ଗୁଣାଦେଳରେ ପୁଣି ଅଜଣା ଜନ୍ତୁ ଆତଙ୍କ

କଣ୍ଟାପଡା,୧୫।୩ (ଡି.ଏନ୍‌.ଏ.): ଗତ ୪ଦିନର ବ୍ୟବଧାନ ପରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ପଞ୍ଚାୟତସ୍ଥିତ ଗୁଣାଦେଳ ଗ୍ରାମ ଠାକୁରା ପୋଖରୀ ସାହିରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୨ଜଣ ଚାଷୀଙ୍କର ୨୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଗତ ୯ତାରିଖ ରାତିରେ ଗ୍ରାମର ବାବାଜୀ ଚୌଧୁରୀଙ୍କ ୨୦ଟି ମେଣ୍ଢାଙ୍କ ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ଯଯ ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ସେହି ଗ୍ରାମର ଗୋକୁଳାନନ୍ଦ ଚୌଧୁରୀଙ୍କ ୯ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ୧ଟି ମେଣ୍ଢା ଗୁରୁତର ଅବସ୍ଥାରେ ଅଛି। ଖବରପାଇ କଣ୍ଟାପଡା ପ୍ରାଣୀ ଚିକିତ୍ସାକେନ୍ଦ୍ର କର୍ମଚାରୀ, ଫୁଲନଖରା ବନ ବିଭାଗ ବନରକ୍ଷୀ ସୁଜାତା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢାଗୁଡିକୁ ବ୍ୟବଚ୍ଛେଦ କରି ନିକଟସ୍ଥ ଦଣ୍ଡାରେ ପୋତି ଦେଇଥିବା ଜଣାପଡିଛି। ଗତ ୯ତାରିଖ ରାତିରେ ଉକ୍ତ ଗଁାରେ ଅଷ୍ଟମ ପ୍ରହର ନାମଯଜ୍ଞ ଚାଲୁଥିବାବେଳେ ବିଳମ୍ବିତ ରାତିରେ ବାବାଜୀଙ୍କ ଗୁହାଳରେ ଅଜଣାଜନ୍ତୁ ପଶି ୨୦ଟି ମେଣ୍ଢାଙ୍କୁ ମାରି ଦେଇଥିଲା। ସକାଳେ ପରିବାର ଲୋକ ଏହା କୁକୁରଙ୍କ କାମ ଭାବି ମେଣ୍ଢାଗୁଡିକୁ ପୋତି ଦେଇଥିଲେ। କିଛିଦିନର ବ୍ୟବଧାନ ପରେ ପୁନର୍ବାର ସୋମବାର ରାତିରେ ଗୋକୁଳାନନ୍ଦଙ୍କ ଗୁହାଳ କବାଟ ବନ୍ଦ ଥିବାସତ୍ତ୍ୱେ ଭିତରେ ମେଣ୍ଢାଗୁଡିକ ବୀଭତ୍ସଭାବେ ମରିପଡିଥିବା ଦେଖି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମେଣ୍ଢା ପାଳନ ପରିବାରର ଆର୍ଥତ୍କ ମାନଦଣ୍ଡ ଥିବାରୁ ସେମାନେ ସରକାରୀ ସାହାଯ୍ୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ଏ ନେଇ ବନରକ୍ଷୀ ସୁଜାତା ନାୟକ କୁହନ୍ତି, ମେଣ୍ଢାଗୁଡିକ ଅଜଣାଜନ୍ତୁର ଆକ୍ରମଣର ଶିକାର ହୋଇଛନ୍ତି କି’ ନାହିଁ ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ। ଏହାପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri