Posted inଜାତୀୟ

ଲାଲୁଙ୍କ ଆଉ ଜଣେ ଝିଅଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ,୧୨ା୪: ଚାକିରି ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପିଛା ଛାଡୁନି ସମସ୍ୟା। ସୂଚନାନୁଯାୟୀ, ଲାଲୁଙ୍କ ଆଉ ଜଣେ ଝିଅ ମଧ୍ୟ ଇଡି ନଜରକୁ ଆସିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରିବା ପରେ ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବଙ୍କ ଚତୁର୍ଥ ସାନ ଝିଅ ରାଗିଣୀଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅର୍ଥାତ୍‌ ଇଡିରେ ପଚରାଉଚରା ପାଇଁ ଡକାଯାଇଛି। ଜମି ବଦଳରେ ଚାକିରି ଦେବା ମାମଲାରେ ରାଗିଣୀ ଯାଦବଙ୍କୁ ଡକାଯାଇଥିବା ଜଣାପଡ଼ିଛି।

ବୁଧବାର ଲାଲୁଙ୍କ ଝିଅ ରାଗିଣୀ ପଚରାଉଚରା ପାଇଁ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ଯେତେବେଳେ ରାଗିଣୀ ଯାଦବ ଇଡି ମୁଖ୍ୟାଳୟରେ ପହଞ୍ଚିଲେ, ତାଙ୍କ ସ୍ବାମୀ ରାହୁଲ ଯାଦବ ମଧ୍ୟ ତାଙ୍କ ସହ ଆସି ତାଙ୍କୁ ଇଡି ମୁଖ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଛାଡ଼ି ଯାଇଥିଲେ। ଏହି ମାମଲାରେ ଲାଲୁଙ୍କ ବଡ଼ ଝିଅ ତଥା ରାଜ୍ୟସଭା ଏମ୍‌ପି ଡ ମିସା ଭାରତୀଙ୍କୁ ମଧ୍ୟ ଇଡି ପଚରାଉଚରା କରିଛି। ମାର୍ଚ୍ଚ ୨୫ରେ ରାଜ୍ୟସଭା ଏମ୍‌ପି ମିସା ଭାରତୀଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିଲା। ଏହା ପରେ, ଏପ୍ରିଲ ୧୧ରେ ତେଜସ୍ବୀ ଯାଦବଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା।

ତେଜସ୍ବୀ ଯାଦବଙ୍କୁ ପ୍ରାୟ ସାଢ଼େ ୮ ଘଣ୍ଟା ଧରି ଇଡି ପଚରାଉଚରା କରିଥିଲା। ଲାଲଙ୍କର ୭ ଝିଅ ଏବଂ ଦୁଇ ପୁଅ ଅଛନ୍ତି। ୭ ଝିଅଙ୍କ ମଧ୍ୟରୁ ରାଗିଣୀ ୪ ନମ୍ବର। ଯିଏ କି କୋଟିପତି ମଧ୍ୟ ଅଟନ୍ତି। ଗତ କିଛି ଦିନ ପୂର୍ବେ ଲାଲୁ ପରିବାର ସହ ଜଡ଼ିତ ଅନେକ ଲୋକଙ୍କ ବାସଭବନରେ ଇଡି ପକ୍ଷରୁ ଚଢ଼ାଉ ହୋଇଥିଲା। ସେହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏବଂ ଦଲିଲ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri