ମାଟିତଳୁ ଆଉ ଏକ ହାତୀ କଙ୍କାଳ ମିଳିଲା

ଭୁବନେଶ୍ୱର,୩।୬(ବ୍ୟୁରୋ): ହାତୀଙ୍କ ପାଇଁ ମୃତ୍ୟୁର ଇଲାକା ପାଲଟିଛି ଆଠଗଡ଼ ବନଖଣ୍ଡ। ଏହି ବୃହତ୍‌ ବନ୍ୟପ୍ରାଣୀ ପାଇଁ ବିପଦ ସାଜିଛନ୍ତି ଖୋଦ୍‌ ସୁରକ୍ଷା ଦାୟିତ୍ୱରେ ରହୁଥିବା ବନ ଅଧିକାରୀ ଓ କର୍ମଚାରୀ। ଗତ ଫେବୃୟାରୀ ୮ରେ କ୍ରାଇମ୍‌ବ୍ରାଞ୍ଚ ନରସିଂହପୁର ଓ୍ବେଷ୍ଟ ରେଞ୍ଜ୍‌ ବାରାସିଂଘା ବିଟ୍‌ ଅନ୍ତର୍ଗତ ବାଲିକିଆରି ସଂରକ୍ଷିତ ଜଙ୍ଗଲରେ ପୋତାଯାଇଥିବା ଏକ ହାତୀର କଙ୍କାଳ ଜବତ କରିଥିଲା। ଏହି ଘଟଣାରେ ରେଞ୍ଜର, ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିଲା। ଘଟଣାକୁ ୪ ମାସ ନ ପୂରୁଣୁ ପୁଣି ସମାନ ଘଟଣା ପଦାକୁ ଆସିଛି। ଗୁରୁବାର କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବଡ଼ମ୍ବା ରେଞ୍ଜ୍‌ ଅଞ୍ଚଳରେ ମାଟି ଖୋଳି ଆଉ ଏକ ହାତୀର କଙ୍କାଳ ଉଦ୍ଧାର କରିଛି। ଏହାକୁ ନେଇ ପୁଣି ଆଠଗଡ଼ ବନଖଣ୍ଡ ଚର୍ଚ୍ଚାକୁ ଆସିଥିବାବେଳେ ଘଟଣାର ତଦନ୍ତ ନିଜେ କରିବେ ବୋଲି ଡିଏଫ୍‌ଓ ସୁଦର୍ଶନ ପାଲ୍‌ କହିଛନ୍ତି।
ସୂଚନାନୁସାରେ, ବଡ଼ମ୍ବା ରେଞ୍ଜର ଦୁଇଟି ସ୍ଥାନରେ ହାତୀକୁ ମାରି ପୋତା ଯାଇଥିବା ନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଖବର ପାଇବା ପରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସୂଚନା ଦେଇଥିଲେ। ଗୁରୁବାର ସକାଳେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍‌ ବଡ଼ମ୍ବା ରେଞ୍ଜ ଅଧୀନ ଗୋପପୁର ସେକ୍ସନର ଚନ୍ଦ୍ରଗିରି ଜଙ୍ଗଲରେ ଚଢ଼ାଉ କରିଥିଲା। ଏକ ସନ୍ଦିଗ୍ଧ ସ୍ଥାନକୁ ଜେସିବି ଲଗାଇ ଖୋଳିବା ପରେ ପ୍ରାୟ ୨୦ ବର୍ଷ ବୟସ୍କ ଏକ ଅଣ୍ଡିରା ହାତୀର କଙ୍କାଳ ମିଳିଥିଲା। ହାତୀର ଦାନ୍ତ ଦୁଇଟି ନ ଥିଲା। କିନ୍ତୁ ପ୍ରାୟ ୬ ଇଞ୍ଚ ଲମ୍ବର ଗୋଟିଏ ଦାନ୍ତର ମୂଳ ସେଠାରୁ ମିଳିଥିଲା। ସରକାରୀ ସାକ୍ଷୀ ଭାବେ ବଡ଼ମ୍ବା ତହସିଲର ଦୁଇଜଣ କର୍ମଚାରୀ ଉପସ୍ଥିତ ଥିଲେ। ପରେ ବଡ଼ମ୍ବା ତହସିଲଦାର ତପନ କୁମାର ପରିଡ଼ା ଘଟଣା ସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ ଓ ବଡ଼ମ୍ବା ବ୍ଲକ ଭେଟେରିନାରି ଅଫିସର ମଧୁସୂଦନ ଦାସ ମଧ୍ୟ ଉପସ୍ଥିତ ଥିଲେ।
ଘଟଣା ସମ୍ପର୍କରେ ଶୁଭେନ୍ଦୁ କହିଛନ୍ତି, ଆଠଗଡ଼ ବନଖଣ୍ଡରେ ହାତୀକୁ ମାରି ବିନା ବ୍ୟବଚ୍ଛେଦରେ ସରକାରଙ୍କୁ ରିପୋର୍ଟ ନ କରି ପୋତିବା ଅତ୍ୟନ୍ତ ସାଧାରଣ ଘଟଣା। ନରସିଂହପୁର ହାତୀ କଙ୍କାଳ ଘଟଣାରେ ଯଦି ସେତେବେଳେ ରେଞ୍ଜରଙ୍କୁ ଗିରଫ କରାଯାଇଥାନ୍ତା, ଆଜି ହୁଏତ ଏହାର ପୁନରାବୃତ୍ତି ହୋଇ ନ ଥାନ୍ତା। ହାତୀ କଙ୍କାଳ ଖୋଳା ହେବାବେଳେ ସେଠାରେ ଉପସ୍ଥିତ ଥିବା ଆନିମଲ୍‌ ୱେଲ୍‌ଫେୟାର ଟ୍ରଷ୍ଟ ଏକାମ୍ରର ମୁଖ୍ୟ ପୁରବୀ ପାତ୍ର କହିଛନ୍ତି, ନିଲମ୍ବନ ଏକ ଦଣ୍ଡ ନୁହେଁ। ପ୍ରତିଥର ଭଳି ତଳିଆ କର୍ମଚାରୀଙ୍କୁ ନିଲମ୍ବନ ନ କରି, ଏଥର ଆଠଗଡ଼ ଡିଏଫ୍‌ଓଙ୍କୁ ଗିରଫ କରାଯାଉ। ଗତଥରର ଘଟଣାକୁ ନେଇ ମୁଁ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ଅଫିସ ଫାଟକ ବନ୍ଦ କରିଥିଲି। ଏଥର କିନ୍ତୁ ତାଙ୍କ ପାଇଁ ଚୁଡ଼ି ନେଇକି ଯିବି, ତାଙ୍କୁ ପିନ୍ଧାଇବି ବୋଲି ପୂରବୀ କହିଛନ୍ତି। ସେପଟେ ଶୁକ୍ରବାର ଆଉ ଏକ ସ୍ଥାନରେ ଚଢ଼ାଉ ହେବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri