Posted inରାଜ୍ୟ

ବର୍ଷାଙ୍କୁ ଅନୁଭବଙ୍କ ଭାବପୂର୍ଣ୍ଣ ଚିଠି ‘ସାଇବାବା ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ’

କଟକ ଅଫିସ,୮ା୯- ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଏବେ କୋର୍ଟକୁ ଯାଇସାରିଲାଣି। ଉଭୟଙ୍କ ପ୍ରସଙ୍ଗକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଏବେ ଏକ ଚିଠି ଭାଇରାଲ ହେଉଛି। ଏହି ଚିଠି ଅନୁଭବ କିଛିଦିନ ତଳେ ବର୍ଷାଙ୍କ ନିକଟକୁ ପଠାଇଥିଲେ। ମେଲ୍‌ ଯୋଗେ ଆସିଥିବା ଉକ୍ତ ଚିଠିରେ ଅନୁଭବ ନିଜ ଜୀବନର କଥା, ବ୍ୟଥା ଓ ଅଭିମାନକୁ ଭାବପୂର୍ଣ୍ଣ ଶୈଳୀରେ ବଖାଣିଛନ୍ତି।
ମେ’ ୮ ତାରିଖରେ ଅନୁଭବ ଚିଠିଟିକୁ ବର୍ଷାଙ୍କ ନିକଟକୁ ମେଲ୍‌ କରିଥିଲେ। ‘ଜୟ ଜଗନ୍ନାଥ, ହାଏ ବର୍ଷା’ରୁ ଆରମ୍ଭ ହୋଇଛି ଲେଖା। ଉଭୟ ପରସ୍ପରକୁ କିପରି ଚିହ୍ନିଲେ ଓ କିଭଳି ସମ୍ପର୍କ ଆଗକୁ ବଢ଼ିଲା ତାହା ଏଥିରେ ଉଲ୍ଲେଖ କରିଛନ୍ତି। ଏକ ହନୁମାନ ଚାଳିଶା କାର୍ଯ୍ୟକ୍ରମରେ ବର୍ଷା ଯୋଗଦେଇଥିଲେ। ଏହି ଦିନ ବର୍ଷାଙ୍କୁ ଅନୁଭବ ବୁଲାଇ ନିଜ ଘର ଦେଖାଉଥିଲେ। ପରେ ଭିଦିଶା କ୍ରାଫ୍ଟ ବ୍ୟାନରରେ ୨୦୦୬ରେ ଉଭୟ ବଡ଼ ପରଦାକୁ ଆସିଥିଲେ। ୨୦୦୮ ପର୍ଯ୍ୟନ୍ତ କୌଣସି ସିନେମାରେ ଉଭୟ ଏକତ୍ର କାମ କରି ନ ଥିଲେ। ହେଲେ ୨୦୦୮ ଉଭୟଙ୍କ ଭାଗ୍ୟ ବଦଳାଇଥିଲା ବୋଲି ଅନୁଭବ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଏକଥା ବି ଲେଖିଛନ୍ତି ଯେ, ଭାଗ୍ୟ ସବୁଠାରୁ ଊର୍ଦ୍ଧ୍ୱରେ। ଭଗବାନଙ୍କ ଇଚ୍ଛା ଯୋଗୁ ୨୦୦୮ରେ ଉଭୟ ଗୋଟିଏ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଓ ନାୟକ ଭାବେ କାର୍ଯ୍ୟ କରିଥିଲେ। ଯେଉଁ ଚଳଚ୍ଚିତ୍ରଟି ଓଲିଉଡରେ ବ୍ଲକବଷ୍ଟର ମାନ୍ୟତା ପାଇଥିଲା। ସେହିବର୍ଷ ହିଁ ଉଭୟଙ୍କ ସମ୍ପର୍କର ମୂଳଦୁଆ ପଡ଼ିଥିଲା। ୨୦୧୩ ମେ’ ୨୭ରେ ଉଭୟଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। ପରସ୍ପରର ପରିବାର ଏହି କାର୍ଯ୍ୟକୁ କିପରି ଆଗକୁ ନେଇଥିଲେ ତାହା ଚିଠିରେ ଲେଖାଯାଇଛି। ମଦ ପିଇବା ପ୍ରସଙ୍ଗକୁ ମଧ୍ୟ ଚିଠିରେ ସ୍ଥାନ ଦେଇଛନ୍ତି ଅନୁଭବ। ‘ମୁଁ ଖୁସିରେ ମଦ ପିଏନି, କେବଳ ଶୋଇବା ପାଇଁ ମଦପିଏ। ହେଲେ ଆମ ସମ୍ପର୍କ ଆରମ୍ଭ ହେବା ପରେ ମଦ ପିଇବା ଛାଡ଼ି ଦେଇଛି’ ବୋଲି ସେ ଲେଖିଛନ୍ତି। ପ୍ରେମ ପାଇଁ ଚିତ୍ର ଆଙ୍କିବାଠାରୁ ଆରମ୍ଭ କରି ରୋଷେଇ କରିବା ମଧ୍ୟ ଶିଖିଥିଲି। ଯାହା ପୂର୍ବରୁ କେବେ ମୁଁ କରି ନ ଥିଲି ବୋଲି ଚିଠିରେ ଲେଖାଯାଇଛି। ବିବାହ ପୂର୍ବରୁ ବର୍ଷାଙ୍କ ସଂଯମତାକୁ ଅନୁଭବ ସମ୍ମାନ ଜଣାନ୍ତି ବୋଲି ଲେଖିଛନ୍ତି।
ବର୍ଷାଙ୍କ ପ୍ରତି ନିଜର ଭଲପାଇବାକୁ ସମ୍ପୂର୍ଣ୍ଣ ଭାବେ ଅନୁଭବ ଚିଠିରେ ଉପସ୍ଥାପନ କରିଛନ୍ତି। ଏହାଛଡ଼ା ଏଥିରେ କିଛି ଅଭିମାନ ମଧ୍ୟ ରହିଛି। ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ମଧ୍ୟ ବର୍ଷା ଭଲ ଭାବେ ମୋ ସହ କଥା ହେଉ ନ ଥିଲେ ବୋଲି ଅନୁଭବଙ୍କ ଚିଠିରେ ଲେଖାଯାଇଛି। ଶେଷରେ ସାଇବାବା ତୁମର ସବୁ ଇଚ୍ଛା ପୂରଣ କରନ୍ତୁ ବୋଲି ଲେଖିଛନ୍ତି ଅନୁଭବ।
ଅନୁଭବଙ୍କ ମ୍ୟାନେଜର, ସହଯୋଗୀଙ୍କୁ ପଚରାଉଚରା-
ପୁରୀଘାଟ ଥାନାରେ ବର୍ଷା ଏତଲା ଦେବା ପରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଭବଙ୍କ ମ୍ୟାନେଜର ଖଗେନ୍ଦ୍ର ସାହୁ ଓ ସହଯୋଗୀ ସୁଜିତ ଦଳାଇଙ୍କୁ ପୋଲିସ ଡାକି ପଚରାଉଚରା କରିଛି। ବର୍ଷା ନିଜ ଏତଲାରେ ଦର୍ଶାଇଛନ୍ତି, ଗତ ୬ ତାରିଖ ଅପରାହ୍ନ ପ୍ରାୟ ୨.୪୦ ମିନିଟ୍‌ରେ ମୁଁ ବେଡ୍‌ରୁମରେ ଏକୁଟିଆ ଥିଲି। ରୋଷେୟା ଖାଇବା ଆଣି ଦେବାବେଳେ ସୁଜିତ ଆସି ଭିଡିଓ ରେକର୍ଡିଂ କରିଥିଲେ। ମୁଁ ବାରଣ କରିବା ସତ୍ତ୍ବେ ସେ ଭିଡିଓ ରେକର୍ଡିଂ ବନ୍ଦ କରି ନ ଥିଲେ। ଏହି ସମୟରେ ଖଗେନ୍ଦ୍ର ଡ୍ରଇଂ ରୁମ୍‌ରେ ଉପସ୍ଥିତ ଥିଲେ। ମୁଁ ଭୟଭୀତ ଓ ଲଜ୍ଜିତ ଅନୁଭବ କରି ପୋଲିସର ସହାୟତା ଲୋଡ଼ିଥିଲି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି।
ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଟୁଇଟ୍‌-


ମଙ୍ଗଳବାର ଅପରାହ୍ନରେ ଅନୁଭବ ଏକ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଏକ ଭିଡ଼ିଓ ଯୋଡ଼ିଛନ୍ତି। ଏଥିରେ ଅନୁଭବଙ୍କ ଘରେ ଗଣେଶପୂଜା ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗତ ଗଣେଶପୂଜା ଦିନର ଏହା ଭିଡିଓ। ଏଥିରେ ବର୍ଷା ଆଗରେ ବସିଛନ୍ତି। ବର୍ଷା ଘରୋଇ ହିଂସାର ଅଭିଯୋଗ ଉଠାଇଥିବାବେଳେ ଏହା ଏଭଳି କିଛି ବାର୍ତ୍ତା ଦେଉଛି କି ନାହିଁ ବୋଲି ଅନୁଭବ ଟୁଇଟ୍‌ରେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri