Categories: Video

Annual HSC examination-2020 begins | ମାଟ୍ରିକ ପରୀକ୍ଷା ଆରମ୍ଭ

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିକ୍ଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମୋଟ ୨ହଜାର ୮ଶହ ୮୮ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୬୦ହଜାର ୯୦୫ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନରେ ଛାତ୍ରୀଛାତ୍ର ମାନେ ମାତୃଭାଷା ପରୀକ୍ଷା ଦେଇଛନ୍ତିି । ସକାଳ ୮ଟା ମଧ୍ୟରେ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଥିଲା । ସକାଳ ୯ଟା ୨୦ରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ସେଣ୍ଟର ଭିତରକୁ ପ୍ରବେଶ କରିବା ପରେ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା ।

The annual High School Certificate (HSC) examination conducted by Board of Secondary Education (BSE), Odisha started across the state Wednesday. On the first day, students appeared for first language paper. The gates were opened at 9:20am and the examination started at 10:00am. As many as 5,60,905 students have enrolled for the examinations being held at 2,888 centres across the state.