ମୁମ୍ବାଇ,୨୭ା୪: ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ତଥା ଭାରତୀୟ ଦଳର ପ୍ରିମିୟର ପେସର ଯଶପ୍ରୀତ ବୁମରା ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି। ସେ ରବିବାର ମୁମ୍ବାଇ ଫ୍ରାଞ୍ଚାଇଜର ସବୁଠୁ ସଫଳ ବୋଲର ହେବାର ସଫଳତା ହାସଲ କରିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ବୁମରା ୪ ଉଇକେଟ ନେଇଥିଲେ। ଏଥିଯୋଗୁ ଆଇପିଏଲ୍ରେ ତାଙ୍କ ଉଇକେଟ ସଂଖ୍ୟା ୧୭୪ରେ ପହଞ୍ଚିଛି। ଏଥିପୂର୍ବରୁ ଶ୍ରୀଲଙ୍କାର ଲିଜେଣ୍ଡ ପେସର ଲାସିଥ ମାଲିଙ୍ଗାଙ୍କ ନାମରେ ମୁମ୍ବାଇ ଦଳର ସବୁଠୁ ସଫଳ ବୋଲର ହେବାର ରେକର୍ଡ ଥିଲା। ସେ ୧୨୨ ମ୍ୟାଚ୍ରେ ୧୭୦ ଉଇକେଟ ନେଇଥିଲେ। ମୁମ୍ବାଇ ଫ୍ରାଞ୍ଚାଇଜର ସବୁଠୁ ସଫଳ ବୋଲରଙ୍କ ତାଲିକାରେ ପୂର୍ବତନ ଅଫ ସ୍ପିନର ହରଭଜନ ସିଂ ୧୩୬ ମ୍ୟାଚ୍ରେ ୧୨୭ ଉଇକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।


