ପୁଣି ୩୧ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୫।୪: ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସଙ୍କଟ ଦେଖାଯାଇଛି। ଦିଲ୍ଲୀର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଗତ ୫ ଦିନ ହେଲା ଅକ୍ସିଜେନ ଅଭାବରୁ ବହୁ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ଘଟିଲାଣି। ସାର୍‌ ଗଙ୍ଗାରାମ ହସ୍ପିଟାଲ (ଏସ୍‌ଜିଆର୍‌ଏଚ୍‌)ରେ ଅକ୍ସିଜେନ ଚାପ କମ୍‌ ଯୋଗୁ ଶୁକ୍ରବାର ୨୫ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହାର ୨୪ଘଣ୍ଟା ନ ପୂରୁଣୁ ଦିଲ୍ଲୀର ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଆଉ ୨୫ଜଣ ଏବଂ ଶନିବାର ପଞ୍ଜାବର ଏକ ଘରୋଇ ହସ୍ପିଟାଲରେ ୬ଜଣ ଏପରି ମୋଟ ୩୧ ରୋଗୀଙ୍କ ଅକ୍ସିଜେନ ଅଭାବରୁ ଜୀବନ ଯାଇଛି।
ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଶୁକ୍ରବାର ରାତିରେ ଅକ୍ସିଜେନ ଅଭାବ ଯୋଗୁ ୨୫ କରୋନା ରୋଗୀଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ୨୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଏହାର ଜଣେ ଅଧିକାରୀ କହିଛନ୍ତି। ତାଙ୍କ କହିବା
ଅନୁଯାୟୀ ସରକାର ଉକ୍ତ ହସ୍ପିଟାଲ ପାଇଁ ୩.୫ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ମଞ୍ଜୁର କରିଥିଲେ, ଏହା ସନ୍ଧ୍ୟା ୫ଟାରେ ପହଞ୍ଚତ୍ବା କଥା। କିନ୍ତୁ ମଧ୍ୟରାତ୍ର ବେଳକୁ ପହଞ୍ଚତ୍ବାରୁ ଏତେ ସଂଖ୍ୟାରେ ରୋଗୀଙ୍କ ଜୀବନ ଗଲା ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଡ. ଡି.କେ. ବାଲୁଜା କହିଛନ୍ତି। ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଶନିବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ହସ୍ପିଟାଲରେ ଅମ୍ଳଜାନର ଗୁରୁତର ସଙ୍କଟ ସୃଷ୍ଟି ହୋଇଥିବା ପିଟିଶନରେ କୁହାଯାଇଛି। ଶନିବାର ସକାଳେ ଅକ୍ସିଜେନ ସଙ୍କଟ ନେଇ ସରକାରଙ୍କୁ ଏସ୍‌ଓଏସ୍‌ ପଠାଇବାରେ ଜୟପୁର ଗୋଲ୍ଡେନ ହସ୍ପିଟାଲ ଦ୍ୱିତୀୟ। ଏହା ପୂର୍ବରୁ ମୁଲଚାନ୍ଦ ହସ୍ପିଟାଲ ଜରୁରୀ ଅକ୍ସିଜେନ ଯୋଗାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଅନିଲ ବୈଜାଲଙ୍କୁ ଅନୁରୋଧ କରିଥିଲା।
ସେହିପରି ପଞ୍ଜାବ ଅମ୍ରିତସରସ୍ଥିତ ନୀଳକଣ୍ଠ ମଲ୍‌ଟିସ୍ପେସିଆଲିଟି ଘରୋଇ ହସ୍ପିଟାଲରେ ଅକ୍ସିଜେନ୍‌ ଶେଷ ହୋଇଯିବାରୁ ଭେଣ୍ଟିଲେଟର କାମ କରି ନ ଥିବା ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଅକ୍ସିଜେନ୍‌ ଅଭାବକୁ ସ୍ବୀକାର କରିବା ସହ ଏଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପଞ୍ଜାବ ସରକାରଙ୍କୁ ଦାୟୀ କରିଛନ୍ତି। ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି। ଯେଉଁ ହସ୍ପିଟାଲ୍‌ରେ କୋଭିଡ୍‌ ସଂକ୍ରମିତ ରୋଗୀ ନାହାନ୍ତି, ସେଠାକୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍‌ ଯୋଗାଣ ହେଉଥିବାବେଳେ ଘରୋଇ ହସ୍ପିଟାଲଗୁଡ଼ିକୁ ସରକାର ଧ୍ୟାନ ଦେଉ ନାହାନ୍ତି। ଫଳରେ ଘରୋଇ ହସ୍ପିଟାଲ୍‌ ଗୁଡ଼ିକ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ ବୋଲି ନୀଳକଣ୍ଠ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସୁନିଲ ଦେବଗନ୍‌ କହିଛନ୍ତି। ଅପରପକ୍ଷରେ ପଞ୍ଜାବ ସ୍ବାସ୍ଥ୍ୟ ବିଭାଗ ମନ୍ତ୍ରୀ ବଲ୍‌ବୀର ସିଂ କହିଛନ୍ତି , ଅକ୍ସିଜେନ ଅଭାବରୁ ୬ଜଣଙ୍କ ମୃତ୍ୟୁ ହେବା ଘଟଣାର ତଦନ୍ତ କରାଯିବ। ଏଥିସହିତ ମେଡିକାଲ ଅକ୍ସିଜେନର ବେଆଇନ ଯୋଗାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅକ୍ସିଜେନ ଯୋଗାଣକୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପତ୍ର ଲେଖିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ସିଦ୍ଧୁ କହିଛନ୍ତି।
ଅକ୍ସିଜେନ ଅଭାବରେ ଏତେ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସୀମା ଶୁଳ୍କ ମୁକ୍ତ ହେବ ଅକ୍ସିଜେନ

ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଅନେକ ରାଜ୍ୟରେ ମେଡିକାଲ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅକ୍ସିଜେନ ଅଭାବରୁ ପ୍ରତ୍ୟହ ବହୁସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟିଲାଣି। ଅମ୍ଳଜାନ ଅଭାବ ଦେଶରେ ଏକ ଜରୁରୀ ସ୍ଥିତି ସୃଷ୍ଟି ସୃଷ୍ଟି କରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ମେଡିକାଲ ଅକ୍ସିଜେନ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଶନିବାର ବିଦେଶରୁ ଅକ୍ସିଜେନ୍‌, ଆନୁଷଙ୍ଗିକ ଚିକିତ୍ସା ଉପକରଣ ଆମଦାନୀ ଉପରୁ ସୀମା ଶୁଳ୍କ ଏବଂ ହେଲ୍‌ଥ ସେସ୍‌ ୩ ମାସ ପାଇଁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଦେଶରୁ ଆମଦାନୀ ହେବାକୁ ଥିବା କୋଭିଡ୍‌ ଟିକା କ୍ଷେତ୍ରରେ ମଧ୍ୟ ଉପରୋକ୍ତ ଟିକସ ଛାଡ଼ ଲାଗୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ସରକାର ସୀମା ଶୁଳ୍କ ଛାଡ଼ କରିଥିବାରୁ ଅକ୍ସିଜେନ୍‌, ଟିକା ଓ ଆନୁଷଙ୍ଗିକ ଚିକିତ୍ସା ଉପକରଣ ଆମଦାନୀ ବଢ଼ିବା ସହ ଶସ୍ତା ହେବ ବୋଲି କୁହାଯାଇଛି। ଉପରୋକ୍ତ ପଦାର୍ଥକୁ ତୁରନ୍ତ ସୀମାଶୁଳ୍କ ବିଭାଗ ମଞ୍ଜୁରୀ ପ୍ରଦାନ ସହ ନିର୍ବିଘ୍ନ ଆମଦାନୀ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଗ୍ରେଡ୍‌ ଅକ୍ସିଜେନ ଓ ଚିକିତ୍ସା ଉପକରଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ତେଣୁ ଯୋଗାଣ ତୁରନ୍ତ ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସବୁ ମନ୍ତ୍ରଣାଳୟ ଓ ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଯୋଗାଣ ବୃଦ୍ଧି ଦିଗରେ ଏକତ୍ର କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ। ନିକଟରେ କୋଭିଡ୍‌ ଚିକିତ୍ସା ପାଇଁ ବ୍ୟବହୃତ ରେମ୍‌ଡେସିଭିର ଇଞ୍ଜେକ୍‌ଶନ ଉପରୁ ଶୁଳ୍କ ଛାଡ଼ କରାଯାଇଥିଲା। କରୋନା ପ୍ରଭାବିତ ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବରେ ଅକ୍ସିଜେନ୍‌ର ଘୋର ଅଭାବ ପରିଲ୍ଲଖିତ ହେଉଛି। ଅକ୍ସିଜେନ ଅଭାବରୁ ବହୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏପରି କି ଦିଲ୍ଲୀରେ ଅକ୍ସିଜେନ ଅଭାବ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅକ୍ସିଜେନ ଯୋଗାଇବାକୁ ସବୁ ରାଜ୍ୟକୁ ଶନିବାର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri