ଅଭିନୟ ଛଡା ଅନ୍ୟ କେଉଁଥିରୁ କରନ୍ତି ବ୍ୟବସାୟ ସନ୍ନି ଲିଓନି, ବାର୍ଷିକ ଆୟ ୧୦୦କୋଟିରୁ ବି ଅଧିକ…

ମୁମ୍ବାଇ: ନିକଟରେ କେନେଡିର ସହ-ଅଭିନେତା ରାହୁଲ ଭଟ୍ଟ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ସହ ସନ୍ନି ଲିଓନି ୭୬ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟ୍‌ର ନିଜର ଦମଦାର ପ୍ରଦର୍ଶନ କରିଥିଲେ। ୪୨ ବର୍ଷୀୟ ସନ୍ନି କାନ୍ସ ଡେବ୍ୟୁରେ ତାଙ୍କ ଜଲ୍‌ବାକୁ ନେଇ ଚର୍ଚ୍ଚାରେ ଥିଲେ। ତେବେ ହଟ୍‌ ସନ୍ନି କେବଳ ଆକ୍ଟିଙ୍ଗ୍‌ ନୁହେଁ ଅନ୍ୟ ଉପାୟରେ ମଧ୍ୟ ରୋଜଗାର କରନ୍ତି। ଫିଲ୍ମ ବ୍ୟତୀତ ତାଙ୍କ ଅନ୍ୟ ବ୍ୟବସାୟରୁ ସେ ବାର୍ଷିକ ୧୧୫ କୋଟି ଟଙ୍କା ରୋଜଗାର କରିଛନ୍ତି।

ଏକ ପ୍ରଡକ୍ସନ ହାଉସ ଚଳାଇବା ଠାରୁ ଆରମ୍ଭ କରି ଭେଗାନ ଏଥଲିଜର ବ୍ରାଣ୍ଡରେ ଇନଭେଷ୍ଟ କରିଛନ୍ତି। ଏଥିସହ ସେ ସେଲିବ୍ରିଟି ବକ୍ସ କ୍ରିକେଟ ଲିଗ୍‌ ଟିମ୍‌ର ମାଲିକାଣୀ ଅଛନ୍ତି। ସନ୍ନି ତାଙ୍କ ବିଜନେସ୍‌ ପୋର୍ଟଫୋଲିଓରେ ବହୁତ ଗୁଡିଏ ଜିନିଷ ଯୋଡିଛନ୍ତି।

ଲିଓନଙ୍କ କସ୍‌ମେଟିକ୍‌ ବ୍ରାଣ୍ଡ ଷ୍ଟାର୍‌ଷ୍ଟ୍ରକ ଲଞ୍ଚ ହେବାର ବର୍ଷକ ପରେ ସନ୍ନି ଏବଂ ତାଙ୍କ ସ୍ବାମୀ ଡାନିଏଲ ୱେବର ଷ୍ଟାରଷ୍ଟ୍ରକ ସହ ଇନଫାମସକୁ ଯୋଡି ନିଜ ବ୍ୟବସାୟ ଆଗକୁ ବଢାଇଥିଲେ। ସନ୍ନି ୨୦୨୧ରେ ପେଟା ଦ୍ୱାରା ଅନୁମୋଦିତ ଭେଗାନ ଆଥଲେଟିକ ବ୍ରାଣ୍ଡରେ ଇନଭେଷ୍ଟ କରିଛନ୍ତି। ପ୍ରସାଧନ ସାମଗ୍ରୀ ବ୍ରାଣ୍ଡ ବ୍ୟତୀତ ସନ୍ନି ଦୁଇଟି ନୂଆ ବ୍ରାଣ୍ଡ ଲଷ୍ଟ ଏବଂ ଆଫେଟ୍ଟୋ ଭଳି ପରଫ୍ୟୁମ ବ୍ୟବସାୟରେ ମଧ୍ୟ ଏଣ୍ଟ୍ରି କରିଛନ୍ତି। ସେହିପରି ଅଭିନେତ୍ରୀ ଅନଲାଇନ୍‌ ଗେମ୍‌ରୁ ମଧ୍ୟ ଭଲ ବ୍ୟବସାୟ କରନ୍ତି। ‘ତିନ ପତି’ ନାମକ ଅନଲାଇନ୍‌ ଗେମ୍‌କୁ ସେ ୨୦୧୮ରେ ଲଞ୍ଚ କରିଥିଲେ।

୨୦୧୯ରେ ସନ୍ନି ଜଗରନୋଟ୍‌ ଡିଜିଟାଲ୍‌ ବୁକ୍ସରେ କଣ୍ଟେଣ୍ଟ ଲେଖିବା ଆରମ୍ଭ କରିଥିଲେ। ସେଥିରେ ସେ ୧୨ଟି ‘ସ୍ବିଟ୍‌ ଡ୍ରିମ୍ସ’ ନାମକ କ୍ଷୁଦ୍ର ଗଳ୍ପ ଲେଖିଛନ୍ତି।
ସନ୍ନିଙ୍କର ନିଜସ୍ବ ପ୍ରଡକ୍ସନ ହାଉସ୍‌ ମଧ୍ୟ ଅଛି। ସେ ଏବଂ ତାଙ୍କ ସ୍ବାମୀ ଡାନିଏଲ ନିଜର ପ୍ରଡକ୍ସନ ହାଉସ ସନ୍‌ସିଟି ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ୨୦୧୫ରେ ଆରମ୍ଭ କରିଥିଲେ। ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ ୨’ ବଲିଉଡରେ ଡେବ୍ୟୁ କରିଥିବା ସନ୍ନି ଲିଓନି ତାଙ୍କର ପ୍ରତିଟି ବୋଲ୍ଡ ଲୁକ୍‌ ଏବଂ ବୋଲ୍ଡ ଆକ୍ଟିଙ୍ଗ୍‌ରେ ଦର୍ଶକଙ୍କୁ ବାନ୍ଧୀ ରଖିଛନ୍ତି। ସିଏନଲେଜ ଅନୁଯାୟୀ, ଗୋଟିଏ ପ୍ରୋଜେକ୍ଟ ପାଇଁ ସେ ପ୍ରାୟ ୧.୨କୋଟି ଟଙ୍କା ଡିମାଣ୍ଡ କରନ୍ତି। ସେହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ସନ୍ନିଙ୍କ ଆନୁମାନିକ ବାର୍ଷିକ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୪ନିୟୁତ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୧୫ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri