ବୋଲିଂ ପ୍ରାକ୍ଟିସ କରୁଛନ୍ତି ଅନୁଷ୍କା

ମୁମ୍ବାଇ: ବଲିଉଡ ନାୟିକା ଅନୁଷ୍କା ଶର୍ମା ଏବେ ପତି ବିରାଟ କୋହଲିଙ୍କ ଭଳି କ୍ରିକେଟ ପ୍ରାକ୍ଟିସ କରିବାରେ ଲାଗି ପଡିଛନ୍ତି । ହେଲେ ଅନୁଷ୍କା ବ୍ୟାଟିଂ ନୁହେଁ ବୋଲିଂ ପ୍ରାକ୍ଟିସ କରୁଛନ୍ତି । ଏହାର ଏକ ଝଲକ ସେ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଅନୁଷ୍କା ଶର୍ମା ମହିଳା କ୍ରିକେଟରେ ୩୦ ୱିକେଟ ହାସଲ କରିଥିବା ବିଶ୍ୱର ଏକମାତ୍ର କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଏଥିପାଇଁ ଅନୁଷ୍କା ତାଙ୍କର ପ୍ରାକ୍ଟିସ ଆରମ୍ଭ କରି ଦେଇଛନ୍ତି ।
ଗୋଟିଏ ଫଟୋରେ ସେ ସନ ଗ୍ଲାସ ପିନ୍ଧି ବୋଲିଂ ପ୍ରାକ୍ଟିସ କରୁଥିବା ଦେଖାଯାଇଛି । ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ ସେ ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ ପାଇଁ ଏତେ ପରିଶ୍ରମ କରୁଛନ୍ତି । ଏହା ବୋଧହଏ ଅନୁଷ୍କାଙ୍କ ପାଇଁ ବହୁ କଷ୍ଟକର ବ୍ୟାପାର । ଏହି ଫଟୋକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ମ୍ୟାାଡମ ଲାଗୁଛି ଆପଣ ବିରାଟ କୋହଲିଙ୍କୁ ଆଉଟ କରିବାକୁ ବୋଧହୁଏ ପ୍ରାକ୍ଟିସ କରୁଛନ୍ତି ।

Share