Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୫ା୧୧: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଓଡ଼ିଶା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ଶାଖା ପକ୍ଷରୁ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଉକ୍ତ ପଦଯାତ୍ରାରେ ବିଏସ୍‌ଏନ୍‌ଏଲ୍‌ର ଓଡ଼ିଶା ଶାଖା ମୁଖ୍ୟ ମହାପ୍ରବନ୍ଧକ ଟେଲିକମ୍‌ ରୁଦ୍ରନାରାୟଣ ପଲେଇ, ଉପମହାପ୍ରବନ୍ଧକ (ଦୁର୍ନୀତି ନିବାରଣ) କାର୍ତ୍ତିକ ଚରଣ ପତିଙ୍କ ସମେତ ବିଏସ୍‌ଏନ୍‌ଏଲ୍‌ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ। ବିଶେଷକରି ‘ଭ୍ରଷ୍ଟାଚାର ମୁକ୍ତ ଭାରତ-ବିକଶିତ ଭାରତ’ ବିଷୟବସ୍ତୁର ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ଧରି ଏହାର ପ୍ରତିଯୋଗୀମାନେ ଜନସଚେତନତା ସୃଷ୍ଟି କରିଥିଲେ। ଉକ୍ତ ପଦଯାତ୍ରା ସମୟରେ ଦୁର୍ନୀତି ନିରାକରଣ ପାଇଁ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା।

Share