ଆନ୍ତଃ ଜିଲା ଗଞ୍ଜେଇ ଚାଲାଣ ରର୍ଦ୍ଦାକେଟ ପର୍ଦ୍ଦାଫାଶ

ଢେଙ୍କାନାଳ,୧୭ା୯(ରତନ ନାୟାର)ଢେଙ୍କାନାଳ ଜିଲା ସଦର ଥାନା ପୋଲିସ ଶୁକ୍ରବାର ରାତିରେ ଆନ୍ତଃଜିଲା ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଧାଫାଶ କରିଛି। କନ୍ଧମାଳ ଜିଲା ଅଞ୍ଚଳରୁ ଢେଙ୍କାନାଳ ଏବଂ କଟକ ଜିଲାର ଟାଙ୍ଗି ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଢେଙ୍କାନାଳ ଜିଲା ସଦର ଥାନା କାଇମାଟି-ବେଲଟିକିିରି ରାସ୍ତାରୁ ପୋଲିସ ୨ଟି କାର ସହ ୪୫ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଘଟଣାସ୍ଥଳରୁ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଓ ନୟାଗଡ ଜିଲା ଗଣିଆ ଥାନା ଅଞ୍ଚଳର ବୋଲି ଜଣାପଡିଛି। ତେବେ ଫୁଲବାଣୀ ଜେଲରେ ଏକ ଆପରାଧିକ ମାମଲାରେ ସଜା କାଟୁଥିବା ଜଣେ କଏଦୀ ପାରୋଲରେ ଘରକୁ ଆସି ଗଞ୍ଜେଇ ଚୋରାଚାଲାଣରେ ସାମିଲ ହୋଇଥିବା ଶନିବାର ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଏକ କାର୍‌ରେ ୩ଟି ବସ୍ତାରେ ୪୫କେଜି ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା। ଅନ୍ୟ ଏକ କାର୍‌ ତାହାକୁ ସୁରକ୍ଷା ଯୋଗାଇ ଦେଉଥିଲା। ଏ ନେଇ ଖବର ମିଳିବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ସଦର ଏସ୍‌ଡିପିଓ ବିଭୂତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଥାନା ଅଧିକାରୀ ପ୍ରଦୀପ କୁମାର ପ୍ରଧାନ, ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠୀ ଓ ସଦର ଥାନା ଏସ୍‌ଆଇ ଅରୁଣ ଦେହୁରୀଙ୍କ ସମେତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ କାଇମାଟି-ବେଲଟିକିରି ରାସ୍ତାରେ ୨ଟି କାର୍‌ (ନଂ. ଓଆର.୦୨-ବିଟି-୩୩୮୮, ଓଡି.୦୨-ବିବି-୮୭୫୧) କୁ ଅଟକାଇ ଯାଞ୍ଚ କରିବା ସହ ତାହାକୁ ଜବତ କରିଥିଲେ। ଏଥିସହ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା କାମ୍ବପଡା ଗ୍ରାମର ଅଜୟ ମାଝି(୨୮) ଓ ହାତୀଲାମ୍ବା ଗ୍ରାମର ଅଶୋକ ମଲ୍ଲିକ(୨୪), ନୟାଗଡ ଜିଲା ଗଣିଆ ଥାନା ଆତାପତା ଗ୍ରାମର ଦୁର୍ଗାଚରଣ ଦାସ(୪୨) ଓ ଡୁମାଡା ଗ୍ରାମର ଅନୁଜ ମହାରଣା(୨୪), ଢେଙ୍କାନାଳ ଜିଲା ସଦର ଥାନା ଦୁର୍ଗାପ୍ରସାଦ ଗ୍ରାମର ପି ସୁବାସଚନ୍ଦ୍ର ଦୋରା(୪୦)ଙ୍କୁ ଗିରଫ କରିଥିଲେ। ଫିରିଙ୍ଗିଆ ଥାନା ଆମ୍ବପଡା ଗ୍ରାମର ଅଜୟ ମାଝିଙ୍କ ନାମରେ ବହୁ ଏନ୍‌ଡିପିଏସ୍‌ ମାମଲା ଫିରିଙ୍ଗିଆ ଥାନାରେ ରହିଛି ା ସେ ଜଣେ ପେଷାଦାର ଚୋରା ଗଞ୍ଜେଇ ବ୍ୟବସାୟୀ ବୋଲି ଏସ୍‌ପି କହିଥିଲେ। ସେହିପରି ନୟାଗଡ ଜିଲା ଗଣିଆ ତାନା ଆତାପତା ଗ୍ରାମର ଦୁର୍ଗାଚରଣ ଦାସ ଏକ ଆପରାଧିକ ମାମଲାରେ ଫୁଲବାଣୀ ଜେଲରୁ ପାରୋଲରେ ଆସି ଗଞ୍ଜେଇ ଚୋରାଚାଲାଣରେ ସାମିଲ ହୋଇଥିଲେ। ଏ ସଂକ୍ରାନ୍ତରେ ସଦର ଥାନାରେ ନଂ. ୭୮୪ା୨୩ରେ ମାମଲା ରୁଜୁ କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ ଓ ଭବାନୀ ଶଙ୍କର ଉଦଗାତା, ସଦର ଏସ୍‌ଡିପିଓ ବିଭୂତି ଭୂଷଣ ମହାପାତ୍ର, ସଦର ଥାନା ଅଧିକାରୀ ପ୍ରଦୀପ ପ୍ରଧାନପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri