ନିର୍ଦ୍ଦେଶକଙ୍କୁ ଅଭିଶାପ ଦେଇଥିଲେ ଅନୁପମ

ବଲିଉଡ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୭, ୧୯୫୫ରେ ଜନ୍ମ ହୋଇଥିବା ଅନୁପମ ତାଙ୍କ କ୍ୟାରିୟରରେ ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଏବେବି ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି। ଖୁବ ଶୀଘ୍ର ଅନୁପମଙ୍କୁ କଶ୍ମୀର ଫାଇଲ୍ସରେ ଦେଖିବାକୁ ମିଳିବ। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମାର୍ଚ୍ଚ ୧୧ରେ ମୁକ୍ତିଲାଭ କରିବ। ଆଜି ଅନୁପମ ଯେଉଁ ଖ୍ୟାତି ପାଇଛନ୍ତି, ଏଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା।
ଅନୁପମ ଖେର ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ପ୍ରଥମେ ମହେଶ ଭଟ୍ଟଙ୍କ ଫିଲ୍ମ ସାରାଂଶରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ସୁପରହିଟ ହୋଇଥିଲା। ଏହାର ବିଶେଷ କଥା ହେଲା ସେ ଏହି ଫିଲ୍ମରେ ଜଣେ ବୃଦ୍ଧ ପିତାଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ସମୟରେ ତାଙ୍କୁ ୨୮ ବର୍ଷ ହୋଇଥିଲା ।
ଅନୁପମ ତାଙ୍କ ସଂଘର୍ଷ ବିଷୟରେ ଏକ ସାକ୍ଷାତକାରରେ କହିଥିଲେ – ମୁଁ ଏନଏସଡିରୁ ପଢିବା ପରେ ଜଣେ କଳାକାର ହେବାକୁ ମୁମ୍ବାଇ ଆସିଥିଲି। ସେତେବେଳେ ମୋ ପକେଟରେ ୩୭ ଟଙ୍କା ଥିଲା। ସେହି ଦିନ ମୁଁ ରେଳ ଷ୍ଟେଶନର ପ୍ଲାଟଫର୍ମରେ ଶୋଇଥିଲି । ଅନୁପମଙ୍କୁ ସାରାଂଶ ଫିଲ୍ମ ଅଫର୍‌ ମିଳିଥିଲା କିନ୍ତୁ ପରେ ମହେଶ ଭଟ୍ଟ ତାଙ୍କୁ ଫିଲ୍ମରୁ ବାହାର କରି ସଞ୍ଜୀବ କୁମାରଙ୍କୁ କାଷ୍ଟ କରିଥିଲେ। ଅନୁପମ ସାରାଂଶରୁ ବାହାର ହେବା ପରେ ତାଙ୍କର ହୃଦୟ ଭାଙ୍ଗିଗଲା ଏବଂ ମୁମ୍ବାଇ ଛାଡିବା ନିଷ୍ପତ୍ତି ନେଲେ। ବହୁ ବର୍ଷ ଧରି ସଂଘର୍ଷ କରୁଥିବା ଅନୁପମ ମୁମ୍ବାଇ ଛାଡିବା ପୂର୍ବରୁ ମହେଶ ଭଟ୍ଟଙ୍କ ଘରକୁ ଯାଇ ଗାଳି କରି ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଠାରେ ସେ ମହେଶଙ୍କୁ କହିଥିଲେ, ତୁମେ ସତ୍ୟ ଉପରେ ଏକ ଫିଲ୍ମ ତିଆରି କରୁଛ, ତୁମ ଜୀବନରେ କୌଣସି ସତ୍ୟତା ନାହିଁ। ମୁଁ ଜଣେ ବ୍ରାହ୍ମଣ, ମୁଁ ତୁମକୁ ଅଭିଶାପ ଦେଉଛି। ଏହା ଦେଖି ମହେଶ ଭଟ୍ଟ ଆଶ୍ଚର୍ଯ୍ୟ ହୋଇ ଅନୁପମଙ୍କୁ ମୁମ୍ବାଇ ଛାଡିବାରୁ ଅଟକାଇଲେ।
ଏହାପରେ ଏହି ଫିଲ୍ମରେ ସେ ଅଭିନୟ କରିଥିଲେ। ‘କର୍ମା’, ‘ତେଜାବ’, ‘ରାମ ଲଖନ’, ‘ଦିଲ’, ‘ସୌଦାଗର’, ‘୧୯୪୨ ଏ ଲଭ୍‌ ଷ୍ଟୋରୀ’ ଏବଂ ‘ହମ ଆପକେ ହେ କୌନ’ ଭଳି ସଫଳ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅନୁପମ।
ଅନୁପମ ଖେରଙ୍କ ମୋଟ ସମ୍ପତ୍ତି ୪୦୦ କୋଟିରୁ ଅଧିକ ଅଟେ। ଫିଲ୍ମ ବ୍ୟତୀତ ସେ ବିଜ୍ଞାପନ ଏବଂ ଟିଭି ଶୋ’ ମାଧ୍ୟମରେ ମଧ୍ୟ କୋଟି ଟଙ୍କା ରୋଜଗାର କରନ୍ତି। ଏହା ବ୍ୟତୀତ ଅନୁପମ ଖେରଙ୍କ ନ୍ୟୁୟର୍କ ସିଟିରେ ଏକ ବିଳାସପୂର୍ଣ୍ଣ ଘର ଅଛି। ଯାହାର ଫଟୋସେ ଇନଷ୍ଟାଗ୍ରାମରେ ଶେୟାର କରନ୍ତି। ଏହା ବ୍ୟତୀତ ତାଙ୍କର ଏକ ମର୍ସିଡିଜ ବେଞ୍ଜ ଏସ୍‌ ୩୫୦କାର୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri