ରେକର୍ଡ ସ୍ତରରେ ସୁନା: ଦର ୫୧,୮୩୩ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ,୨୭।୭: ଗତ କିଛି ସପ୍ତାହ ଧରି ସୁନା ଦର ଭାରତରେ ବୃଦ୍ଧି ଘଟୁଥିବା ବେଳେ ଦରରେ ବିରତି ଲାଗୁନାହିଁ। ବିଦେଶୀ ବଜାର କାରଣରୁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମ୍‌ସିଏକ୍ସ)ରେ ସୋମବାର ପ୍ରାରମ୍ଭିକ କାରବାରରେ ସୁନା ଦର ବିଶେଷ ବୃଦ୍ଧି ହୋଇଥିବା ଜଣାପଡିଛି। ସୁନା ଦର ୮୦୦ ଟଙ୍କା ବୃଦ୍ଧି ଘଟି ୧୦ ଗ୍ରାମ ପିଛା ଦର ୫୧,୮୩୩ ଟଙ୍କା ଛୁଇଁଥିଲା। ସୁନାରେ ଏହା ରେକର୍ଡ ସ୍ତରର ବୃଦ୍ଧି। ଏହା ଅଗଷ୍ଟରେ ଡେଲିଭରିର ଦାମ ବୋଲି ଜଣାପଡିଛି। ସେହିଭଳି ରୁପା ଦରରେ ୩୪୦୦ ଟଙ୍କା ବୃଦ୍ଧି ଘଟିବା ଯୋଗୁ ଦର କିଲୋ ପ୍ରତି ୬୪,୬୧୭ ଟଙ୍କା ଛୁଇଁଛି। ଏହି ସମୟରେ ରୁପା ଦରରେ ୫.୫% ବୃଦ୍ଧି ଘଟିଛି। ଏହା ରୁପାର ୮ ବର୍ଷର ସର୍ବୋଚ୍ଚ ଦର। ଗତ ସପ୍ତାହରେ ଶୁକ୍ରବାର ଦିନ ସୁନା ଦର ୫୦,୮୭୬ ଟଙ୍କା ଥିବା ବେଳେ ରୁପା ଦର ୬୧,୧୭୩ ଟଙ୍କା ରହିଥିଲା। ଗତ ସପ୍ତାହ ତୁଳନାରେ ସୁନା ଦର ୪% ଏବଂ ରୁପା ଦର ୧୫% ବଢିଛି।
ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ଆଉନ୍ସ ପିଛା ୨୦୦୦ ଡଲାର ସ୍ତର ଛୁଇଁଛି। ଆମେରିକା-ଚାଇନା ବିବାଦ, ଦୁର୍ବଳ ଡଲାର ଏବଂ ଅନ୍ତର୍ଜାତୀୟ ବଜାରରେ ନିବେଶକଙ୍କ ସୁନାରେ ନିବେଶ ବଢ଼ିବା ଯୋଗୁ ଦରରେ ବୃଦ୍ଧି ଘଟିଛି। ୨୦୧୧ ସେପ୍ଟେମ୍ବରରେ ସୁନାର ଆଉନ୍ସ ପ୍ରତି ଦର ୧୯୨୦ ଡଲାର ରହିଥିଲା। ବର୍ତ୍ତମାନର ଦର ବୃଦ୍ଧି ରେକର୍ଡ ସ୍ତର ଛୁଇଁଥିବା କୁହାଯାଉଛି। ସୁନା ଦର ବୃଦ୍ଧି ଆଗାମୀ ଦିନରେ ଜାରି ରହିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?