ଆନ୍ତଃ ଜିଲା ଗଞ୍ଜେଇ ଚାଲାଣ ରର୍ଦ୍ଦାକେଟ ପର୍ଦ୍ଦାଫାଶ

ଢେଙ୍କାନାଳ,୧୭ା୯(ରତନ ନାୟାର)ଢେଙ୍କାନାଳ ଜିଲା ସଦର ଥାନା ପୋଲିସ ଶୁକ୍ରବାର ରାତିରେ ଆନ୍ତଃଜିଲା ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଧାଫାଶ କରିଛି। କନ୍ଧମାଳ ଜିଲା ଅଞ୍ଚଳରୁ ଢେଙ୍କାନାଳ ଏବଂ କଟକ ଜିଲାର ଟାଙ୍ଗି ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଢେଙ୍କାନାଳ ଜିଲା ସଦର ଥାନା କାଇମାଟି-ବେଲଟିକିିରି ରାସ୍ତାରୁ ପୋଲିସ ୨ଟି କାର ସହ ୪୫ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଘଟଣାସ୍ଥଳରୁ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଓ ନୟାଗଡ ଜିଲା ଗଣିଆ ଥାନା ଅଞ୍ଚଳର ବୋଲି ଜଣାପଡିଛି। ତେବେ ଫୁଲବାଣୀ ଜେଲରେ ଏକ ଆପରାଧିକ ମାମଲାରେ ସଜା କାଟୁଥିବା ଜଣେ କଏଦୀ ପାରୋଲରେ ଘରକୁ ଆସି ଗଞ୍ଜେଇ ଚୋରାଚାଲାଣରେ ସାମିଲ ହୋଇଥିବା ଶନିବାର ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଏକ କାର୍‌ରେ ୩ଟି ବସ୍ତାରେ ୪୫କେଜି ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା। ଅନ୍ୟ ଏକ କାର୍‌ ତାହାକୁ ସୁରକ୍ଷା ଯୋଗାଇ ଦେଉଥିଲା। ଏ ନେଇ ଖବର ମିଳିବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ସଦର ଏସ୍‌ଡିପିଓ ବିଭୂତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଥାନା ଅଧିକାରୀ ପ୍ରଦୀପ କୁମାର ପ୍ରଧାନ, ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠୀ ଓ ସଦର ଥାନା ଏସ୍‌ଆଇ ଅରୁଣ ଦେହୁରୀଙ୍କ ସମେତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ କାଇମାଟି-ବେଲଟିକିରି ରାସ୍ତାରେ ୨ଟି କାର୍‌ (ନଂ. ଓଆର.୦୨-ବିଟି-୩୩୮୮, ଓଡି.୦୨-ବିବି-୮୭୫୧) କୁ ଅଟକାଇ ଯାଞ୍ଚ କରିବା ସହ ତାହାକୁ ଜବତ କରିଥିଲେ। ଏଥିସହ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା କାମ୍ବପଡା ଗ୍ରାମର ଅଜୟ ମାଝି(୨୮) ଓ ହାତୀଲାମ୍ବା ଗ୍ରାମର ଅଶୋକ ମଲ୍ଲିକ(୨୪), ନୟାଗଡ ଜିଲା ଗଣିଆ ଥାନା ଆତାପତା ଗ୍ରାମର ଦୁର୍ଗାଚରଣ ଦାସ(୪୨) ଓ ଡୁମାଡା ଗ୍ରାମର ଅନୁଜ ମହାରଣା(୨୪), ଢେଙ୍କାନାଳ ଜିଲା ସଦର ଥାନା ଦୁର୍ଗାପ୍ରସାଦ ଗ୍ରାମର ପି ସୁବାସଚନ୍ଦ୍ର ଦୋରା(୪୦)ଙ୍କୁ ଗିରଫ କରିଥିଲେ। ଫିରିଙ୍ଗିଆ ଥାନା ଆମ୍ବପଡା ଗ୍ରାମର ଅଜୟ ମାଝିଙ୍କ ନାମରେ ବହୁ ଏନ୍‌ଡିପିଏସ୍‌ ମାମଲା ଫିରିଙ୍ଗିଆ ଥାନାରେ ରହିଛି ା ସେ ଜଣେ ପେଷାଦାର ଚୋରା ଗଞ୍ଜେଇ ବ୍ୟବସାୟୀ ବୋଲି ଏସ୍‌ପି କହିଥିଲେ। ସେହିପରି ନୟାଗଡ ଜିଲା ଗଣିଆ ତାନା ଆତାପତା ଗ୍ରାମର ଦୁର୍ଗାଚରଣ ଦାସ ଏକ ଆପରାଧିକ ମାମଲାରେ ଫୁଲବାଣୀ ଜେଲରୁ ପାରୋଲରେ ଆସି ଗଞ୍ଜେଇ ଚୋରାଚାଲାଣରେ ସାମିଲ ହୋଇଥିଲେ। ଏ ସଂକ୍ରାନ୍ତରେ ସଦର ଥାନାରେ ନଂ. ୭୮୪ା୨୩ରେ ମାମଲା ରୁଜୁ କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ ଓ ଭବାନୀ ଶଙ୍କର ଉଦଗାତା, ସଦର ଏସ୍‌ଡିପିଓ ବିଭୂତି ଭୂଷଣ ମହାପାତ୍ର, ସଦର ଥାନା ଅଧିକାରୀ ପ୍ରଦୀପ ପ୍ରଧାନପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri