ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ପୁରୀ ଅଫିସ, ୬।୩: ପୁରୀ ସ୍ବର୍ଗଦ୍ୱାରରେ ଅତି ଗରିବ ଶ୍ରେଣୀର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ ରହିଛି। ତେବେ ଏଠାରେ ହିତାଧିକାରୀ ଚୟନ ନେଇ ଉପଯୁକ୍ତ ପ୍ରକ୍ରିୟା ହେଉନହିଁ। ଫଳରେ ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ଏକପ୍ରକାର ବାଟମଣା ହୋଇପଡ଼ିଛି। ଯେ କେହି ଏହି ଯୋଜନାର ଫାଇଦା ଉଠାଉଛନ୍ତି।
ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ମୁଖ୍ୟତଃ ୫ଟି ପଏଣ୍ଟ ରହିଛି। ମୃତକଙ୍କ ପରିବାରରେ ଗାଡ଼ି ନ ଥିବ। ପରିବାରରେ କେହି ସରକାରୀ ଚାକିରିଆ ହୋଇ ନ ଥିବେ। ସମ୍ପୃକ୍ତ ବ୍ୟକ୍ତି ସରକାରଙ୍କର କୌଣସି ଲାଭଜନକ ପଦବୀରେ ନ ଥିବେ ଓ କରଦାତା ହୋଇ ନ ଥିବେ। ପରିବାରର ମୋଟ୍‌ ଜମି ୫ ଏକରରୁ କମ୍‌ ହୋଇଥିବ। ମାତ୍ର ଏସବୁ ଗାଇଡ୍‌ଲାଇନ୍‌ ପାଳନ କରାଇବା ଲାଗି କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ନାହିଁ। ବିପିଏଲ୍‌ କାର୍ଡଟିଏ ମଧ୍ୟ ଦେଖାଇବାକୁ ପଡୁନାହିଁ। ଜଣେ ବ୍ୟକ୍ତି ଶବଦାହ ଲାଗି ପହଞ୍ଚିଲେ ପୌରସଂସ୍ଥା କର୍ମଚାରୀ ଓ ସ୍ବର୍ଗଦ୍ୱାର ସେବା ସମିତିର ସ୍ବେଚ୍ଛାସେବୀ କେବଳ ପଚରାଉଚରା କରି ତଥ୍ୟ ସଂଗ୍ରହ କରୁଛନ୍ତି। ସମସ୍ତ ଜିଲାର ସବୁ ଶ୍ରେଣୀର ପରିବାରଙ୍କୁ ଏହି ସୁବିଧା ମିଳୁଛି। ପ୍ରଶାସନ ଏନେଇ ଅବଗତ ଥିବା ସତ୍ତ୍ୱେ କୌଣସି ପଦକ୍ଷେପ ନେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ପୌରସଂସ୍ଥା କର୍ତ୍ତୃପକ୍ଷ ପୂର୍ବରୁ ଜିଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ଜଣାପଡ଼ିଛି। ତେବେ ବିଡମ୍ବନାର ବିଷୟ ଯେ, ସରକାର ପ୍ରକୃତ ହିତାଧିକାରୀ ଚିହ୍ନଟ କରିବା ବଦଳରେ ସ୍ବର୍ଗଦ୍ୱାରରେ ଶବଦାହ ପାଇଁ ମିଳୁଥିବା ଅର୍ଥରାଶିକୁ କମାଇ ଦେଇଛନ୍ତି। ଭୁବନେଶ୍ୱର ଓ କଟକ ଭଳି ବଡ଼ ସହରରେ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କାର ସାମଗ୍ରୀ କିଣିବାର ସୁବିଧା ରହିଛି। ପୁରୀରେ ଏହାକୁ ୨ହଜାର ଟଙ୍କା ରଖାଯାଇଛି। ଏ ନେଇ ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି, ଅନ୍ତତଃପକ୍ଷେ ଯଦି ବିପିଏଲ କାର୍ଡଟିଏ ଦେଖାଇବାର ନିୟମ ହୋଇପାରନ୍ତା ତାହାହେଲେ ପ୍ରକୃତ ହିତାଧିକାରୀ ଚୟନ ଗୋଟିଏ ପାଦ ଆଗକୁ ବଢ଼ନ୍ତା। ସାଂପ୍ରତିକ ସ୍ଥିତିରେ କେବଳ ବୁଝାଶୁଝା ଦ୍ୱାରା ସମସ୍ୟାର ସମାଧାନ କରାଯାଉଛି। ମୃତକଙ୍କ ଆର୍ଥିକ ସ୍ଥିତି ଜାଣିବା ପାଇଁ କୌଣସି ପ୍ରକ୍ରିୟା ନାହିଁ। ପଞ୍ଚାୟତସ୍ତରରେ ହରିଶ୍ଚନ୍ଦ୍ର ଯୋଜନା ବାବଦକୁ ଟଙ୍କା ମିଳିଥାଏ। ମାତ୍ର ଏଠାରେ ନଗଦ ଅର୍ଥ ପରିବର୍ତ୍ତେ କାଠ ଓ ଘିଅ ଭଳି ଆବଶ୍ୟକ ସାମଗ୍ରୀ ମିଳିଥାଏ। ବେଳେବେଳେ ଲୋକେ ପଞ୍ଚାୟତସ୍ତରରେ ଟଙ୍କା ନେଇ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରି ପୁଣି ହରିଶ୍ଚନ୍ଦ୍ର ଯୋଜନାର ଫାଇଦା ଉଠାଉଥିବା ଅଭିଯୋଗ ହେଉଛି। ଏମାନଙ୍କୁ ଚିହ୍ନଟ କରିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ହିତାଧିକାରୀ ଚିହ୍ନଟ ନେଇ ରାଜ୍ୟ ସରକାର ଯେଉଁ ପ୍ରକ୍ରିୟା ନିର୍ଦ୍ଧାରଣ କରିଛନ୍ତି, ଆମେ ତାହାକୁ ହିଁ ପାଳନ କରୁଛୁ। ପୌରାଞ୍ଚଳ କର୍ମଚାରୀମାନେ ସହାୟତା ରାଶି ମଞ୍ଜୁର କରିବାବେଳେ ମୃତକଙ୍କ ସମ୍ପର୍କୀୟଙ୍କୁ ଗାଇଡଲାଇନ ପଢ଼ି ଶୁଣାଉଛନ୍ତି। ଜାଣିଶୁଣି ଭୁଲ ତଥ୍ୟ ଦେଇ ଏହି ଯୋଜନାର ଫାଇଦା ଉଠାଇଲେ ସମ୍ପୃକ୍ତ ପରିବାରକୁ ନୋଟିସ୍‌ ପଠାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଉଛି।
ତେବେ ସାମାଜିକ କର୍ମୀ ମହାନ୍ତି କହିଛନ୍ତି, ଏଭଳି ଚେତାବନୀକୁ କେହି ଖାତିର କରୁନାହାନ୍ତି। ପୌରସଂସ୍ଥା ଓ ଜିଲା ପ୍ରଶାସନ ଚାହିଁଲେ ପ୍ରାଥମିକ ପର୍ଯ୍ୟାୟରେ ଦୁଇ-ଚାରି ଜଣଙ୍କୁ ନୋଟିସ୍‌ ପଠାଇ ଅନ୍ୟମାନଙ୍କୁ ସଚେତନ କରାଇପାରନ୍ତା। ମାତ୍ର ଏଯାବତ୍‌ କାହାରି ପାଖକୁ ନୋଟିସ୍‌ ଯାଇ ନ ଥିବା ଜଣାପଡ଼ିଛି। ସେହିପରି ସମିତିର ଜଣେ ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି, ପୂର୍ବତନ ଜିଲାପାଳ ବଲୱନ୍ତ ସିଂ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସ୍ବର୍ଗଦ୍ୱାର ସେବା ସମିତି ଗଠନ କରିଥିଲେ। ଏହି ସମିତି ସ୍ବର୍ଗଦ୍ୱାରର ଆର୍ଥିକ ଓ ପରିଚାଳନା ବ୍ୟାପାର ବୁଝିବା କଥା। ମାତ୍ର ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ସ୍ବର୍ଗଦ୍ୱାର ସେବା ସମିତିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇପାରିଲେ ନୂଆ ନିୟମ ଆଣି ପ୍ରକୃତ ହିତାଧିକାରୀ ଚୟନ ଦିଗରେ ପଦକ୍ଷେପ ନିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri