ମାଟିତଳୁ ଆଉ ଏକ ହାତୀ କଙ୍କାଳ ମିଳିଲା

ଭୁବନେଶ୍ୱର,୩।୬(ବ୍ୟୁରୋ): ହାତୀଙ୍କ ପାଇଁ ମୃତ୍ୟୁର ଇଲାକା ପାଲଟିଛି ଆଠଗଡ଼ ବନଖଣ୍ଡ। ଏହି ବୃହତ୍‌ ବନ୍ୟପ୍ରାଣୀ ପାଇଁ ବିପଦ ସାଜିଛନ୍ତି ଖୋଦ୍‌ ସୁରକ୍ଷା ଦାୟିତ୍ୱରେ ରହୁଥିବା ବନ ଅଧିକାରୀ ଓ କର୍ମଚାରୀ। ଗତ ଫେବୃୟାରୀ ୮ରେ କ୍ରାଇମ୍‌ବ୍ରାଞ୍ଚ ନରସିଂହପୁର ଓ୍ବେଷ୍ଟ ରେଞ୍ଜ୍‌ ବାରାସିଂଘା ବିଟ୍‌ ଅନ୍ତର୍ଗତ ବାଲିକିଆରି ସଂରକ୍ଷିତ ଜଙ୍ଗଲରେ ପୋତାଯାଇଥିବା ଏକ ହାତୀର କଙ୍କାଳ ଜବତ କରିଥିଲା। ଏହି ଘଟଣାରେ ରେଞ୍ଜର, ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିଲା। ଘଟଣାକୁ ୪ ମାସ ନ ପୂରୁଣୁ ପୁଣି ସମାନ ଘଟଣା ପଦାକୁ ଆସିଛି। ଗୁରୁବାର କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବଡ଼ମ୍ବା ରେଞ୍ଜ୍‌ ଅଞ୍ଚଳରେ ମାଟି ଖୋଳି ଆଉ ଏକ ହାତୀର କଙ୍କାଳ ଉଦ୍ଧାର କରିଛି। ଏହାକୁ ନେଇ ପୁଣି ଆଠଗଡ଼ ବନଖଣ୍ଡ ଚର୍ଚ୍ଚାକୁ ଆସିଥିବାବେଳେ ଘଟଣାର ତଦନ୍ତ ନିଜେ କରିବେ ବୋଲି ଡିଏଫ୍‌ଓ ସୁଦର୍ଶନ ପାଲ୍‌ କହିଛନ୍ତି।
ସୂଚନାନୁସାରେ, ବଡ଼ମ୍ବା ରେଞ୍ଜର ଦୁଇଟି ସ୍ଥାନରେ ହାତୀକୁ ମାରି ପୋତା ଯାଇଥିବା ନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଖବର ପାଇବା ପରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସୂଚନା ଦେଇଥିଲେ। ଗୁରୁବାର ସକାଳେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ବଡ଼ମ୍ବା ରେଞ୍ଜ ଅଧୀନ ଗୋପପୁର ସେକ୍ସନର ଚନ୍ଦ୍ରଗିରି ଜଙ୍ଗଲରେ ଚଢ଼ାଉ କରିଥିଲା। ଏକ ସନ୍ଦିଗ୍ଧ ସ୍ଥାନକୁ ଜେସିବି ଲଗାଇ ଖୋଳିବା ପରେ ପ୍ରାୟ ୨୦ ବର୍ଷ ବୟସ୍କ ଏକ ଅଣ୍ଡିରା ହାତୀର କଙ୍କାଳ ମିଳିଥିଲା। ହାତୀର ଦାନ୍ତ ଦୁଇଟି ନ ଥିଲା। କିନ୍ତୁ ପ୍ରାୟ ୬ ଇଞ୍ଚ ଲମ୍ବର ଗୋଟିଏ ଦାନ୍ତର ମୂଳ ସେଠାରୁ ମିଳିଥିଲା। ସରକାରୀ ସାକ୍ଷୀ ଭାବେ ବଡ଼ମ୍ବା ତହସିଲର ଦୁଇଜଣ କର୍ମଚାରୀ ଉପସ୍ଥିତ ଥିଲେ। ପରେ ବଡ଼ମ୍ବା ତହସିଲଦାର ତପନ କୁମାର ପରିଡ଼ା ଘଟଣା ସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ ଓ ବଡ଼ମ୍ବା ବ୍ଲକ ଭେଟେରିନାରି ଅଫିସର ମଧୁସୂଦନ ଦାସ ମଧ୍ୟ ଉପସ୍ଥିତ ଥିଲେ।
ଘଟଣା ସମ୍ପର୍କରେ ଶୁଭେନ୍ଦୁ କହିଛନ୍ତି, ଆଠଗଡ଼ ବନଖଣ୍ଡରେ ହାତୀକୁ ମାରି ବିନା ବ୍ୟବଚ୍ଛେଦରେ ସରକାରଙ୍କୁ ରିପୋର୍ଟ ନ କରି ପୋତିବା ଅତ୍ୟନ୍ତ ସାଧାରଣ ଘଟଣା। ନରସିଂହପୁର ହାତୀ କଙ୍କାଳ ଘଟଣାରେ ଯଦି ସେତେବେଳେ ରେଞ୍ଜରଙ୍କୁ ଗିରଫ କରାଯାଇଥାନ୍ତା, ଆଜି ହୁଏତ ଏହାର ପୁନରାବୃତ୍ତି ହୋଇ ନ ଥାନ୍ତା। ହାତୀ କଙ୍କାଳ ଖୋଳା ହେବାବେଳେ ସେଠାରେ ଉପସ୍ଥିତ ଥିବା ଆନିମଲ୍‌ ୱେଲ୍‌ଫେୟାର ଟ୍ରଷ୍ଟ ଏକାମ୍ରର ମୁଖ୍ୟ ପୁରବୀ ପାତ୍ର କହିଛନ୍ତି, ନିଲମ୍ବନ ଏକ ଦଣ୍ଡ ନୁହେଁ। ପ୍ରତିଥର ଭଳି ତଳିଆ କର୍ମଚାରୀଙ୍କୁ ନିଲମ୍ବନ ନ କରି, ଏଥର ଆଠଗଡ଼ ଡିଏଫ୍‌ଓଙ୍କୁ ଗିରଫ କରାଯାଉ। ଗତଥରର ଘଟଣାକୁ ନେଇ ମୁଁ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ଅଫିସ ଫାଟକ ବନ୍ଦ କରିଥିଲି। ଏଥର କିନ୍ତୁ ତାଙ୍କ ପାଇଁ ଚୁଡ଼ି ନେଇକି ଯିବି, ତାଙ୍କୁ ପିନ୍ଧାଇବି ବୋଲି ପୂରବୀ କହିଛନ୍ତି। ସେପଟେ ଶୁକ୍ରବାର ଆଉ ଏକ ସ୍ଥାନରେ ଚଢ଼ାଉ ହେବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri