ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୁପମ୍‌ ଖେର୍‌

ପୁରୀ ଅଫିସ,୨୩ା୧: ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ ରବିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଅନୁପମ ମହାପ୍ରଭୁଙ୍କ ଦର୍ଶନ କରି ବେଶ୍‌ ଭାବବିହ୍ବଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନୁପମ୍‌ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସୁରକ୍ଷା ବଳୟ ମଧ୍ୟରେ ଆସି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚତ୍ଥିଲେ। ସିଂହଦ୍ୱାର ନିକଟରେ ପହଞ୍ଚତ୍ବା ପରେ ତାଙ୍କ କୌଳିକ ପଣ୍ଡା ତାଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ବାଗତ କରିଥିଲେ। ବାଇଶ ପାହାଚ ଦେଇ ଅନୁପମ ଶ୍ରୀମନ୍ଦିର ପରିସରକୁ ଯାଇଥିଲେ। ଭିତର କାଠ ନିକଟରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବା ପରେ ଭିତର ବେଢାରେ ଥିବା ଦେବଦେବୀଙ୍କୁ ଦର୍ଶନ କରିଥିଲେ। ପରେ କିଛି ସମୟ ଶ୍ରୀମନ୍ଦିର ଭିତରେ ବିତାଇ ବାଇଶ ପାହାଚ ଦେଇ ପ୍ରସ୍ଥାନ କରିଥିଲେ। ତେବେ ବାଇଶ ପାହାଚରେ କିଛି ସମୟ ରହି ମହାପ୍ରଭୁ ଏବଂ ଶ୍ରୀମନ୍ଦିର ସମ୍ପର୍କରେ ପଚାରି ବୁଝିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଧନ୍ୟ ହୋଇଯାଇଥିବା କହିଥିଲେ। ଏଥିସହ ଶ୍ରୀଜଗନ୍ନାଥ ମନ୍ଦିରକୁ ସେ ପ୍ରଥମଥର ପାଇଁ ଆସିଥିବା ବେଳେ ଏଠାରେ ଥିବା ଆଧ୍ୟାତ୍ମିକ ପରିବେଶ ଭାରତରେ ଅନ୍ୟ କୌଣସି ମନ୍ଦିରରେ ସେ ଅନୁଭବ କରିନାହାନ୍ତି ବୋଲି କହିଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ ଥିବା ତୀର୍ଥକ୍ଷେତ୍ର ଓ ଠାକୁରଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଜ୍ଞାନ, ଶିକ୍ଷା ଲାଭ କରିବା ତାଙ୍କର ଲକ୍ଷ୍ୟ ରହିଥିବା କହିଛନ୍ତି। ଦେଶର ପ୍ରଗତି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି। ଏଥିସହ ତାଙ୍କର ଆଗାମୀ ୧୦ ତାରିଖରେ ଆସିବାକୁ ଥିବା ଚଳଚିତ୍ର ଶିବ ଶାସ୍ତ୍ରୀ ବେଲ ୱୟା ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେଇଥିଲେ।