Posted inଜାତୀୟ

ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ସିବିଆଇ ରାଡାରରେ ୨୫ଜଣ, ଖୋଲିବ ମୃତ୍ୟୁ ରହସ୍ୟ

କୋଲକାତା ,୨୨।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଏକ ସିଲ ହୋଇଥିବା ଲିଫାପାରେ ରିପୋର୍ଟ ଦାଖଲ କରିଛନ୍ତି। ତଦନ୍ତ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି। ଯାଞ୍ଚବେଳେ ସନ୍ଦେହ ଆଧାରରେ ଯେଉଁମାନେ ପଚରାଉଚରା କରାଯାଇଛି ସେମାନଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି। ଅନୁସନ୍ଦାନକାରୀ ସଂସ୍ଥା ୨୫ଜଣଙ୍କୁ ପଚରାଉଚରା କରୁଛି।

ସେମାନେ ହେଲେ, ସଞ୍ଜୟ ରୟ ମୁଖ୍ୟ ଅଭିଯୁକ୍ତ। ସନ୍ଦୀପ ଘୋଷଙ୍କୁ ସିବିଆଇ ଦ୍ୱାରା ୬ ଥର ପଚରାଉଚରା କରାଯାଇଛି। ଯାହାଙ୍କୁ ଏପର୍ଯ୍ୟନ୍ତ କ୍ଲିନଚିଟ୍‌ ମିଳିପାରି ନାହିଁ। ସେହପରି ହସ୍ପିଟାଲରେ ପ୍ରଥମେ ଯିଏ ମୃତଦେହକୁ ଦେଖିଥିଲେ ତାଙ୍କୁ ଜେରା କରାଯାଉଛି। ତାଲିକାରେ ପୀଡିତାଙ୍କ ବାପାମାଆ, ହସ୍ପିଟାଲ ଅଧୀକ୍ଷକ(ଯିଏ ପରିବାରଙ୍କୁ ପ୍ରଥମେ କଲ କରି ଡାକ୍ତରଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଥିଲେ), ମହିଳା ଡାକ୍ତରଙ୍କ ସହ ଯେଉଁମାନେ ରାତ୍ରୀ ଭୋଜନ କରିଥିଲେ, ଫୁଡ୍‌ ଡେଲିଭରି ବୟ, ASI ଅରୁପ ଦତ୍ତ (ପୀଡିତାଙ୍କୁ ହତ୍ୟା କରିବା ପରେ ଯାହାଙ୍କ ବ୍ୟାରେକରେ ଶୋଇଥିଲେ), ଅଭିଯୁକ୍ତ ସଞ୍ଜୟଙ୍କ ବନ୍ଧୁ ସୌରଭ(ଯିଏ ଘଟଣାଦିନ ରାତିରେ ମିଶି ମଦ୍ୟପାନ କରିଥିଲେ), ପୀଡିତାଙ୍କ ନିକଟତର ୪ ଜୁନିୟର ଡାକ୍ତର, ପୋଷ୍ଟମର୍ଟମ କରୁଥିବା ପାଞ୍ଚ ଜଣ ଡାକ୍ତର, ହସ୍ପିଟାଲ ଅଧିକାରୀ।
ଏହା ବ୍ୟତୀତ ଡାକ୍ତରଖାନାର ଗ୍ରାଉଣ୍ଡ କର୍ମଚାରୀ ଯେଉଁମାନେ ଘଟଣା ସମୟରେ ଡ୍ୟୁଟିରେ ଥିଲେ। ନବୀକରଣ କର୍ମଚାରୀ, ସେମିନାର ହଲ୍‌ରେ ଉପସ୍ଥିତ ଥିବା ଶ୍ରମିକମାନଙ୍କୁ ସିବିଆଇ ଟିମ ପଚରାଉଚରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri