ଅଭିନୟ ଛଡା ଅନ୍ୟ କେଉଁଥିରୁ କରନ୍ତି ବ୍ୟବସାୟ ସନ୍ନି ଲିଓନି, ବାର୍ଷିକ ଆୟ ୧୦୦କୋଟିରୁ ବି ଅଧିକ…

ମୁମ୍ବାଇ: ନିକଟରେ କେନେଡିର ସହ-ଅଭିନେତା ରାହୁଲ ଭଟ୍ଟ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ସହ ସନ୍ନି ଲିଓନି ୭୬ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟ୍‌ର ନିଜର ଦମଦାର ପ୍ରଦର୍ଶନ କରିଥିଲେ। ୪୨ ବର୍ଷୀୟ ସନ୍ନି କାନ୍ସ ଡେବ୍ୟୁରେ ତାଙ୍କ ଜଲ୍‌ବାକୁ ନେଇ ଚର୍ଚ୍ଚାରେ ଥିଲେ। ତେବେ ହଟ୍‌ ସନ୍ନି କେବଳ ଆକ୍ଟିଙ୍ଗ୍‌ ନୁହେଁ ଅନ୍ୟ ଉପାୟରେ ମଧ୍ୟ ରୋଜଗାର କରନ୍ତି। ଫିଲ୍ମ ବ୍ୟତୀତ ତାଙ୍କ ଅନ୍ୟ ବ୍ୟବସାୟରୁ ସେ ବାର୍ଷିକ ୧୧୫ କୋଟି ଟଙ୍କା ରୋଜଗାର କରିଛନ୍ତି।

ଏକ ପ୍ରଡକ୍ସନ ହାଉସ ଚଳାଇବା ଠାରୁ ଆରମ୍ଭ କରି ଭେଗାନ ଏଥଲିଜର ବ୍ରାଣ୍ଡରେ ଇନଭେଷ୍ଟ କରିଛନ୍ତି। ଏଥିସହ ସେ ସେଲିବ୍ରିଟି ବକ୍ସ କ୍ରିକେଟ ଲିଗ୍‌ ଟିମ୍‌ର ମାଲିକାଣୀ ଅଛନ୍ତି। ସନ୍ନି ତାଙ୍କ ବିଜନେସ୍‌ ପୋର୍ଟଫୋଲିଓରେ ବହୁତ ଗୁଡିଏ ଜିନିଷ ଯୋଡିଛନ୍ତି।

ଲିଓନଙ୍କ କସ୍‌ମେଟିକ୍‌ ବ୍ରାଣ୍ଡ ଷ୍ଟାର୍‌ଷ୍ଟ୍ରକ ଲଞ୍ଚ ହେବାର ବର୍ଷକ ପରେ ସନ୍ନି ଏବଂ ତାଙ୍କ ସ୍ବାମୀ ଡାନିଏଲ ୱେବର ଷ୍ଟାରଷ୍ଟ୍ରକ ସହ ଇନଫାମସକୁ ଯୋଡି ନିଜ ବ୍ୟବସାୟ ଆଗକୁ ବଢାଇଥିଲେ। ସନ୍ନି ୨୦୨୧ରେ ପେଟା ଦ୍ୱାରା ଅନୁମୋଦିତ ଭେଗାନ ଆଥଲେଟିକ ବ୍ରାଣ୍ଡରେ ଇନଭେଷ୍ଟ କରିଛନ୍ତି। ପ୍ରସାଧନ ସାମଗ୍ରୀ ବ୍ରାଣ୍ଡ ବ୍ୟତୀତ ସନ୍ନି ଦୁଇଟି ନୂଆ ବ୍ରାଣ୍ଡ ଲଷ୍ଟ ଏବଂ ଆଫେଟ୍ଟୋ ଭଳି ପରଫ୍ୟୁମ ବ୍ୟବସାୟରେ ମଧ୍ୟ ଏଣ୍ଟ୍ରି କରିଛନ୍ତି। ସେହିପରି ଅଭିନେତ୍ରୀ ଅନଲାଇନ୍‌ ଗେମ୍‌ରୁ ମଧ୍ୟ ଭଲ ବ୍ୟବସାୟ କରନ୍ତି। ‘ତିନ ପତି’ ନାମକ ଅନଲାଇନ୍‌ ଗେମ୍‌କୁ ସେ ୨୦୧୮ରେ ଲଞ୍ଚ କରିଥିଲେ।

୨୦୧୯ରେ ସନ୍ନି ଜଗରନୋଟ୍‌ ଡିଜିଟାଲ୍‌ ବୁକ୍ସରେ କଣ୍ଟେଣ୍ଟ ଲେଖିବା ଆରମ୍ଭ କରିଥିଲେ। ସେଥିରେ ସେ ୧୨ଟି ‘ସ୍ବିଟ୍‌ ଡ୍ରିମ୍ସ’ ନାମକ କ୍ଷୁଦ୍ର ଗଳ୍ପ ଲେଖିଛନ୍ତି।
ସନ୍ନିଙ୍କର ନିଜସ୍ବ ପ୍ରଡକ୍ସନ ହାଉସ୍‌ ମଧ୍ୟ ଅଛି। ସେ ଏବଂ ତାଙ୍କ ସ୍ବାମୀ ଡାନିଏଲ ନିଜର ପ୍ରଡକ୍ସନ ହାଉସ ସନ୍‌ସିଟି ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ୨୦୧୫ରେ ଆରମ୍ଭ କରିଥିଲେ। ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ ୨’ ବଲିଉଡରେ ଡେବ୍ୟୁ କରିଥିବା ସନ୍ନି ଲିଓନି ତାଙ୍କର ପ୍ରତିଟି ବୋଲ୍ଡ ଲୁକ୍‌ ଏବଂ ବୋଲ୍ଡ ଆକ୍ଟିଙ୍ଗ୍‌ରେ ଦର୍ଶକଙ୍କୁ ବାନ୍ଧୀ ରଖିଛନ୍ତି। ସିଏନଲେଜ ଅନୁଯାୟୀ, ଗୋଟିଏ ପ୍ରୋଜେକ୍ଟ ପାଇଁ ସେ ପ୍ରାୟ ୧.୨କୋଟି ଟଙ୍କା ଡିମାଣ୍ଡ କରନ୍ତି। ସେହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ସନ୍ନିଙ୍କ ଆନୁମାନିକ ବାର୍ଷିକ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୪ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୧୫ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri