ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଆଉ ଏକ କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର,୨୭।୭(ବ୍ୟୁରୋ)-ଭୁବନେଶ୍ୱରରେ ଆଉ ଏକ କୋଭିଡ୍‌ ହସ୍ପିଟାଲ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଚନ୍ଦ୍ରଶେଖରପୁର ସ୍ଥିତ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଏହି ବ୍ୟବସ୍ଥା ହୋଇଛି। ଏହି ହସ୍ପିଟାଲରେ ୧୫୦ ଶଯ୍ୟାର ବ୍ୟବସ୍ଥା ରହିଥିବା ବେଳେ ୩୦ଟି ଆଇସିୟୁର ବେଡ୍‌ ରହିଛି। ବିଏମ୍‌ସି ଓ ହସ୍ପିଟାଲ ପକ୍ଷରୁ ପିପିପି ମାଧ୍ୟମରେ ଏହି ସେବା କରାଯିବା ପାଇଁ ସ୍ଥିର ହୋଇଛି। ସୋମବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଓ ହସ୍ପିଟାଲ୍‌ ମଧ୍ୟରେ ଏମ୍‌ଓୟୁ ପରେ ହସ୍ପିଟାଲ୍‌ଟି ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି। ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ବ୍ୟତୀତ ହାଇଟେକ୍‌ ହସ୍ପିଟାଲ୍‌ରେ ମଧ୍ୟ ବିଏମ୍‌ସି ସହଯୋଗରେ ଏକ ୫୫୦ ସଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ୍‌ ପ୍ରସ୍ତୁତ ହୋଇଛି। ସେହିପରି ଭୁବନେଶ୍ୱରର ତିନୋଟି ଜୋନ୍‌ରେ କୋଭିଡ୍‌ କେୟାର ହୋମ୍‌ ଖୋଲାଯାଇ ପ୍ରତି ହୋମ୍‌ରେ ୫୦ଟି ଲେଖାଏ ଶଯ୍ୟା ବ୍ୟବସ୍ଥା କରିବା ପାଇଁ ବିଏ୍‌ମସି ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବରୁ ଭୁବନେଶ୍ୱରରେ ସମ୍‌ ଓ କିମ୍ସ ଦୁଇଟି କୋଭିଡ୍‌ ହସ୍ପିଟାଲରେ କରୋନା ଚିକିତ୍ସା ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri