ବୁଗୁଡ଼ାରୁ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ: ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଲା

ବୁଗୁଡା, ୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବୁଗୁଡା ବ୍ଲକରୁ ଶନିବାର ପୁଣି ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡିଛି । ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଅଞ୍ଚଳରୁ ୬, ଅନ୍ତରପଡାରୁ ୫, ଅରଖପୁରରୁ ୨, ଖୋଳଖାଳି-ଆଦିପୁର-ଘୋଲପୁରରେ-ବୁଗୁଡା କେନାଲସାହିରୁ ଜଣେ
ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯିବ ବୋଲି ବିଡିଓ ତନ୍ମୟ ପାତ୍ର କହିଛନ୍ତି। ଏହି ଅବସରରେ ବୁଗୁଡା ସହରରେ ବିଶୋଧକ ସିଞ୍ଚନ କରିବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଇସ୍ରାଏଲ ସଂସଦର ସର୍ବୋଚ୍ଚ ସମ୍ମାନ: ସତ୍ୟ, ବାସ୍ତବତାକୁ ଆପଣାଇଛି ଭାରତ

ଜେରୁଜେଲମ୍‌,୨୬ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶତ ପ୍ରଶଂସାରେ ପୋତି ପକାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ମୋଦି କେବଳ ଉତ୍ତମ ବନ୍ଧୁ ନୁହନ୍ତି, ଭାଇଠାରୁ ବି ଅଧିକ। ଭାରତ-ଇସ୍ରାଏଲ…

କର ବା ମର ସ୍ଥିତିରେ ଭାରତ: ହାରିଲେ ଟି-୨୦ ବିଶ୍ୱକପ୍‌ରୁ ହେବ ବିଦା

ଚେନ୍ନାଇ,୨୫ା୨(ପି.ଟି.): ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ଗୁରୁବାର ଜିମ୍ବାଓ୍ବେକୁ ଭେଟିବାକୁ ଯାଉଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ବଡ଼…

ଭାରତର ଚିକେନ-ଅଣ୍ଡାକୁ ବ୍ୟାନ୍‌; ଏହି ଦେଶ ନେଲା ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୬।୨: ସାଉଦି ଆରବ ଭାରତୀୟ କୁକୁଡ଼ା ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ଖବର ଜାରି କରିଛି। ସାଉଦି ଆରବର ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ (SFDA)…

ଭୋଜି ଖାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ରଘୁନାଥ: ଆଜି ସକାଳୁ…

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମର ସିଏଚ. ରଘୁନାଥ ପାତ୍ର(୬୫) ନାମକ ଜଣେ ବୃଦ୍ଧଙ୍କ ମୃତଦେହକୁ ସାହସପୁର ହାଟପଦା ନିକଟ ଏକ…

ପୋଲରେ ଝୁଲିପଡ଼ିଲା ବସ୍‌: ପ୍ରାଣ ବିକଳରେ ଯାତ୍ରୀ…

ଅତାବିରା, ୨୬।୨(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ନଂ ଜାତୀୟ ରାଜପଥର ଅତାବିରାରେ ଏକ ବସ ଦୁର୍ଘଟଣା l ଆଜି ସକାଳ ୮ଟା ସମୟରେ ବଣ୍ଟି ନାମକ ଏକ ଘରୋଇ…

ପନିପରିବା ପାଇଁ ଗଞ୍ଜାମ ଭରସା: କଲରା ୧୦୦, କଞ୍ଚାଲଙ୍କା ୧୧୦

ଦାରିଙ୍ଗବାଡି,୨୬।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ପନିପରିବା ସଙ୍କଟ ବଢିବାରେ ଲାଗିଛି। ପୁର୍ବରୁ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶରୁ ପନିପରିବା ଆସୁଥିବା ବେଳେ ଏବେ ଗଞ୍ଜାମ ଭରସା।…

ବଢ଼ିଲାଣି ଖରା, ଜମୁଛି ତରଭୁଜ ବେପାର

ଗୁଣପୁର, ୨୬।୨(ସଂକେତ ପାତ୍ର):ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁ ରାୟଗଡ଼ା ଜିଲା ଗୁଣପୁରରେ ଏବେ ତରଭୁଜର ଚାହିଦା ମଧ୍ୟ ବଢି ଚାଲିଥିବା ଦେଖିବାକୁ…

ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ: ଘୋଡ଼ାନାଚ ପାଇଁ ଥିଲେ ପରିଚିତ

ଚୌଦ୍ବାର,୨୬।୨: ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କଳା କ୍ଷେତ୍ରରେ ଅବଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri