Posted inଜାତୀୟ

“ଆଉ ଗୋଟିଏ ନିର୍ବାଚନ, ଆଉ ଗୋଟିଏ ପରାଜୟ”; ବିହାରରେ ବୃହତ୍ ବିଜୟ ପରେ ରାହୁଲ ଗାନ୍ଧୀଙ୍କୁ ଭାଜପାର କଟାକ୍ଷ

ନୂଆଦିଲ୍ଲୀ,୧୪ା୧୧: ବିହାର ବିଧାନସଭା ନିର୍ବାଚନରେ NDA ମେଣ୍ଟ ଏକ ନିର୍ଣ୍ଣାୟକ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଭାଜପା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛି। ଭାଜପାର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏକ ଗ୍ରାଫିକ୍ସ ସହିତ ଟାର୍ଗେଟ କରିଛନ୍ତି, ଯେଉଁଥିରେ ଗତ ଦୁଇ ଦଶନ୍ଧି ମଧ୍ୟରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘୯୫ଟି ନିର୍ବାଚନୀ ପରାଜୟ’ ଥିବା ଦର୍ଶାଯାଇଛି।

ମାଲବ୍ୟ ଲେଖିଛନ୍ତି, “ରାହୁଲ ଗାନ୍ଧୀ! ଆଉ ଗୋଟିଏ ନିର୍ବାଚନ, ଆଉ ଗୋଟିଏ ପରାଜୟ! ଯଦି ନିର୍ବାଚନୀ ସ୍ଥିରତା ପାଇଁ ପୁରସ୍କାର ଥାଆନ୍ତା, ତେବେ ସେ ସେସବୁ ହାତେଇ ନେଇଥାନ୍ତେ।”

ସେ ୨୦୦୪ ରୁ ୨୦୨୫ ମଧ୍ୟରେ ହିମାଚଳ ପ୍ରଦେଶ, ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସମେତ ଅନେକ ବଡ଼ ରାଜ୍ୟରେ କଂଗ୍ରେସ କ୍ଷମତା ହରାଇଥିବା ବା ନିର୍ବାଚନରେ ବିଶେଷ ସଫଳତା ପାଇ ନଥିବା ୯୫ଟି ନିର୍ବାଚନର ତାଲିକା ଦର୍ଶାଇଛନ୍ତି।

ଭୋଟ୍ ଗଣତି ଜାରି ରହିଥିବା ବେଳେ ନୀତୀଶ କୁମାରଙ୍କ ଜେଡି(ୟୁ) ସହ ମିଶିଥିବା ଭାଜପା-ନେତୃତ୍ୱାଧୀନ NDA ମେଣ୍ଟ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ୧୯୦ରୁ ଅଧିକ ଆସନରେ ଆଗୁଆ ରହି ବହୁମତ ସଂଖ୍ୟା (୧୨୨) ଠାରୁ ବହୁତ ଆଗରେ ଅଛି।

ଦଳୀୟ ସ୍ଥିତି:

BJP: ୮୪ ଆସନରେ ଆଗୁଆ

JD(U): ୭୬ ଆସନରେ ଆଗୁଆ

LJP (ରାମ ବିଳାସ) ଓ HAM: ୨୭ ଆସନରେ ଆଗୁଆ

RJD, କଂଗ୍ରେସ ଏବଂ ବାମଦଳକୁ ନେଇ ଗଠିତ ବିରୋଧୀ ମହାଗଠବନ୍ଧନ ମାତ୍ର ୪୯ଟି ଆସନରେ ଆଗୁଆ ରହିଛି। ଏଥିରୁ RJD ୩୪ ଓ କଂଗ୍ରେସ ୬ଟି ଆସନରେ ଆଗରେ ଅଛି। ପ୍ରାରମ୍ଭିକ ଧାରା ଏଗଜିଟ୍ ପୋଲ୍‌ର ଆକଳନକୁ ସତ ପ୍ରମାଣିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?