Posted inUncategorized

ଦୁର୍ନୀତିନାଶିନୀ

ଦୁର୍ନୀତି ଅନ୍ୟତମ ବିଶ୍ୱ ସମସ୍ୟା ହୋଇ ଠିଆହୋଇଛି। ଉତ୍ତମ ଶାସନ, ନିରାପତ୍ତା ଓ ଅର୍ଥନୈତିକ ସ୍ଥିରତା ପ୍ରତି ଏହା ସର୍ବଦା ଧକ୍କା ପହଞ୍ଚାଇ ଆସୁଥିବାରୁ ତାହାକୁ ପ୍ରତିହତ କରିବା ଲାଗି ଅନ୍ତର୍ଜାତୀୟ ପ୍ରଚେଷ୍ଟା ଜରୁରୀ। ୨୦୧୮ରେ ଜାତିସଂଘ ପକ୍ଷରୁ କରାଯାଇଥିତ୍ବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିଶ୍ୱରେ ପ୍ରତ୍ୟେକ ବର୍ଷ ୧ ଟ୍ରିଲିୟନ ବା ୧ ଲକ୍ଷ କୋଟି ଆମେରିକୀୟ ଡଲାର ଲାଞ୍ଚ କାରବାର ହେଉଥିବା ବେଳେ ପ୍ରାୟ ୨.୬ ଟ୍ରିଲିୟନ ଆମେରିକୀୟ ଡଲାର ଦୁର୍ନୀତି ମାଧ୍ୟମରେ ହଡ଼ପ ହୋଇଯାଉଛି। ଏତକ ଅର୍ଥକୁ ହିସାବ କରାଗଲେ ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫ ପ୍ରତିଶତରୁ ଅଧିକ ହେବ। ବିକାଶଶୀଳ ଦେଶ କଥା ଦେଖିଲେ ସରକାରୀ ଉନ୍ନତି ଲାଗି ଖର୍ଚ୍ଚ କରାଯାଉଥିବା ଅର୍ଥର ୧୦ ଗୁଣା ଦୁର୍ନୀତିରେ ଯାଉଛି। ତେଣୁ ଏହି ଦୁର୍ନୀତିରୂପୀ ମହାବିପତ୍ତିରୁ ରକ୍ଷା ପାଇବା ପାଇଁ ଏବେ ଆମେରିକାର ଜୋ ବାଇଡେନ ପ୍ରଶାସନ ପଦକ୍ଷେପ ନେଇଛି। ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ଜେ. ବ୍ଲିଙ୍କେନ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଦୁର୍ନୀତି ହଟେଇବା ପାଇଁ ନେତୃତ୍ୱ ନେଉଛନ୍ତି, ସାହସ ଦେଖାଉଛନ୍ତି ଏବଂ ନିଜ ଦେଶରେ ସ୍ବଚ୍ଛତା ବଜାୟ ରଖିବା ସହିତ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ଉଦ୍ୟମ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ସମର୍ଥନ ଦେବା ସକାଶେ ଅନ୍ତର୍ଜାତୀୟ ଦୁର୍ନୀତିନିରୋଧୀ ଚାମ୍ପିୟନ ପୁରସ୍କାର (ଇଣ୍ଟରନ୍ୟାଶନାଲ ଆଣ୍ଟି କରପ୍‌ଶନ ଚାମ୍ପିୟନ୍ସ ଆଓ୍ବାର୍ଡ) ଶୁଭାରମ୍ଭ କରାଯାଇଛି। ବିଭିନ୍ନ ଦେଶର ୧୨ ଜଣ ଏଭଳି ବ୍ୟକ୍ତିତ୍ୱଙ୍କୁ ଆମେରିକା ସମ୍ମାନିତ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ସାମାଜିକ କର୍ମୀ ଅଞ୍ଜଳି ଭରଦ୍ୱାଜ ସ୍ଥାନ ପାଇବା ନିଶ୍ଚିତ ଭାବେ ଦେଶ ପାଇଁ ଗୌରବର କଥା।
୧୯୭୩ରେ ଜନ୍ମଗ୍ରହଣ କରିଥିବା ଅଞ୍ଜଳି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍‌ଏସ୍‌ସି ଏବଂ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ନିଜକୁ ଦୁର୍ନୀତି ବିରୋଧରେ ସଂଗ୍ରାମ କରିବା ଲାଗି ସାହସ ଜୁଟାଇଥିଲେ। ଭାରତରେ ସୂଚନା ଅଧିକାର ଆନ୍ଦୋଳନରେ ୧୯୯୯ରୁ ସେ ନିଜକୁ ସାମିଲ କରିଆସିଛନ୍ତି। ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତା ଆଣିବା ଦିଗରେ ଅଞ୍ଜଳି ଏକ ସ୍ବର ମଧ୍ୟ ପାଲଟି ଯାଇଛନ୍ତି। ଜନସାଧାରଣଙ୍କ ସୂଚନା ଅଧିକାର ସଂକ୍ରାନ୍ତ ଜାତୀୟ ଅଭିଯାନ (ଏନ୍‌ସିପିଆର୍‌ଆଇ)ର ସେ ସହ-ଆବାହକ ଅଛନ୍ତି। ସୂଚନା ଅଧିକାର ଆଇନ-୨୦୦୫, ହ୍ବିସିଲ ବ୍ଲୋୟର୍ସ ପ୍ରୋଟେକ୍‌ଶନ ଆଇନ-୨୦୧୧, ଦି ଲୋକପାଳ ଓ ଆୟୁକ୍ତ ଆଇନ-୨୦୧୩ ଏବଂ ଅଭିଯୋଗ ସମାଧାନ ବିଲ୍‌ ଦିଗରେ ଅଞ୍ଜଳି ନିଷ୍ଠାପର ଭାବେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ସତର୍କ ନାଗରିକ ସଙ୍ଗଠନ (ଏସ୍‌ଏନ୍‌ଏସ୍‌)ର ପ୍ରତିଷ୍ଠାତା ସଦସ୍ୟ। ୨୦୦୩ରେ ଗଢ଼ି ଉଠିଥିବା ଏହି ସଙ୍ଗଠନ ସୂଚନା ଅଧିକାର ଆଇନ ବଳରେ ଭାରତ ସରକାରଙ୍କ ଉତ୍ତରଦାୟିତ୍ୱ ବଢ଼ାଇବା ଦିଗରେ ପ୍ରୟାସରତ। ଏସ୍‌ଏନ୍‌ଏସ୍‌ ଆଇନ ପ୍ରଣେତାଙ୍କ ପ୍ରଦର୍ଶନର ରିପୋର୍ଟ କାର୍ଡ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ ତାହା ଗଣମାଧ୍ୟମରେ ପ୍ରକାଶିତ ହେବା ଅଞ୍ଜଳିଙ୍କ ଦକ୍ଷତାର ପରିଚୟ ଦେଇଛି। ୨୦୦୮ରେ ଗଠିତ ଆର୍‌ଟିଆଇ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆଡ୍‌ଭୋକେସି (ଆର୍‌ଏଏଜି)ରେ କାମ କରି ସେ ଆର୍‌ଟିଆଇ କାର୍ଯ୍ୟକାରିତାରେ ଅଭିନବ ପ୍ରୟୋଗ କରିଛନ୍ତି।
୪୮ ବର୍ଷ ବୟସରେ ସେ ଅନେକ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି। ୨୦୦୯ରେ ସାମାଜିକ ଉଦ୍ୟୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଅଶୋକା ଫେଲୋଶିପ୍‌ ସମ୍ମାନ ତାଙ୍କୁ ସର୍ବତ୍ର ପରିଚିତ କରାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ଆର୍‌ଟିଆଇ ଆଇନ ବଳରେ ସେ ନେଇଥିବା ପଦକ୍ଷେପ ଯୋଗୁ ଏହି ପୁରସ୍କାର ପାଇଥିଲେ। ସେହିଭଳି ୨୦୧୧ରେ ଶାସନ କ୍ଷେତ୍ରରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବାରେ ତାଙ୍କ ଅବଦାନକୁ ସ୍ବୀକୃତି ସ୍ବରୂପ ଅନର୍‌ ରୋଲ୍‌ ଅଫ୍‌ ଲେଡି ଶ୍ରୀରାମ କଲେଜ ଆଖ୍ୟା ଦିଆଯାଇଥିଲା। ଗଣମାଧ୍ୟମରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଉପରେ ତାଙ୍କ ଲେଖା ପ୍ରକାଶ ପାଇଚାଲିଛି। ଏବେ ତାଙ୍କୁ ଆମେରିକା ପକ୍ଷରୁ ଇଣ୍ଟରନ୍ୟାଶନାଲ ଆଣ୍ଟି କରପ୍‌ଶନ ଚାମ୍ପିୟନ୍ସ ଆଓ୍ବାର୍ଡ ମିଳିବା ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ଉଜ୍ଜ୍ୱଳ କରି ଦେଇଛି। ଅତଏବ ସାମାଜିକ ନେତୃତ୍ୱ ନେବା ଦିଗରେ ଯେଉଁ ଯୁବବର୍ଗ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ଅଞ୍ଜଳି ପ୍ରେରଣାଦାୟୀ ପାଲଟିଯିବା ସ୍ବାଭାବିକ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri