ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଦିନକୁ ଦିନ ଲଜ୍ଜାକର ଘଟଣା ସବୁ ଘଟୁଥିବାର ନଜର ଆସୁଛି। ଏହି କିଛିଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପରେ ଯାଜପୁରର ବରୀ ଅଞ୍ଚଳ ଏବଂ ପୁଣି କେନ୍ଦୁଝର ଜିଲାରେ ଜଣେ ଛାତ୍ରୀ ଗର୍ଭବତୀ ହେବା ଚର୍ଚ୍ଚାର ବିଷୟ ହୋଇଛି। ଚମ୍ପୁଆସ୍ଥିତ ଏକ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ଚାଲିଥିବା ଏକ ହାଇସ୍କୁଲରେ  ୧୨ ବର୍ଷର ୬ଷ୍ଠ ଶ୍ରେଣୀରେ ଛାତ୍ରୀ ଜଣକ ପଢୁଥିଲେ। ତେବେ ମାସିକ ଡାକ୍ତରୀ ପରୀକ୍ଷା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ତେବେ ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ପରେ ଡାକ୍ତରୀ ପରୀକ୍ଷାରେ ନେଗେଟିଭ ବାହାରିଥିବା ତଦନ୍ତରେ ଜଣାପଡ଼ିବ ପରେ ଘଟଣାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ପ୍ରକାଶ ଯେ , ଚଳିତ ବର୍ଷ ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଛୁଟିରେ ଝିଅଟି ନିଜ ଘରକୁ ଯାଇଥିଲା। ସେଠାରୁ ସ୍କୁଲକୁ ଫେରିବା ପରେ ୨୫ ଫେବୃଆରୀରେ ଏଏନ୍‌ଏମ୍‌ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ମାସିକ ଋତୁସ୍ରାବ ହୋଇ ନ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଏହା ପରେ ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ଗର୍ଭଧାରଣ ପରୀକ୍ଷା କରାଯାଇଥିଲା ଏବଂ ଜଣଙ୍କ ରିପୋର୍ଟ ପଜିଟିଭ ମିଳିଥିଲା।

ଏହି ଘଟଣା ପରେ ବିଭାଗୀୟ ଅଧିକାରୀମାନେ ସ୍କୁଲ ପରିଦର୍ଶନ କରିବା ସହ ଏନେଇ ଥାନାରେ ରିପୋର୍ଟ କରିବାକୁ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ। ପ୍ରଧାନଶିକ୍ଷକ ଘଟଣା ନେଇ ଚମ୍ପୁଆ ଥାନାରେ ଶୁକ୍ରବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନମ୍ବର ୩୯ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
କେନ୍ଦୁଝରରୁ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଉଚ୍ଚ ଅଧିକାରୀଙ୍କ ଆଦେଶ କ୍ରମେ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ପୋଲିସ ତଦନ୍ତ ବେଳେ ଛାତ୍ରୀ ଜଣଙ୍କ ପୁଣି ମେଡ଼ିକାଲ ପରୀକ୍ଷା କରିବା ବେଳେ ରିପୋର୍ଟ ନେଗେଟିଭ ମିଳିଥିଲା। କେନ୍ଦୁଝରରେ ଭୁଲ୍‌ (ପଜିଟିଭ) ରିପୋର୍ଟ ଯୋଗୁ ଘଟଣା ପ୍ରସାରିତ ହୋଇଥିଲା। ତେବେ ପୋଲିସ ତଦନ୍ତ ପରେ ସବୁ କିଛି ଜଣାପଡ଼ିବ ବୋଲି ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ମଦନ ମହାନ୍ତ କହିଛନ୍ତି।

ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ କହିଛନ୍ତି। ତେବେ ଜିଲା ମୁଖ୍ୟାଳୟରେ କିଭଳି ପଜିଟିଭ ବାହାରିଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏଭଳି ସମ୍ବେଦନଶୀଳ ଘଟଣାର ପଜିଟିଭ ରିପୋର୍ଟ ବାହାରିବା ଫଳରେ ଥାନାରେ ମାମଲା ରୁଜୁ ହୋଇଥିଲା ଏବଂ ପ୍ରଚାର ହୋଇଥିଲା।

ଏନେଇ ଚମ୍ପୁଆ ଥାନା ଅଧିକାରିଣୀ ଦେବକୀ ନାୟକ କହିଛନ୍ତି ଯେ, ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି। ତେବେ ଡାକ୍ତରୀ ପରୀକ୍ଷାରେ ନେଗେଟିଭ ବାହାରିଥିବା ଜଣାପଡ଼ିଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…

ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

Budget 2026: ବଜେଟ୍‌ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…

ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ…

New Rules 1 February 2026: ବଜେଟ ପୂର୍ବରୁ ସିଗାରେଟଠାରୁ LPG ପର୍ଯ୍ୟନ୍ତ ବଢିଲା ଏସବୁର ଦର

ନୂଆଦିଲ୍ଲୀ,୧।୨: ପ୍ରତି ମାସରେ, ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଘଟେ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ରବିବାର ଅର୍ଥାତ…

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri