Posted inଜାତୀୟ

ମୁଁ ବି ହସ୍ପିଟାଲ୍‌ ଚଟାଣରେ ଶୋଇଛି…ଜାଣିଛି କ’ଣ ଘଟେ, ବଳାତ୍କାର ମାମଲାର ଶୁଣାଣିବେଳେ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

କୋଲକାତା,୨୨।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତର ପ୍ରଦର୍ଶନ ଥମିବାର ନାଁ ନେଉ ନାହିଁ। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ଠାରୁ ଡାକ୍ତରଖାନାର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ପର୍ଯ୍ୟନ୍ତ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି। ସିବିଆଇ ଆଜି ଏହି ମାମଲାର ସ୍ଥିତି ରିପୋର୍ଟ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି। ଏହି ରିପୋର୍ଟ ମାଧ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ କେତେ ଦୂର ପହଞ୍ଚିଛି ତାହା କୋର୍ଟଙ୍କୁ ଜଣାଇ ଦିଆଯାଇଛି।
କୋଲକାତା ବଳାତ୍କାର-ହତ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ମାମଲାର ଶୁଣାଣି ସମୟରେ ବରିଷ୍ଠ ଓକିଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଡାକ୍ତରମାନେ ୩୬-୩୬ ଘଣ୍ଟା କାମ କରୁଛନ୍ତି। ଯଦି ସେମାନେ କୋର୍ଟରୁ ସୁରକ୍ଷା ନିଶ୍ଚିତ ହୁଅନ୍ତି ତେବେ ଡାକ୍ତରମାନେ ସନ୍ତୁଷ୍ଟ ହେବେ। ସେମାନଙ୍କୁ ନିଜର ମତ ପ୍ରକାଶ କରିବାକୁ ଏକ ସୁଯୋଗ ଦିଆଯିବା ଉଚିତ୍‌। ଏହା ଉପରେ ସିଜେ ଚନ୍ଦ୍ରଚୁଡ କହିଛନ୍ତି, ଯେ ୩୬ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତର କାର୍ଯ୍ୟ କରିବା ଠିକ ନୁହେଁ। ଆମେ ଜାଣୁ ଯେ ଡାକ୍ତରମାନେ ଦିନକୁ ୩୬ ଘଣ୍ଟା କାମ କରୁଛନ୍ତି। ମୁଁ ନିଜେ ଏକ ସରକାରୀ ଡାକ୍ତରଖାନାରେ ଚଟାଣରେ ଶୋଇଛି, ଯେତେବେଳେ ମୋ ପରିବାରର ଜଣେ ସଦସ୍ୟ ଅସୁସ୍ଥ ଥିଲେ। ଡାକ୍ତରଙ୍କ ଉପରେ ବହୁତ ଚାପ ଅଛି ବୋଲି ଦର୍ଶାଇ ଆମେ ଅନେକ ଇମେଲ ପାଇଛୁ। କମିଟି ପ୍ରଥମେ ନିଷ୍ପତ୍ତି ନିଅନ୍ତୁ। ତାକ୍ଷପରେ ସମସ୍ୟା ସମାଧାନ ହେବ।
କୋଲକାତା ବଳାତ୍କାର-ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ପଢିବା ପରେ ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି, ଅଭିଯୁକ୍ତଙ୍କ ଆଘାତର ଚିକିତ୍ସା ରିପୋର୍ଟ କେଉଁଠାରେ ଅଛି? ଏହା ଉପରେ ବଙ୍ଗଳା ସରକାରଙ୍କ କପିଲ ସିବଲ କହିଛନ୍ତି, ଏହି ଅଂଶ କେସ ଡାଏରୀରୁ ଆସିଛି। ଅଭିଯୁକ୍ତଙ୍କ ଡାକ୍ତରୀ ଟେଷ୍ଟ କରାଯାଇଛି କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri