କେସିଙ୍ଗାରେ ଅପରାଜିତା ଷଡ଼ଙ୍ଗୀ: ରାସ୍ତାକଡ଼ ଲୋକଙ୍କୁ ପଚାରି ବୁଝିଲେ ସୁଖଦୁଃଖ

କେସିଙ୍ଗା,୧୪।୧୧(ଡି.ଏନ୍‌.ଏ.): ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରବିବାର କଳାହାଣ୍ଡି ଜିଲା କେସିଙ୍ଗା ଗସ୍ତ କରିଛନ୍ତି। ସେ କେସିଙ୍ଗା ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ଭାଜପା ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଚା’ ଦୋକାନରୁ କର୍ମୀମାନଙ୍କ ସହିତ ଚା’ ପିଇଥିଲେ। ଏନ୍‌ଏସିର ଗେଷ୍ଟ ହାଉସରେ ବିଶ୍ରାମ କରି ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ସାଧାରଣ ଲୋକଙ୍କୁ ସାକ୍ଷାତ କରି ସୁଖଦୁଃଖ ପଚାରି ବୁଝିଥିଲେ। ଏହା ସହ ସେ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି।