Posted inଜାତୀୟ

ଜାଳିଦେଲେ ଆଉ ଏକ ମସ୍‌ଜିଦ

ଗୁରୁଗ୍ରାମ,୪/୮:ହରିୟାଣାର ନୁହ ଜିଲାରେ ଉତ୍ତ୍ୟକ୍ତ ଲୋକେ ଏକ ମସ୍‌ଜିଦରେ ନିଆଁ ଲଗାଇଦେଇଥିବାବେଳେ ଅନ୍ୟ ଏକ ମସ୍‌ଜିଦରେ ଶର୍ଟ ସର୍କିଟରୁ ନିଆଁ ଲାଗିଯାଇଥିବା ପୋଲିସ କହିଛି। ବୁଧବାର ରାତି ସାଢ଼େ ୧୧ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କେହି ଆହତ ହୋଇ ନାହାନ୍ତି। ଗୋଟିଏ ମସ୍‌ଜିଦ ବିଜୟ ଚୌକ ନିକଟରେ ଥିବାବେଳେ ଅନ୍ୟଟି ଏକ ଥାନା ପାଖରେ ରହିଛି। ଉଭୟ ମସ୍‌ଜିଦ କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲଗାଇଥିବା ଲୋକଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।
ନୁହରେ ସୋମବାରଠାରୁ ଆରମ୍ଭ ହୋଇଥିବା ସଂଘର୍ଷ ଗୁରୁଗ୍ରାମ, ସୋହନା ଏବଂ ଅନ୍ୟ ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିଯାଇଛି। ହିଂସା ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ୧୭୬ ଜଣଙ୍କୁ ଗିରଫ କରିଛି। ସୋମବାର ବିଶ୍ୱହିନ୍ଦୁ ପରିଷଦର ଧର୍ମୀୟ ଶୋଭାଯାତ୍ରାକୁ ଗୋଟିଏ ସମ୍ପ୍ରଦାୟର ଲୋକେ ଅଟକାଇବା ପରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଇତିମଧ୍ୟରେ ନୁହ, ଫରିଦାବାଦ, ପାଲଓ୍ବାଲ ଏବଂ ଗୁରୁଗ୍ରାମର ସୋହନା, ପଟୌଦି ଓ ମାନେସାରରେ ଇଣ୍ଟରନେଟ ସେବା ଆଂଶିକ ଆରମ୍ଭ ହୋଇଛି।
ରାଜ୍ୟରେ ଶାନ୍ତି ବଜାୟ ରଖିବା ଲାଗି ଗୃହମନ୍ତ୍ରୀ ଅନିଲ ଭିଜ୍‌ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏପର୍ଯ୍ୟନ୍ତ ସାମ୍ପ୍ରଦାୟିକ ହିଂସା ୫ ଜିଲାକୁ ବ୍ୟାପିଥିବାବେଳେ ଘଟଣାରେ ୯୩ ଏତଲା ଦାଏର ହେବା ସହ ୧୭୬ ଜଣଙ୍କୁ ଗିରଫ କରାଯାଇଛି। ନୁହରେ କର୍ଫ୍ୟୁ ଜାରି ରହିଥିବାବେଳେ ଅର୍ଦ୍ଧସାମରିକ ଯବାନମାନେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଗୁରୁଗ୍ରାମର ମୁସଲମାନମାନେ ଶୁକ୍ରବାର ମସ୍‌ଜିଦ ନ ଯାଇ ଘରେ ନମାଜ ପାଠ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁଗ୍ରାମର ଜମାଏତ୍‌ ଉଲମାର ଅଧ୍ୟକ୍ଷ ମୁଫ୍‌ତି ସଲିମ କାସ୍‌ମି ଏକ ଭିଡିଓ ବାର୍ତ୍ତାରେ ମୁସଲମାନମାନଙ୍କୁ ମସ୍‌ଜିଦ କିମ୍ବା ସର୍ବସାଧାରଣ ସ୍ଥାନଠାରୁ ନିଜକୁ ଦୂରେଇ ରଖିବାକୁ କହିଛନ୍ତି।
ହରିୟାଣାରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଦିଗରେ ସ୍ଥାନୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେଉଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି। ହରିୟାଣା ହିଂସାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗ ମନ୍ତବ୍ୟ ଦେବା ପରେ ଭାରତର ପ୍ରତିକ୍ରିୟା କ’ଣ ବୋଲି ପ୍ରଶ୍ନ ହେବାରୁ ବାଗ୍‌ଚୀ ଏହା କହିଥିଲେ। ହିଂସାକାଣ୍ଡ ଠାରୁ ଦୁରେଇ ରହିବା ଜରୁରୀ ବୋଲି ବୁଧବାର ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ। ଶାନ୍ତି ବଜାୟ ରଖିବାରେ ସମସ୍ତ ଦଳ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଥିଲେ।
ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ବିଷୟ/ଭିଡିଓ/ଫଟୋ ଏବଂ ଘୃଣା ମନ୍ତବ୍ୟ ବନ୍ଦ ଲାଗି ପ୍ଲାଟ୍‌ଫର୍ମ ଉପରେ ନଜର ରଖିବା ନିମନ୍ତେ ହରିୟାଣା ସରକାର ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ସମସ୍ତ ଆନୁଷଙ୍ଗିକ ସଂସ୍ଥା ସହ ସମନ୍ବୟ ରକ୍ଷାକରି ଶାନ୍ତି ବଜାୟ ରଖିବା ଦିଗରେ କାର୍ଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri