ପୁଣି ୩୧ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୫।୪: ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସଙ୍କଟ ଦେଖାଯାଇଛି। ଦିଲ୍ଲୀର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଗତ ୫ ଦିନ ହେଲା ଅକ୍ସିଜେନ ଅଭାବରୁ ବହୁ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ଘଟିଲାଣି। ସାର୍‌ ଗଙ୍ଗାରାମ ହସ୍ପିଟାଲ (ଏସ୍‌ଜିଆର୍‌ଏଚ୍‌)ରେ ଅକ୍ସିଜେନ ଚାପ କମ୍‌ ଯୋଗୁ ଶୁକ୍ରବାର ୨୫ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହାର ୨୪ଘଣ୍ଟା ନ ପୂରୁଣୁ ଦିଲ୍ଲୀର ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଆଉ ୨୫ଜଣ ଏବଂ ଶନିବାର ପଞ୍ଜାବର ଏକ ଘରୋଇ ହସ୍ପିଟାଲରେ ୬ଜଣ ଏପରି ମୋଟ ୩୧ ରୋଗୀଙ୍କ ଅକ୍ସିଜେନ ଅଭାବରୁ ଜୀବନ ଯାଇଛି।
ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଶୁକ୍ରବାର ରାତିରେ ଅକ୍ସିଜେନ ଅଭାବ ଯୋଗୁ ୨୫ କରୋନା ରୋଗୀଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ୨୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଏହାର ଜଣେ ଅଧିକାରୀ କହିଛନ୍ତି। ତାଙ୍କ କହିବା
ଅନୁଯାୟୀ ସରକାର ଉକ୍ତ ହସ୍ପିଟାଲ ପାଇଁ ୩.୫ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ମଞ୍ଜୁର କରିଥିଲେ, ଏହା ସନ୍ଧ୍ୟା ୫ଟାରେ ପହଞ୍ଚତ୍ବା କଥା। କିନ୍ତୁ ମଧ୍ୟରାତ୍ର ବେଳକୁ ପହଞ୍ଚତ୍ବାରୁ ଏତେ ସଂଖ୍ୟାରେ ରୋଗୀଙ୍କ ଜୀବନ ଗଲା ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଡ. ଡି.କେ. ବାଲୁଜା କହିଛନ୍ତି। ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଶନିବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ହସ୍ପିଟାଲରେ ଅମ୍ଳଜାନର ଗୁରୁତର ସଙ୍କଟ ସୃଷ୍ଟି ହୋଇଥିବା ପିଟିଶନରେ କୁହାଯାଇଛି। ଶନିବାର ସକାଳେ ଅକ୍ସିଜେନ ସଙ୍କଟ ନେଇ ସରକାରଙ୍କୁ ଏସ୍‌ଓଏସ୍‌ ପଠାଇବାରେ ଜୟପୁର ଗୋଲ୍ଡେନ ହସ୍ପିଟାଲ ଦ୍ୱିତୀୟ। ଏହା ପୂର୍ବରୁ ମୁଲଚାନ୍ଦ ହସ୍ପିଟାଲ ଜରୁରୀ ଅକ୍ସିଜେନ ଯୋଗାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଅନିଲ ବୈଜାଲଙ୍କୁ ଅନୁରୋଧ କରିଥିଲା।
ସେହିପରି ପଞ୍ଜାବ ଅମ୍ରିତସରସ୍ଥିତ ନୀଳକଣ୍ଠ ମଲ୍‌ଟିସ୍ପେସିଆଲିଟି ଘରୋଇ ହସ୍ପିଟାଲରେ ଅକ୍ସିଜେନ୍‌ ଶେଷ ହୋଇଯିବାରୁ ଭେଣ୍ଟିଲେଟର କାମ କରି ନ ଥିବା ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଅକ୍ସିଜେନ୍‌ ଅଭାବକୁ ସ୍ବୀକାର କରିବା ସହ ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପଞ୍ଜାବ ସରକାରଙ୍କୁ ଦାୟୀ କରିଛନ୍ତି। ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି। ଯେଉଁ ହସ୍ପିଟାଲ୍‌ରେ କୋଭିଡ୍‌ ସଂକ୍ରମିତ ରୋଗୀ ନାହାନ୍ତି, ସେଠାକୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍‌ ଯୋଗାଣ ହେଉଥିବାବେଳେ ଘରୋଇ ହସ୍ପିଟାଲଗୁଡ଼ିକୁ ସରକାର ଧ୍ୟାନ ଦେଉ ନାହାନ୍ତି। ଫଳରେ ଘରୋଇ ହସ୍ପିଟାଲ୍‌ ଗୁଡ଼ିକ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ ବୋଲି ନୀଳକଣ୍ଠ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସୁନିଲ ଦେବଗନ୍‌ କହିଛନ୍ତି। ଅପରପକ୍ଷରେ ପଞ୍ଜାବ ସ୍ବାସ୍ଥ୍ୟ ବିଭାଗ ମନ୍ତ୍ରୀ ବଲ୍‌ବୀର ସିଂ କହିଛନ୍ତି , ଅକ୍ସିଜେନ ଅଭାବରୁ ୬ଜଣଙ୍କ ମୃତ୍ୟୁ ହେବା ଘଟଣାର ତଦନ୍ତ କରାଯିବ। ଏଥିସହିତ ମେଡିକାଲ ଅକ୍ସିଜେନର ବେଆଇନ ଯୋଗାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅକ୍ସିଜେନ ଯୋଗାଣକୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପତ୍ର ଲେଖିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ସିଦ୍ଧୁ କହିଛନ୍ତି।
ଅକ୍ସିଜେନ ଅଭାବରେ ଏତେ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସୀମା ଶୁଳ୍କ ମୁକ୍ତ ହେବ ଅକ୍ସିଜେନ

ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଅନେକ ରାଜ୍ୟରେ ମେଡିକାଲ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅକ୍ସିଜେନ ଅଭାବରୁ ପ୍ରତ୍ୟହ ବହୁସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟିଲାଣି। ଅମ୍ଳଜାନ ଅଭାବ ଦେଶରେ ଏକ ଜରୁରୀ ସ୍ଥିତି ସୃଷ୍ଟି ସୃଷ୍ଟି କରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ମେଡିକାଲ ଅକ୍ସିଜେନ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଶନିବାର ବିଦେଶରୁ ଅକ୍ସିଜେନ୍‌, ଆନୁଷଙ୍ଗିକ ଚିକିତ୍ସା ଉପକରଣ ଆମଦାନୀ ଉପରୁ ସୀମା ଶୁଳ୍କ ଏବଂ ହେଲ୍‌ଥ ସେସ୍‌ ୩ ମାସ ପାଇଁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଦେଶରୁ ଆମଦାନୀ ହେବାକୁ ଥିବା କୋଭିଡ୍‌ ଟିକା କ୍ଷେତ୍ରରେ ମଧ୍ୟ ଉପରୋକ୍ତ ଟିକସ ଛାଡ଼ ଲାଗୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ସରକାର ସୀମା ଶୁଳ୍କ ଛାଡ଼ କରିଥିବାରୁ ଅକ୍ସିଜେନ୍‌, ଟିକା ଓ ଆନୁଷଙ୍ଗିକ ଚିକିତ୍ସା ଉପକରଣ ଆମଦାନୀ ବଢ଼ିବା ସହ ଶସ୍ତା ହେବ ବୋଲି କୁହାଯାଇଛି। ଉପରୋକ୍ତ ପଦାର୍ଥକୁ ତୁରନ୍ତ ସୀମାଶୁଳ୍କ ବିଭାଗ ମଞ୍ଜୁରୀ ପ୍ରଦାନ ସହ ନିର୍ବିଘ୍ନ ଆମଦାନୀ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଗ୍ରେଡ୍‌ ଅକ୍ସିଜେନ ଓ ଚିକିତ୍ସା ଉପକରଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ତେଣୁ ଯୋଗାଣ ତୁରନ୍ତ ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସବୁ ମନ୍ତ୍ରଣାଳୟ ଓ ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଯୋଗାଣ ବୃଦ୍ଧି ଦିଗରେ ଏକତ୍ର କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ। ନିକଟରେ କୋଭିଡ୍‌ ଚିକିତ୍ସା ପାଇଁ ବ୍ୟବହୃତ ରେମ୍‌ଡେସିଭିର ଇଞ୍ଜେକ୍‌ଶନ ଉପରୁ ଶୁଳ୍କ ଛାଡ଼ କରାଯାଇଥିଲା। କରୋନା ପ୍ରଭାବିତ ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବରେ ଅକ୍ସିଜେନ୍‌ର ଘୋର ଅଭାବ ପରିଲ୍ଲଖିତ ହେଉଛି। ଅକ୍ସିଜେନ ଅଭାବରୁ ବହୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏପରି କି ଦିଲ୍ଲୀରେ ଅକ୍ସିଜେନ ଅଭାବ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅକ୍ସିଜେନ ଯୋଗାଇବାକୁ ସବୁ ରାଜ୍ୟକୁ ଶନିବାର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri