ପୁଟିନ୍‌ ବିରୋଧୀ ଉଦ୍ଧାର

ଭୁବନେଶ୍ବର, ୧ା୧(ବ୍ୟୁରୋ): ଓଡ଼ିଶା ବୁଲିବାକୁ ଆସିଥିବା ରୁଷୀୟ ନାଗରିକ ଆଣ୍ଟୋଭ ପାଭେଲ(୬୫) ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର୍‌ ବିଦାନୋଭ(୬୧)ଙ୍କ ମୃତ୍ୟୁ ପଛର କାରଣ ଏଯାବତ୍‌ ସ୍ପଷ୍ଟ ହୋଇପାରି ନ ଥିବାବେଳେ ଭୁବନେଶ୍ୱର ରେଳ ଷ୍ଟେଶନରେ ପ୍ଲାକାର୍ଡ ଧରି ବୁଲୁଥିବା ଜଣେ ରୁଷୀୟ ଶରଣାର୍ଥୀଙ୍କୁ ଜିଆରପି ଶନିବାର ଉଦ୍ଧାର କରିଛି। ସମ୍ପୃକ୍ତ ଶରଣାର୍ଥୀ ଜଣଙ୍କ ହେଲେ ରୁଷୀୟ ପର୍ଯ୍ୟଟକ ଗ୍ଲାଗୋଲେଭ ଆଣ୍ଡ୍ର୍ୟୁ। ସେ ଗତ ୩ମାସ ତଳେ ପୁରୀ ଆସିଥିବାବେଳେ କିଛି ଦିନ ହେବ ଭୁବନେଶ୍ୱର ରେଳ ଷ୍ଟେଶନରେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳୁଥିଲା।
ସୂଚନାଯୋଗ୍ୟ, ଗ୍ଲାଗୋଲେଭ ୨୦୧୬ ମାର୍ଚ୍ଚ ୨୭ରେ ୬ମାସ ପାଇଁ ଟୁରିଷ୍ଟ ଭିଜା ନେଇ ଭାରତ ଆସିଥିଲେ। ସେ ପ୍ରଥମେ ଉତ୍ତରପ୍ରଦେଶ ବୃନ୍ଦାବନରେ ରହୁଥିଲେ। ୫ବର୍ଷ ତଳେ ପ୍ରଥମ ଥର ପାଇଁ ସେ ପୁରୀ ଆସିଥିଲେ। ଏଠାରେ ୩ମାସ ରହିବା ପରେ ସେ ବୃନ୍ଦାବନ ଫେରି ଯାଇଥିଲେ। ଗତ ୩ମାସ ତଳେ ପୁଣି ପୁରୀ ଆସି ଏକ ଆଶ୍ରୟ ଗୃହରେ ରହୁଥିଲେ। ଗତ କିଛି ଦିନ ହେବ ପୁରୀ ଗଙ୍ଗାରାମ ନୂଆସାହିର ଦେବାଶିଷ ଖୁଣ୍ଟିଆଙ୍କ ଘରେ ରହୁଛନ୍ତି। ଗ୍ଲାଗୋଲେଭ ନୂଆଦିଲ୍ଲୀସ୍ଥିତ ୟୁନାଇଟେଡ ନେଶନ ଫର ହାଇ କମିଶନର ଫର ରିଫ୍ୟୁଜି(ୟୁଏନ୍‌ଏଚ୍‌ଆର୍‌ସିଆର)କୁ ଶରଣାର୍ଥୀ ମାନ୍ୟତା ପାଇଁ ଆବେଦନ କରିଥିଲେ, ଯାହାକି ବିଚାରାଧୀନ ରହିଛି। ସେ ଭାରତରେ ଶରଣାର୍ଥୀଭାବେ ରହିବା ପାଇଁ ୟୁଏନ୍‌ଏଚ୍‌ଆର୍‌ସିଆର ଦ୍ୱାରା ସର୍ବଶେଷ ପ୍ରମାଣପତ୍ର ପାଇଛନ୍ତି, ଯାହାର ବୈଧତା ୨୯।୯।୨୦୨୨ରୁ ୨୮।୯।୨୦୨୩ ପର୍ଯ୍ୟନ୍ତ ରହିଛି। ଏ ସମ୍ପର୍କରେ ସବିଶେଷ ତଦନ୍ତ ରିପୋର୍ଟ ହାଇଦ୍ରାବାଦସ୍ଥିତ ଏଫ୍‌ଆର୍‌ଆର୍‌ଓଙ୍କୁ ପ୍ରଦାନ କରାଯାଇଛି। ଗ୍ଲାଗୋଲେଭଙ୍କ ଅନୁରୋଧ ଓ ଇଚ୍ଛା ମୁତାବକ ପୁରୀରେ ତାଙ୍କ ପସନ୍ଦର ରହିବା ସ୍ଥାନରେ ନେଇ ଛଡ଼ା ଯିବାର ବ୍ୟବସ୍ଥା କରାଯିବା ସହ ଏସମ୍ପର୍କରେ ପୁରୀ ଜିଲା ପ୍ରଶାସନକୁ ଅବଗତ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜିଆର୍‌ପି ଥାନା ଆଇଆଇସି ଜୟଦେବ ବିଶ୍ୱଜିତ୍‌ଙ୍କ କହିବା ହେଲା ଗ୍ଲାଗୋଲେଭଙ୍କ ଭିସା ୧୦।୯।୨୦୧୬ ପର୍ଯ୍ୟନ୍ତ ବୈଧ ଥିଲା। ସେ ପୁନଃ ଭିସା ଅବଧି ବଢାଇବା ପାଇଁ ୟୁଏନ୍‌କୁ ଆବେଦନ କରିଛନ୍ତି। ଆବେଦନ ପରେ ରହଣି ପାଇଁ ଅନୁମତି ମିଳିଛି ନା ନାହିଁ ତାହାର ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଛି। ଏଯାବତ୍‌ ତାଙ୍କଠାରୁ କିଛି ସନ୍ଦେହଜନକ ତଥ୍ୟ ମିଳିନାହିଁ ବୋଲି ବିଶ୍ୱଜିତ କହିଛନ୍ତି।
ଗତ ସପ୍ତାହରେ ରାୟଗଡ଼ା ବୁଲିବାକୁ ଆସିଥିବା ୨ ରୁଷୀୟ ପର୍ଯ୍ୟଟକଙ୍କ ୨ଦିନ ମଧ୍ୟରେ ମୃତ୍ୟୁ ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ଏହାର ତଦନ୍ତ କରୁଛି। ଏତିକିବେଳେ ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେଶନରେ ଶରଣାର୍ଥୀ ଗ୍ଲାଗୋଲେଭ ଏକ ପ୍ଲାକାର୍ଡ ଧରି ଛିଡ଼ା ହୋଇଥିବା ନଜରକୁ ଆସିଥିଲେ। ଯେଉଁଥିରେ ସେ ‘ମୁଁ ଜଣେ ରୁଷୀୟ ଶରଣାର୍ଥୀ। ଯୁଦ୍ଧକୁ ବିରୋଧ କରେ। ଏହାସହ ମୁଁ ରାଷ୍ଟ୍ରପତି ପୁଟିନଙ୍କ ବିରୋଧୀ। ମୋର ଘର ଦ୍ୱାର ନାହିଁ । ଦୟାକରି ମୋତେ ସାହାଯ୍ୟ କର’ ବୋଲି ପ୍ଲାକାର୍ଡରେ ଲେଖି ବୁଲୁଥିଲେ। କିନ୍ତୁ ତା’ପରଦିନ ପୁଣି ଷ୍ଟେଶନରୁ କୁଆଡ଼େ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri