ନିହଣ ମୁନ କଳାର ଚାତୁରି ଆପଣାପଣିଆ ବି ସୃଷ୍ଟି କରିଦେଇପାରେ

ଆମେ ଗତ ସଂଖ୍ୟାରେ ପିପିଲିରୁ ଶୋଭାଯାତ୍ରା ପାଇଁ କନାର କାରୁକାର୍ଯ୍ୟ କ’ଣ କ’ଣ ଆସିଥିଲା ବର୍ଣ୍ଣନା କରିଥିଲୁ। କାରିଗରଙ୍କ ନାମ ଲେଖିଥିଲୁ। କେହି ଅଣଓଡ଼ିଆ ନ ଥିଲେ। ଏଥର ଆମେ ଦେଖିବା ରୁପା ସଜ ନିର୍ମାଣର ଐତିହ୍ୟ। ‘ପଦ୍ମଝରି’ ନିର୍ମାଣ ପାଇଁ ଓ ଦୁଇଟି ଠିଆ ଦର୍ପଣ ନିର୍ମାଣ ଲାଗି ରୁପା ଦିଆଯିବା ପରେ ଚାରୋଟି ରୁପାର ବଡ଼ପାତ୍ର ଏବଂ ଦୁଇଟି ଆଳତି ଦୀପ ନିମନ୍ତେ ୩୦୦ ତୋଳା ରୁପା ଯୋଗାଇ ଦିଆଯାଇଥିଲା। ତିନିଶହ ତୋଳା ରୁପାରେ ଦୁଇଟି ଠିଆ ଦର୍ପଣ, ଚାରୋଟି ବଡ଼ପାତ୍ର ଓ ଦୁଇଟି ଆଳତି ଦୀପ ପ୍ରସ୍ତୁତ ହୋଇଥିଲା।
ରୁପାର ପାତ୍ର ନିର୍ମାଣ ସମୟରେ ରୋଷଘର ନିର୍ମାଣ କାର୍ଯ୍ୟ ବିଦ୍ୟାଧର ମହାରଣାଙ୍କ ତଦାରଖରେ ଆଗେଇ ଚାଲିଥିଲା। ଶ୍ରୀପଦ୍ମକେଶର ମନ୍ଦିରର ଦକ୍ଷିଣପାର୍ଶ୍ୱରେ ‘କାଦୁଅ ନାଳ’କୁ ପଥର ଆଣିବା ପାଇଁ ଗଭୀର ଓ ଭେଡ଼ା କରାଯାଇଥିଲା। ତାହାର କାରଣ ଆମେ ପୂର୍ବରୁ ଉଲ୍ଲେଖ କରିଥିଲୁ। ବର୍ତ୍ତମାନ ସମୟରେ ଅର୍ଥାତ୍‌ ପଥର ଆସିବା ବିଶେଷ ଭାବରେ ସମାପ୍ତ ହୋଇଯିବା ପରେ ଉକ୍ତ ନାଳ ପୋତାଯିବାକୁ ନିଷ୍ପତ୍ତି ହୋଇଥିଲା। ସେଥିପାଇଁ ଦୁଇଟି ହାତୀ ବାରଦିନ ଧରି ବାଲି ଆଣିବା ଦ୍ୱାରା ନାଳଟି ପୋତା ହୋଇଥିଲା। ମୁଖ୍ୟ ମନ୍ଦିରର ଉତ୍ତର ଦିଗରେ ବାସ୍ତୁଶାସ୍ତ୍ର ଅନୁଯାୟୀ ଏକ କୂଅ ଖୋଳାଯାଇଥିଲା। ଚବିଶ ଜଣ ପଥୁରିଆ ସେହି କାମରେ ନିଯୁକ୍ତ ହୋଇଥିଲେ। ନାଟମଣ୍ଡପର ନାକଚଣା କଳସ ନିର୍ମାଣ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିଲା । ଯେତେବେଳେ ନାକଚଣା କଳସ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁଯାଉଛି ବୋଲି ସୂତ୍ରଧରଙ୍କ ଧର୍ମପତ୍ନୀ ଶୁଣିଲେ, ସେ ନିର୍ମାଣ କାର୍ଯ୍ୟ ଦେଖିବାକୁ ଆସିଥିଲେ। ସ୍ମରଣଯୋଗ୍ୟ ଯେ, ସେତେବେଳେ ନିର୍ମାଣ କାର୍ଯ୍ୟର ମୁଖ୍ୟ ପରିଦର୍ଶକ ଏ କଥା ଜାଣିବା ପରେ ଆଦେଶ ଦେଇଥିଲେ, ତାହାଙ୍କୁ ନୀଳରଙ୍ଗର ଏକ ସିଲ୍କ ଶାଢ଼ି ଦିଆଯାଉ। ଆଦେଶ ପାଳନ ହୋଇଥିଲା।
ସୂତ୍ରଧର ସଦାଶିବ ସାମନ୍ତରାୟ ମହାପାତ୍ର ନିର୍ମାଣ କାର୍ଯ୍ୟ ପାଇଁ କୋଣାର୍କ ଶିବିରରେ ବର୍ଷ ବର୍ଷ ଧରି ରହୁଥିଲେ। ପୁଅ ଧର୍ମପଦ ସାମନ୍ତରାୟ(ମହାପାତ୍ର ଉପାଧି ଦିଆଯାଇ ନ ଥିଲା ସେପର୍ଯ୍ୟନ୍ତ) ମଧ୍ୟ ନିର୍ମାଣ କାର୍ଯ୍ୟରେ ନିମଗ୍ନ ରହୁଥିଲେ। ବାପ-ପୁଅ ଏଣେ ବ୍ୟସ୍ତ ଥିବାବେଳେ ଧର୍ମପଦର ମାଆ ନିର୍ମାଣ କାର୍ଯ୍ୟର ଖବର ରଖୁଥିଲେ। ଉତ୍ସାହକୁ ଲକ୍ଷ୍ୟ କରିବା କଥା। ଉତ୍ସାହ ନ ଥିଲେ ‘ନାକଚଣା କଳସ’ ନିର୍ମାଣ ଦେଖିବାକୁ ମନ ବଳାଇ ନ ଥାନ୍ତେ। ପରିବାରର ସହଯୋଗ ଏହାକୁ ହିଁ କୁହାଯାଏ।
ପାରିବାରିକ ସହଯୋଗ ତ ଆମେ ଜାଣିଲେ। ପାରିବାରିକ ‘ମୋହ’ ମଧ୍ୟ ଆମେ ଜାଣିବା। ପାରିବାରିକ ‘ମୋହ’ ଯୋଗୁ ନିର୍ମାଣ ଖଳାର ବାତାବରଣ ମଧ୍ୟ ଉଷ୍ମ ହୋଇଥିଲା। ଦିନେ ସୂତ୍ରଧରଙ୍କୁ ବିଶି ମହାପାତ୍ରେ ତିନୋଟି ଲାବଣ୍ୟମୟୀ କନ୍ୟାମୂର୍ତ୍ତି ନିର୍ମାଣ କରିସାରି ଗଣତି ଦେଲେ। ନାରଣ ମହାପାତ୍ରେ ସେଠି ଉପସ୍ଥିତ ଥିଲେ। ସେ ବି ଦେଖିଲେ। ହଠାତ୍‌ କହିଲେ… ଏ କି କଥା। ତୃତୀୟ କନ୍ୟାମୂର୍ତ୍ତି ଗ୍ରହଣ କରିବା କଥା ନୁହଁ…।
ଶିବେଇ ସାନ୍ତରା ତାଙ୍କ ମୁହଁକୁ ଟିକେ ଚାହିଁଲେ। ପୁଣି ବିଶି ମହାପାତ୍ରଙ୍କ ମୁହଁକୁ…! କହିଲେ- କ’ଣ ଅସୁବିଧା କହୁନ। ନାରଣ ମହାପାତ୍ରେ କହିଲେ- ସେ ପରା ନିଜ ପତ୍ନୀଙ୍କର ଅବିକଳ ମୂର୍ତ୍ତି କରିଛନ୍ତି। ମୁଁ କ’ଣ ତାଙ୍କୁ ଦେଖିନି? ମୂର୍ତ୍ତି ସମ୍ପୂର୍ଣ୍ଣ ମିଶିଯାଉଛି। ମନ୍ଦିରରେ କେମିତି ଲାଗିବ?
ସୂତ୍ରଧର ବହୁ ବୁଝାବୁଝି କରି ଜାଣିଲେ ନାରଣ ମହାପାତ୍ରଙ୍କ କଥାରେ କିଛି ସତ୍ୟତା ଅଛି। ଦୁଇଟି ମୂର୍ତ୍ତି ଗ୍ରହଣ କଲେ। ତୃତୀୟ ମୂର୍ତ୍ତିଟିକୁ ବାତିଲ କରିଦେଲେ। ବିଶି ମହାପାତ୍ରେ ଠିଆ ହୋଇଥାନ୍ତି। ମୂର୍ତ୍ତି ଗଢ଼ୁ ଗଢ଼ୁ ନିଜ ଧର୍ମପତ୍ନୀଙ୍କ କଥା ମନେପଡ଼ିବାରୁ ବୋଧହୁଏ ଅଲକ୍ଷ୍ୟରେ ମୂର୍ତ୍ତିଟି ସେହିପରି ହୋଇଯାଇଛି! ଭାବିଲେ…। ଚୁପ୍‌ ରହିଲେ।
ଗଙ୍ଗା ମହାପାତ୍ରଙ୍କୁ ସୂତ୍ରଧର ବି ଡକେଇଥିଲେ। ମହାପାତ୍ରେ ସେଠି ଉପସ୍ଥିତ ଥାଆନ୍ତି। ସବୁ ଶୁଣିଲେ। ନିଷ୍ପତ୍ତି ବି ଜାଣିଲେ। ମନ ମାନିଲାନି। ନିଖୁଣ ମୂର୍ତ୍ତିଟିଏ ସହଜରେ ହୁଏନି, ହେଲା ଯଦି ଅପାଙ୍‌କ୍ତେୟ କରିଦେବା! ପଦ୍ମର ମୂଳଦୁଆ ଉପରେ ମୂର୍ତ୍ତି ଖୋଦେଇ ହୋଇଛି। ଠିକ୍‌ ଲାଗୁଛି ଯେପରି ଦେବୀ ମୂର୍ତ୍ତି ଠିଆ ହୋଇଛନ୍ତି। ମନଲୋଭା ମୂର୍ତ୍ତି। ଦେଖିଲେ ଘଡ଼ିଏ ଅଟକିଯିବ ଦର୍ଶକ। ପରିତ୍ୟାଗ କରିବା ଉଚିତ ହେଉନାହିଁ। ଏହାଙ୍କ ସ୍ବତନ୍ତ୍ର ମୂର୍ତ୍ତି ବୋଲି ବିଚାର କରିବାରୁ ମନରେ ବିଭ୍ରାଟ ଆସୁଛି। ଦେବୀ ମୂର୍ତ୍ତି ବୋଲି ଗ୍ରହଣ କଲେ? ଏ କଥା କହି ସୂତ୍ରଧରଙ୍କ ମୁହଁକୁ ଚାହିଁଲେ। ଉଦାର ପଣରେ କଥାଟାକୁ ସୂତ୍ରଧର ଗ୍ରହଣ କଲେ। ସେ ମୂର୍ତ୍ତି ଗ୍ରହଣ ହେଲା। ବନ୍ଦାପନା ମଣ୍ଡପରେ ଶୋଭା ପାଇଥିଲା। ନିହଣ ମୁନ ବେଳେବେଳେ କଳାର ଚାତୁରିରେ ଏମିତି ସୃଷ୍ଟି କରେ… ଭ୍ରମ ସୃଷ୍ଟି ହୁଏ। ସାହିତ୍ୟରେ ବି…।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?