ଭାରତର ସବୁଠାରୁ ଦାମୀ ଫ୍ଲାଟ୍‌ କିଣିଲେ ଏହି ବ୍ୟବସାୟୀ

ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ ନିଜର ଏକ ଘର ହେଉ। ତେବେ ଏହି ସ୍ବପ୍ନ ପୂରଣ କରିବା ପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଲେ ମଧ୍ୟ ପଛାନ୍ତି ନାହିଁ। ନିକଟରେ ଭାରତର ସବୁଠାରୁ ଦାମୀ ଘର କିଣିଛନ୍ତି ଜଣେ ବ୍ୟବସାୟୀ। ସେ ହେଲେ ଅନୁରାଗ ଜୈନ୍‌। ଅନୁରାଗ ବଜାଜ କମ୍ପାନୀର ମାଲିକ ରାହୁଲ ବଜାଜଙ୍କ ଭଣଜା। ତାଙ୍କର ନିଜର ଅଟୋ ପାଟ୍‌ସ କମ୍ପାନୀ ରହିଛି। ଅନୁରାଗ ମୁମ୍ବାଇର କାର୍ମାଇକଲ ରୋଡରେ ଅବସ୍ଥିତ କାର୍ମାଇକଲ ରେସିଡେନ୍ସରୁ ୨ଟି ଫ୍ଲାଟ୍‌ କିଣିଛନ୍ତି। କାର୍ମାଇକର ରେସିଡେନ୍ସି ହେଉଛି ୨୧ ମହଲା ବିଶିଷ୍ଟ କୋଠା। ଏଥିରେ ୨୮ଟି ଫ୍ଲାଟ୍‌ ରହିଛି। ଗୋଟିଏ ମହଲାରେ ୨ଟି ଫ୍ଲାଟ୍‌ ରହିଛି। ପ୍ରତି ଫ୍ଲାଟ୍‌ ମଧ୍ୟରେ ୨ହଜାର ବର୍ଗଫୁଟ ସ୍ଥାନ ରହିଛି। ଅନୁରାଗଙ୍କ ୨ଟି ଫ୍ଲାଟ୍‌ ୬୩୭୧ ବର୍ଗ ଫୁଟର ହେବ। ପ୍ରତି ବର୍ଗଫୁଟକୁ ୧, ୫୬,୯୬୧ ଟଙ୍କା ରହିଛି। ଏହି ହିସାବରେ ୨ଟି ଫ୍ଲାଟକୁ ୪୬.୪୩ କୋଟି ଟଙ୍କା ହେଉଛି। ମାତ୍ର ଏଥିପାଇଁ ତାଙ୍କୁ ଦୁଇଗୁଣା ଅର୍ଥ ଦେବାକୁ ପଡ଼ିଛି। କାରଣ ରେଜିଷ୍ଟ୍ରି ଏବଂ ଷ୍ଟାମ୍ପ ଖର୍ଚ୍ଚ ମିଶାଇ ସମୁଦାୟ ମୂଲ୍ୟ ୧୦୦ କୋଟି ଟଙ୍କା ହୋଇଛି। ଏହି ୨ ଘର ସହ ତାଙ୍କର ୮ଟି ପାର୍କିଂ ମଧ୍ୟ ରହିଛି। ଏହି କୋଠାଟି ବର୍ତ୍ତମାନ ନିର୍ମାଣାଧୀନ ଅଛି।
ଅନୁରାଗ ଏଣ୍ଡୁରାନ୍ସ ଟେକ୍‌ନୋଲୋଜିର ପରିଚାଳନା ନିର୍ଦ୍ଦେଶକ। ତାଙ୍କ କମ୍ପାନୀ ଭାରତ ଏବଂ ୟୁରୋପରେ ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଯାନର ଅଟୋ-ପାର୍ଟସ ଉତ୍ପାଦନ ଏବଂ ଯୋଗାଣ କରିଥାଏ।

Share