Categories: ଫୁରସତ

ସାପ ବିଷରେ ତିଆରି ହେଉଛି ଆଣ୍ଟିଡୋଟ

ସାପ ଏବଂ ସାପର ବିଷ ଅତ୍ୟନ୍ତ ମାରାତ୍ମକ ବୋଲି ଆମେ ଆଗରୁ ଶୁଣିଛେ। ହେଲେ ଜାଣିଛନ୍ତି କି ସାପ ବିଷରୁ ଅନେକ ଗୁଡିଏ ଔଷଧ ତିଆରି କରାଯାଏ। ଏପରିକି ଆଣ୍ଟିଡୋଟ ତିଆରି କରିବା ପାଇଁ ସାପର ବିଷ ବ୍ୟବହାର କରାଯାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସାପର ବିଷ କିପରି ବାହାର କରାଯାଏ, ତା’ର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଆଇଏଏସ ଅଧିକାରୀ ସୁପ୍ରିୟା ସାହୁ ଶେୟାର କରିଛନ୍ତି। ଯାହାକୁ ଦେଖିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଭିଡିଓରେ ଏକ ସାପକୁ ଆଣି ବିଷ ବାହାର କରାଯାଉଥିବା ଦେଖାଯାଇଛି। ଇରୁଲା ଜନଜାତଙ୍କ ବିଷୟରେ ଦେଖିବାକୁ ଗଲେ, ସେମାନେ ସାପର ବିଷ ବାହାର କରିବା ଏବଂ ଔଷଧ ତିଆରି କରିବା ପାଇଁ ସରକାରଙ୍କଠାରୁ ବିଶେଷ ଅନୁମତି ପାଇଛନ୍ତି।

Share