Posted inଖେଳ

ଚମକି ପଡ଼ିଲେ ଅନୁଷ୍କା, ମୁଣ୍ଡରେ ଦେଲେ ହାତ; NZ ବିପକ୍ଷ ମ୍ୟାଚ୍‌ରେ…

ଦୁବାଇ,୨।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ଆଉଟ୍‌ ହେବା ମାତ୍ରେ ଚମକି ପଡ଼ିଥିଲେ ପତ୍ନୀ ଅନୁଷ୍କା ଶର୍ମା। ଦୁବାଇ ମଇଦାନରେ ନିଜର ୩୦୦ତମ ଦିିନିକିଆରେ କିଛି ସ୍ବତନ୍ତ୍ର କରିପାରନ୍ତି ବୋଲି କୋହଲିଙ୍କ ପ୍ରଶଂସକ ଆଶା କରିଥିଲେ। ହେଲେ ନ୍ୟୁଜିଲାଣ୍ଡ ଫିଲ୍ଡର ଗ୍ଲେନ୍‌ ଫିଲିପ୍ସ ତାଙ୍କ କ୍ୟାଚ୍‌ ଧରିଥିଲେ। ଏହା ଅନେକଙ୍କୁ ଚକିତ କରିଥିଲା। ବିଶେଷକରି ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଥିବା ଅନୁଷ୍କା ମୁଣ୍ଡରେ ହାତ ଦେଇଥିଲେ।

ବିରାଟଙ୍କ ଉଇକେଟ ପରେ ଅନୁଷ୍କାଙ୍କ ପ୍ରତିକ୍ରିୟାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏସବୁ ଫଟୋରେ ସେ ହସୁଥିବା ଦେଖାଯାଉଛି। ଏଥିସହ ସେ ଚିନ୍ତିତ ମଧ୍ୟ ନଜର ଆସୁଛନ୍ତି। ତେବେ କୋହଲି ମ୍ୟାଚ୍‌ରେ ୧୪ ବଲ୍‌ରେ ୧୧ ରନ୍‌ କରି ଆଉଟ୍‌ ହୋଇଛନ୍ତି।

କୋହଲିଙ୍କ ଉଇକେଟ ମ୍ୟାଟ୍‌ ହେନରୀ ନେଇଥିଲେ। ସେ ଭାରତୀୟ ଇନିଂସର ୭ମ ଓଭରରେ ତାଙ୍କର ଚତୁର୍ଥ ବଲ ପକାଇଥିଲେ, ବିରାଟ ଏହାକୁ ପଛୁଆ ପଏଣ୍ଟ ଆଡ଼କୁ ଖେଳିଥିଲେ। କିନ୍ତ ଫିଲିପ୍ସ ଏହାକୁ ଆଶ୍ଚର୍ଯ୍ୟଜନକ ଭାବରେ ଧରି ପକାଇଥିଲେ। ଏହି କ୍ୟାଚ୍‌ ବେଶ୍‌ ଅବିଶ୍ୱସନୀୟ ଥିଲା। କାରଣ କୋହଲି କିଛି ମୁହୂର୍ତ୍ତ ପାଇଁ ଅଟକି ଯାଇଥିଲେ। କ’ଣ ହେଲା ସେମାନେ ବୁଝିପାରି ନ ଥିଲେ। କୋହଲିଙ୍କ ଆଉଟ ହେବାରେ ଷ୍ଟାଡିୟମରେ ବସିଥିବା ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେଉଁମାନଙ୍କ ମଧ୍ୟରେ ଅନୁଷ୍କା ମଧ୍ୟ ଜଣେ ଥିଲେ।

 

View this post on Instagram

 

A post shared by ICC Hindi (@icchindiofficial)

କୋହଲିଙ୍କ ଉଇକେଟ ଭାରତ ପାଇଁ ତୃତୀୟ ଝଟକା ଥିଲା। ପୂର୍ବରୁ ଟିମ ଇଣ୍ଡିଆ ଶୁଭମନ ଗିଲ୍‌ଙ୍କ ରୂପରେ ପ୍ରଥମ ଏବଂ ରୋହିତ ଶର୍ମାଙ୍କ ରୂପରେ ଦ୍ୱିତୀୟ ଉଇକେଟ ହରାଇଥିଲା। ୭ମ ଓଭର ମଧ୍ୟରେ, ଭାରତର ତିନୋଟି ଟପ୍‌ ଅର୍ଡର ଉଇକେଟ ମାତ୍ର ୩୦ ରନରେ ପଡ଼ିଯାଇଥିଲା।

ତେବେ କହିବାକୁ ଚାହିଁବୁ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ର ଫଳାଫଳ ସେମିଫାଇନାଲ ସମୀକରଣକୁ ପ୍ରଭାବିତ କରିବ ନାହିଁ। ଏହି ମ୍ୟାଚ୍‌ରୁ ହିଁ ଜଣାପଡିବ ଯେ ଗ୍ରୁପ A ର ପଏଣ୍ଟ ଟେବୁଲରେ କେଉଁ ଦଳ ଶୀର୍ଷରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri