ବିରାଟ ଦୂରରେ ଥିବାରୁ ଏମିତି ଭାଲେଣ୍ଟାଇନ୍ସ ଡେ ପାଳନ କଲେ ଅନୁଷ୍କା

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହୋଇଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ସକ୍ରିୟ ରୁହୁଛନ୍ତି। ତାଙ୍କ ଫଟୋ ଏବଂ ଭିଡିଓ ମାଧ୍ୟ ମରେ ଶେୟାର କରୁଛନ୍ତି। ଆଜି ଭାଲେଣ୍ଟାଇନ୍ସ ଡେ’ ଅବସରରେ ସେ ସ୍ବାମୀ ବିରାଟ କୋହଲିଙ୍କ ସହ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।
ଏହି ଭାଲେଣ୍ଟାଇନ୍ସ ଡେ’ରେ ବିରାଟ ଅନୁଷ୍କା ଶର୍ମାଙ୍କଠାରୁ ଦୂରରେ ଥିବାରୁ ଫଟୋ ଶେୟାର କରି ସେ ଭାଲେଣ୍ଟାଇନ୍ସ ଡେ ପାଳନ କରିଛନ୍ତି। ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ତେଣୁ ବିରାଟ ଏବଂ ଅନୁଷ୍କା ଏହି ଭାଲେଣ୍ଟାଇନ ଡେ ଦୂରରେ ଅଛନ୍ତି। ନିକଟରେ ଅନୁଷ୍କା ବିରାଟଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଦୁହେଁ ପରସ୍ପରଙ୍କୁ ଦେଖୁଛନ୍ତି।

Share