Posted inUncategorized

ଦୁର୍ନୀତିନାଶିନୀ

ଦୁର୍ନୀତି ଅନ୍ୟତମ ବିଶ୍ୱ ସମସ୍ୟା ହୋଇ ଠିଆହୋଇଛି। ଉତ୍ତମ ଶାସନ, ନିରାପତ୍ତା ଓ ଅର୍ଥନୈତିକ ସ୍ଥିରତା ପ୍ରତି ଏହା ସର୍ବଦା ଧକ୍କା ପହଞ୍ଚାଇ ଆସୁଥିବାରୁ ତାହାକୁ ପ୍ରତିହତ କରିବା ଲାଗି ଅନ୍ତର୍ଜାତୀୟ ପ୍ରଚେଷ୍ଟା ଜରୁରୀ। ୨୦୧୮ରେ ଜାତିସଂଘ ପକ୍ଷରୁ କରାଯାଇଥିତ୍ବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିଶ୍ୱରେ ପ୍ରତ୍ୟେକ ବର୍ଷ ୧ ଟ୍ରିଲିୟନ ବା ୧ ଲକ୍ଷ କୋଟି ଆମେରିକୀୟ ଡଲାର ଲାଞ୍ଚ କାରବାର ହେଉଥିବା ବେଳେ ପ୍ରାୟ ୨.୬ ଟ୍ରିଲିୟନ ଆମେରିକୀୟ ଡଲାର ଦୁର୍ନୀତି ମାଧ୍ୟମରେ ହଡ଼ପ ହୋଇଯାଉଛି। ଏତକ ଅର୍ଥକୁ ହିସାବ କରାଗଲେ ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫ ପ୍ରତିଶତରୁ ଅଧିକ ହେବ। ବିକାଶଶୀଳ ଦେଶ କଥା ଦେଖିଲେ ସରକାରୀ ଉନ୍ନତି ଲାଗି ଖର୍ଚ୍ଚ କରାଯାଉଥିବା ଅର୍ଥର ୧୦ ଗୁଣା ଦୁର୍ନୀତିରେ ଯାଉଛି। ତେଣୁ ଏହି ଦୁର୍ନୀତିରୂପୀ ମହାବିପତ୍ତିରୁ ରକ୍ଷା ପାଇବା ପାଇଁ ଏବେ ଆମେରିକାର ଜୋ ବାଇଡେନ ପ୍ରଶାସନ ପଦକ୍ଷେପ ନେଇଛି। ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ଜେ. ବ୍ଲିଙ୍କେନ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଦୁର୍ନୀତି ହଟେଇବା ପାଇଁ ନେତୃତ୍ୱ ନେଉଛନ୍ତି, ସାହସ ଦେଖାଉଛନ୍ତି ଏବଂ ନିଜ ଦେଶରେ ସ୍ବଚ୍ଛତା ବଜାୟ ରଖିବା ସହିତ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ଉଦ୍ୟମ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ସମର୍ଥନ ଦେବା ସକାଶେ ଅନ୍ତର୍ଜାତୀୟ ଦୁର୍ନୀତିନିରୋଧୀ ଚାମ୍ପିୟନ ପୁରସ୍କାର (ଇଣ୍ଟରନ୍ୟାଶନାଲ ଆଣ୍ଟି କରପ୍‌ଶନ ଚାମ୍ପିୟନ୍ସ ଆଓ୍ବାର୍ଡ) ଶୁଭାରମ୍ଭ କରାଯାଇଛି। ବିଭିନ୍ନ ଦେଶର ୧୨ ଜଣ ଏଭଳି ବ୍ୟକ୍ତିତ୍ୱଙ୍କୁ ଆମେରିକା ସମ୍ମାନିତ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ସାମାଜିକ କର୍ମୀ ଅଞ୍ଜଳି ଭରଦ୍ୱାଜ ସ୍ଥାନ ପାଇବା ନିଶ୍ଚିତ ଭାବେ ଦେଶ ପାଇଁ ଗୌରବର କଥା।
୧୯୭୩ରେ ଜନ୍ମଗ୍ରହଣ କରିଥିବା ଅଞ୍ଜଳି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍‌ଏସ୍‌ସି ଏବଂ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ନିଜକୁ ଦୁର୍ନୀତି ବିରୋଧରେ ସଂଗ୍ରାମ କରିବା ଲାଗି ସାହସ ଜୁଟାଇଥିଲେ। ଭାରତରେ ସୂଚନା ଅଧିକାର ଆନ୍ଦୋଳନରେ ୧୯୯୯ରୁ ସେ ନିଜକୁ ସାମିଲ କରିଆସିଛନ୍ତି। ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତା ଆଣିବା ଦିଗରେ ଅଞ୍ଜଳି ଏକ ସ୍ବର ମଧ୍ୟ ପାଲଟି ଯାଇଛନ୍ତି। ଜନସାଧାରଣଙ୍କ ସୂଚନା ଅଧିକାର ସଂକ୍ରାନ୍ତ ଜାତୀୟ ଅଭିଯାନ (ଏନ୍‌ସିପିଆର୍‌ଆଇ)ର ସେ ସହ-ଆବାହକ ଅଛନ୍ତି। ସୂଚନା ଅଧିକାର ଆଇନ-୨୦୦୫, ହ୍ବିସିଲ ବ୍ଲୋୟର୍ସ ପ୍ରୋଟେକ୍‌ଶନ ଆଇନ-୨୦୧୧, ଦି ଲୋକପାଳ ଓ ଆୟୁକ୍ତ ଆଇନ-୨୦୧୩ ଏବଂ ଅଭିଯୋଗ ସମାଧାନ ବିଲ୍‌ ଦିଗରେ ଅଞ୍ଜଳି ନିଷ୍ଠାପର ଭାବେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ସତର୍କ ନାଗରିକ ସଙ୍ଗଠନ (ଏସ୍‌ଏନ୍‌ଏସ୍‌)ର ପ୍ରତିଷ୍ଠାତା ସଦସ୍ୟ। ୨୦୦୩ରେ ଗଢ଼ି ଉଠିଥିବା ଏହି ସଙ୍ଗଠନ ସୂଚନା ଅଧିକାର ଆଇନ ବଳରେ ଭାରତ ସରକାରଙ୍କ ଉତ୍ତରଦାୟିତ୍ୱ ବଢ଼ାଇବା ଦିଗରେ ପ୍ରୟାସରତ। ଏସ୍‌ଏନ୍‌ଏସ୍‌ ଆଇନ ପ୍ରଣେତାଙ୍କ ପ୍ରଦର୍ଶନର ରିପୋର୍ଟ କାର୍ଡ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ ତାହା ଗଣମାଧ୍ୟମରେ ପ୍ରକାଶିତ ହେବା ଅଞ୍ଜଳିଙ୍କ ଦକ୍ଷତାର ପରିଚୟ ଦେଇଛି। ୨୦୦୮ରେ ଗଠିତ ଆର୍‌ଟିଆଇ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆଡ୍‌ଭୋକେସି (ଆର୍‌ଏଏଜି)ରେ କାମ କରି ସେ ଆର୍‌ଟିଆଇ କାର୍ଯ୍ୟକାରିତାରେ ଅଭିନବ ପ୍ରୟୋଗ କରିଛନ୍ତି।
୪୮ ବର୍ଷ ବୟସରେ ସେ ଅନେକ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି। ୨୦୦୯ରେ ସାମାଜିକ ଉଦ୍ୟୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଅଶୋକା ଫେଲୋଶିପ୍‌ ସମ୍ମାନ ତାଙ୍କୁ ସର୍ବତ୍ର ପରିଚିତ କରାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ଆର୍‌ଟିଆଇ ଆଇନ ବଳରେ ସେ ନେଇଥିବା ପଦକ୍ଷେପ ଯୋଗୁ ଏହି ପୁରସ୍କାର ପାଇଥିଲେ। ସେହିଭଳି ୨୦୧୧ରେ ଶାସନ କ୍ଷେତ୍ରରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବାରେ ତାଙ୍କ ଅବଦାନକୁ ସ୍ବୀକୃତି ସ୍ବରୂପ ଅନର୍‌ ରୋଲ୍‌ ଅଫ୍‌ ଲେଡି ଶ୍ରୀରାମ କଲେଜ ଆଖ୍ୟା ଦିଆଯାଇଥିଲା। ଗଣମାଧ୍ୟମରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଉପରେ ତାଙ୍କ ଲେଖା ପ୍ରକାଶ ପାଇଚାଲିଛି। ଏବେ ତାଙ୍କୁ ଆମେରିକା ପକ୍ଷରୁ ଇଣ୍ଟରନ୍ୟାଶନାଲ ଆଣ୍ଟି କରପ୍‌ଶନ ଚାମ୍ପିୟନ୍ସ ଆଓ୍ବାର୍ଡ ମିଳିବା ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ଉଜ୍ଜ୍ୱଳ କରି ଦେଇଛି। ଅତଏବ ସାମାଜିକ ନେତୃତ୍ୱ ନେବା ଦିଗରେ ଯେଉଁ ଯୁବବର୍ଗ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ଅଞ୍ଜଳି ପ୍ରେରଣାଦାୟୀ ପାଲଟିଯିବା ସ୍ବାଭାବିକ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri