ଜନ୍ମଦିନରେ ପ୍ରଶଂସକଙ୍କୁ ଚକିତ କଲେ ଅନୁପମ

ବଲିଉଡ୍‌ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମସିହାରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାରାଂଶ’ରୁ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ଗତ ତିନି ଦଶନ୍ଧି ଧରି ହିନ୍ଦୀ ସିନେମାରେ ନିଜ ଅବଦାନ ଦେଇଛନ୍ତି ଅନୁପମ। ଏ ପର୍ଯ୍ୟନ୍ତ ସେ ହିନ୍ଦୀ ସିନେମାରେ ପ୍ରାୟ ୫୦୦ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଅନୁପମ ଖେର ପୁଣିଥରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତ। ଫଟୋରେ ସେ ତାଙ୍କ ଫିଟ୍‌ ଶରୀର ଦେଖାଉଥିବା ନଜର ଆସିଛନ୍ତି। ୬୭ ବର୍ଷରେ ମଧ୍ୟରେ ସେ ବେଶ୍‌ ଫିଟ୍‌ ଜଣାପଡୁଛନ୍ତି। ସେ ତାଙ୍କର ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୋତେ ଜନ୍ମଦିନର ଶୁଭେଚ୍ଛା। ଜୀବନର ୬୭ ବର୍ଷ ଆରମ୍ଭ କରିବାକୁ ଯାଉଛି। ଏହାସହ ଆପଣ ସମସ୍ତଙ୍କ ସହ ମୋରନୂଆ ଲକ୍ଷ୍ୟ ଶେୟାର କରିବା ପାଇଁ ବହୁତ ଉତ୍ସାହିତ ଅଛି। ୩୭ ବର୍ଷ ପୂର୍ବେ ଆଜି ଆପଣ ଜଣେ ଯୁବ ଅଭିନେତାଙ୍କୁ ଭେଟିଥିଲେ,ଯିଏ ଜଣେ ୬୫ ବର୍ଷ ବୟସ୍କା ବ୍ୟକ୍ତି ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲା। ମୋର କ୍ୟାରିଅର୍‌ ମଧ୍ୟରେ ମୁଁ ଜଣେ କଳାକାର ଭାବେ ସର୍ବଦା ନିଜକୁ ଖୋଜେ। ମୋର ଏକ ସ୍ବପ୍ନ ଥିଲା ଫିଟ ରହିବି ଏବଂ ସମସ୍ତଙ୍କ ପାଇଁ ଫିଟ୍‌ ଦେଖିବି।
ଅନୁପମ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ମୁଁ ମୋର ଫିଟନେସ ଯାତ୍ରା ଆରମ୍ଭ କରିଛି ଏବଂ ଏହି ଯାତ୍ରାରେ ମୁଁ ଆପଣଙ୍କ ସହ ସବୁକିଛି ବାଣ୍ଟିବି। ମୁଁ ମୋର ଯାତ୍ରାର ପ୍ରତ୍ୟେକ ଭଲ ଏବଂ ଖରାପ ଦିନ ଆପଣଙ୍କ ସହ ବାଣ୍ଟିବି ଏବଂ ମୁଁ ଆଶା କରେ ଆପଣ ଦେଖିବେ ଏକ ବର୍ଷ ପରେ ଏକ ନୂତନ ଅନୁପମ ଖେର। ମୋର ଯାତ୍ରା ପାଇଁ ମୋତେ ଶୁଭକାମନା ଦିଅନ୍ତୁ।
ଅନୁପମଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ଏବଂ ବଲିଉଡର ସହ-କଳାମାନେ ମଧ୍ୟ ତାଙ୍କୁ କାମନା କରୁଛନ୍ତି। ଅଭିନେତା ହ୍ରିତିକ ରୋଶନ ଲେଖିଛନ୍ତି, ଆଶ୍ଚର୍ଯ୍ୟ, ଜନ୍ମଦିନର ଶୁଭେଚ୍ଛା। ତାଙ୍କ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ସିକନ୍ଦର ଖେର ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା।

 

View this post on Instagram

 

A post shared by Anupam Kher (@anupampkher)


Enter your email to get our daily news in your inbox.

All Right Reserved By Dharitri.Com

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri