Posted inଖେଳ

ଆଉ ଜଣେ ଖେଳାଳିଙ୍କ ଦାମ୍ପତ୍ୟ ଜୀବନରେ ଆସିଲା ଝଡ଼, ଭାଙ୍ଗିଲା ୭ ବର୍ଷର ସମ୍ପର୍କ

ନୂଆଦିଲ୍ଲୀ,୧୪।୭: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ସେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେ ପୋଷ୍ଟରେ କହିଛନ୍ତି ଯେ ସେ ତାଙ୍କ ସ୍ବାମୀ ପରୁପାଲି କଶ୍ୟପଙ୍କଠାରୁ ସେ ଅଲଗା ହେଉଛନ୍ତି।
ଦେଶର ଜଣାଶୁଣା ବ୍ୟାଡମିଣ୍ଟନ ଦମ୍ପତି ସାଇନା ନେହୱାଲ ଏବଂ ପରୁପାଲି କଶ୍ୟପ ଛାଡପତ୍ର ନେଉଛନ୍ତି, ଯାହାକୁ ସେ ନିଜେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସାଇନା ପ୍ରଶଂସକମାନଙ୍କୁ ତାଙ୍କ ପ୍ରାଇଭେସିର ଯତ୍ନ ନେବାକୁ କହିଛନ୍ତି।
ସାଇନା ନେହୱାଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୋଟ ଶେୟାର କରି ଲେଖିଛନ୍ତି, ‘ଜୀବନ କେତେବେଳେ ଆମକୁ ଭିନ୍ନ ରାସ୍ତାରେ ନେଇଯାଏ। ବହୁତ ଚିନ୍ତା କରିବା ପରେ, ପରୁପାଲି କଶ୍ୟପ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ପରସ୍ପର ପାଇଁ ଶାନ୍ତି, ବିକାଶ ଏବଂ ସୁସ୍ଥ ଜୀବନ ବାଛିବାକୁ ନିଷ୍ପତ୍ତି ନେଇଛୁ। ମୁଁ ଏହି ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକ ପାଇଁ କୃତଜ୍ଞ ଏବଂ ଭବିଷ୍ୟତ ପାଇଁ ଆପଣଙ୍କୁ ଶୁଭକାମନା ଜଣାଉଛି। ଏହି ସମୟରେ ଆମର ଗୋପନୀୟତାକୁ ବୁଝିବା ଏବଂ ସମ୍ମାନ କରିବା ପାଇଁ ଧନ୍ୟବାଦ।’
ଭାରତର ସବୁଠାରୁ ସଫଳ ବ୍ୟାଡମିଣ୍ଟନ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ସାଇନା ଗତ ବର୍ଷ ଶେଷ ଭାଗରେ ଅବସର ନେବାର ସୂଚନା ମଧ୍ୟ ଦେଇଥିଲେ। ଜୁନ ୨୦୨୩ରେ ସିଙ୍ଗାପୁର ଓପନରେ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରଠାରୁ ସେ କୌଣସି ମ୍ୟାଚ ଖେଳି ନାହାଁନ୍ତି। ୩୫ ବର୍ଷୀୟା ସାଇନା ଗତ ବର୍ଷ ଶେଷ ଭାଗରେ ଏକ ପଡକାଷ୍ଟରେ ତାଙ୍କର ଆର୍ଥ୍ରାଇଟିସ ସମସ୍ୟା ବିଷୟରେ ଖୋଲାଖୋଲି କହିଥିଲେ ଏବଂ କହିଥିଲେ ଯେ ସେ ଅବସର ନେବା ବିଷୟରେ ଚିନ୍ତା କରୁଛନ୍ତି।
ସାଇନା ନେହୱାଲ ଏବଂ ପାରୁପଲ୍ଲୀ କଶ୍ୟପ ୧୯୯୭ ମସିହାରେ ଏକ ବ୍ୟାଡମିଣ୍ଟନ ଶିବିରରେ ସାକ୍ଷାତ କରିଥିଲେ, କିନ୍ତୁ ୨୦୦୨ ମସିହାରେ ଉଭୟ ନିୟମିତ ଭାବରେ ସାକ୍ଷାତ କରିବା ଆରମ୍ଭ କରିଥିଲେ ଯେତେବେଳେ ସେମାନେ ହାଇଦ୍ରାବାଦରେ ଏକାଠି ତାଲିମ ଆରମ୍ଭ କରିଥିଲେ। ୨୦୦୪ ମସିହାରେ ଦେଶର ପ୍ରମୁଖ ଜାତୀୟ ବ୍ୟାଡମିଣ୍ଟନ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ତାଙ୍କ ବ୍ୟାଡମିଣ୍ଟନ ଏକାଡେମୀ ଆରମ୍ଭ କରିଥିଲେ, ସେତେବେଳେ ଉଭୟ ତାଙ୍କ ସହିତ ତାଲିମ ଆରମ୍ଭ କରିଥିଲେ, ଯେଉଁଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା, ଯାହା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା ଏବଂ ୧୪ ଡିସେମ୍ବର ୨୦୧୮ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri