ୍ରତୀକ୍ଷା ପରେ ଆପାର୍ଟମେଣ୍ଟ ମାଲିକମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନ-୨୦୨୩ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ରାଜ୍ୟରେ ଥିବା ୮ଟି ଉନ୍ନୟନ କର୍ତ୍ତୃପକ୍ଷ (ଡେଭେଲପ୍‌ମେଣ୍ଟ ଅଥରିଟି) ଅଞ୍ଚଳ ପାଇଁ ସମ୍ପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସଚିବ ଏବଂ ଏହା ବାହାରେ ଥିବା ଅଞ୍ଚଳ ପାଇଁ ଉପଜିଲାପାଳଙ୍କୁ କ୍ଷମତାପ୍ରାପ୍ତ ଅଧିକାରୀ(କମ୍ପିଟେଣ୍ଟ ଅଥରିଟି) ଭାବେ ନିଯୁକ୍ତି ଦେଇଛନ୍ତି। ଆଇନକୁ କାର୍ଯ୍ୟକାରୀ କରିବା କିମ୍ବା କୌଣସି ସମସ୍ୟା ଦେଖାଦେଲେ ଉକ୍ତ ଅଧିକାରୀଙ୍କ ନିକଟରେ ଆବେଦନ କରାଯାଇପାରିବ। ଏ ନେଇ ନିକଟରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଆପାର୍ଟମେଣ୍ଟ ମାଲିକ ସଂଘର ବାଇ-ଲ ଅନୁଯାୟୀ ଆପାର୍ଟମେଣ୍ଟ ପରିଚାଳିତ ହେବ। ତେବେ ବାଇ-ଲ’କୁ ସଂଘ ମନଇଚ୍ଛା ବଦଳାଇପାରିବେ ନାହିଁ। ସେଥିପାଇଁ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ହେବ। ନୂଆ ବ୍ୟବସ୍ଥା ଅନୁଯାୟୀ ବିଲ୍‌ଡର କିମ୍ବା ପ୍ରମୋଟର କ୍ରେତାମାନଙ୍କୁ ଅକୁପାନ୍ସି ସାର୍ଟିଫିକେଟ ଦେବାର ୩୦ ଦିନ ମଧ୍ୟରେ ସଂଘକୁ କମନ ଏରିଆର ସମସ୍ତ ମୂଳ ପ୍ରମାଣପତ୍ର ଦେବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ କ୍ରେତାଙ୍କଠାରୁ ସିକ୍ୟୁରିଟି, ଆଡ୍‌ଭାନ୍ସ ଆକାରରେ ନେଇଥିବା ସମସ୍ତ ଅର୍ଥ ୩୦ ଦିନ ମଧ୍ୟରେ ଫେରାଇବେ। ରିୟଲଇଷ୍ଟେଟ ଅଧିନିୟମ(ବିନିୟମ ଓ ଉନ୍ନୟନ) ଆଇନ-୨୦୧୬ ଅନୁଯାୟୀ ପ୍ରକଳ୍ପରେ ୫୦ ପ୍ରତିଶତ ଅଥବା ୭ ଜଣ କ୍ରେତା ହେବା ପରେ ସଂଘ ଗଠନ କରାଯିବ। ପୂର୍ବରୁ ମାଲିକ ସଂଘ ସାଧାରଣ ଅଞ୍ଚଳ(କମନ ଏରିଆ)ରୁ ମାଲିକାନା ହକ୍‌ ପାଇ ପାରୁ ନ ଥିଲା। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଉକ୍ତ ଅଞ୍ଚଳର ସମସ୍ତ ମାଲିକାନା ସଂଘଠାରେ ନ୍ୟସ୍ତ ହେବ। ଏଥିସହିତ ଆପାର୍ଟମେଣ୍ଟ ବିକ୍ରି, ଉତ୍ତରାଧିକାରୀ ସୂତ୍ରରେ ଆବଣ୍ଟନ ଆଦି କ୍ଷେତ୍ରରେ କମନ ଏରିଆ ହସ୍ତାନ୍ତର କରାଯାଇପାରିବ। ମାତ୍ର ଉକ୍ତ ଅଂଶକୁ କୌଣସି ଉଦ୍ଦେଶ୍ୟରେ ଖଣ୍ଡ ଖଣ୍ଡ କରାଯାଇପାରିବ ନାହିଁ। ପ୍ରତ୍ୟେକ ମାଲିକ ଆଇନରେ ଥିବା ଚୁକ୍ତି, ସର୍ତ୍ତ ଓ କଟକଣାକୁ ମାନିବାକୁ ବାଧ୍ୟ ହେବେ। ଯଦି କେହି ଏହାକୁ ଉଲ୍ଲଂଘନ କରିବେ ଆପାର୍ଟମେଣ୍ଟ ମାଲିକ ସଂଘ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କ୍ଷତିଭରଣା କରିପାରିବେ। ଏଥିସହିତ ନିଜ ଅଧୀନରେ ଥିବା ଆପାର୍ଟମେଣ୍ଟ ଉପରେ ମାଲିକମାନେ ଋଣ କରିପାରିବେ।
ପୂର୍ବରୁ ଆପାର୍ଟମେଣ୍ଟ ବିକ୍ରୟ କରୁଥିବା ପ୍ରମୋଟରଙ୍କ ନାମରେ କମନ ଏରିଆର ରେକର୍ଡ ଅଫ୍‌ ରାଇଟସ୍‌ ରହୁଥିଲା। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଉକ୍ତ ଅଞ୍ଚଳ ଆପାର୍ଟମେଣ୍ଟ ଆସୋସିଏଶନ ନାମରେ ରେଜିଷ୍ଟ୍ରେଶନ ଅଧିନିୟମ-୧୯୦୮ ଅନୁଯାୟୀ ରେଜିଷ୍ଟ୍ରି କରାଯିବ। ତେବେ ରିୟଲଇଷ୍ଟେଟ ଅଧିନିୟମ(ବିନିୟମ ଓ ଉନ୍ନୟନ) ଆଇନ-୨୦୧୬ ପରେ ଯଦି କୌଣସି ଆପାର୍ଟମେଣ୍ଟ ବିକ୍ରି ହୋଇଥିବ ଏବଂ କମନ ଏରିଆ ଆସୋସିଏଶନ ନାମରେ ଆର୍‌ଓଆର୍‌ ହୋଇ ନ ଥିବ ସେ କ୍ଷେତ୍ରରେ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନ- ୨୦୨୩ ବ୍ୟବସ୍ଥା ଅନୁଯାୟୀ ୬ ମାସ ମଧ୍ୟରେ ରେଜିଷ୍ଟ୍ରି କରାଯିବାକୁ ବ୍ୟବସ୍ଥା ହୋଇଛି। ଏହା ପୂର୍ବରୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମିତି ନେବା ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri