ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। ସେ ଗୁରୁବାର ନିଜର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏକ ଫୋନ୍‌ ବ୍ରାଣ୍ଡର ବିଜ୍ଞାପନ ଥିବା ଫଟୋରେ ଅନୁଷ୍କାଙ୍କ ହାତରେ ସ୍ମାର୍ଟ ଫୋନ୍‌ ଥିବା ଦେଖିବାକୁ ମିଳିଛି। ସେ ଏକ ଛୋଟ ଧଳା ଶର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଛନ୍ତି।

ସେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ସକାଳର ସୂର୍ଯ୍ୟ ଏବଂ ମୋର #OnePlusOpenରେ କିଛି ପଢ଼ିବା ସମୟ – ଦିନଟି କିକ୍‌ଷ୍ଟାର୍ଟ କରିବାର କ’ଣ ଭଲ ଉପାୟ। ଅନୁଷ୍କାଙ୍କ ପ୍ରଶଂସକମାନେ ତାଙ୍କୁ ଆପ୍‌ରେ ଦେଖି ଖୁସି ହୋଇଥିଲେ। ଏପରିକି ଜଣେ ପ୍ରଶଂସକ ତାଙ୍କୁ ଆଇପିଏଲରେ ଆରସିବି ପାଇଁ ଖେଳୁଥିବା ସ୍ବାମୀ ବିରାଟ କୋହଲିଙ୍କ ନିକଟକୁ ଏସ୍‌ଏମ୍‌ଏସ୍‌ ପଠାଇବାକୁ କହିଥିଲେ। ଆଉ ଜଣେ ୟୁଜର କହିଛନ୍ତି, ଷ୍ଟାଡିୟମରେ ଆର୍‌ସିବିକୁ ଖୁସି କରିବା ପାଇଁ ତୁମକୁ ମନେ ପକାଉଛି।

ଆଇପିଏଲ ପାଇଁ ଭାରତ ଫେରିବା ପୂର୍ବରୁ ବିରାଟ ଏବଂ ଅନୁଷ୍କା ଦୁଇ ମାସ ଧରି ଲଣ୍ଡନରେ ରହିଥିଲେ। ଅନୁଷ୍କା ଏବେ ମଧ୍ୟ ଝିଅ ଭାମିକା ଏବଂ ପୁଅ ଅକାୟଙ୍କ ସହ ଲଣ୍ଡନରେ ଅଛନ୍ତି। ଖବର ଅନୁଯାୟୀ, ସେ ଖୁବ୍‌ଶୀଘ୍ର ଭାରତକୁ ଫେରି ଝିଅ ଭାମିକାଙ୍କ ନାମ ସ୍କୁଲରେ ଲେଖାଇବେ।

ଜାନୁଆାରୀ ୨୦୨୪ରେ ଭାମିକାଙ୍କୁ ୩ ବର୍ଷ ବୟସ ହୋଇଛି ଏବଂ ଶିକ୍ଷା ନିୟମ ଅନୁଯାୟୀ, ସେ ୨୦୨୧ରେ ଜନ୍ମ ହୋଇଥିବାରୁ ସେ ଯେକୌଣସି ବିଦ୍ୟାଳୟରେ ନର୍ସରୀରେ ନାମ ଲେଖାଇବେ। ଏପ୍ରିଲ ୨୦ରୁ ୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ ଏବଂ ପୁନର୍ବାର ଗ୍ରୀଷ୍ମ ଛୁଟି ପାଇଁ ବନ୍ଦ ହୋଇଯିବ। ଜୁନ୍‌ରେ ପୁନଃ ସ୍କୁଲ ଖୋଲିବ। ତେଣୁ ପ୍ରଶଂସକମାନେ ଅନୁଷ୍କାଙ୍କୁ ଶୀଘ୍ର ଭାରତ ଫେରିଯିବେ ବୋଲି ଆଶା କରିଛନ୍ତି।

ଅକାୟ ଫେବୃଆରୀରେ ଜନ୍ମଗ୍ରହଣ କରିଥିଲେ। ଅନୁଷ୍କା ଏବଂ ବିରାଟ ଏନେଇ ଘୋଷଣା କରିଥିଲେ। ମାତ୍ର ଏଥର ସେ ଗର୍ଭବତୀ ଥିବା କଥା କାହାକୁ କହି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri