Categories: ବାଣିଜ୍ୟ

ୟୁପିଡିଏର ବାର୍ଷିକ ସାଧାରଣ ଅଧିବେଶନ

ଭୁବନେଶ୍ୱର,୧୦।୪: ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ (ୟୁପିଡିଏ)ର ବାର୍ଷିକ ସାଧାରଣ ଅଧିବେଶନ (ଏଜିଏମ୍‌) ରବିବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁପିଡିଏର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଆସୋସିଏଶନର ସମସ୍ତ କାର୍ଯ୍ୟକଳାପ ଓ ଏଜିଏମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ପରିଶେଷରେ ୟୁପିଡିଏର ନୂତନ କର୍ମକର୍ତ୍ତା ଓ କାର୍ଯ୍ୟାଳୟ ସଦସ୍ୟ ମନୋନୀତ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ବ୍ୟବସାୟୀ ବିଶ୍ୱଜିତ ପଟ୍ଟନାୟକ ୟୁପିଡିଏର ସଭାପତି ଭାବେ ମନୋନୀତ ହୋଇଥିବାବେଳେ ଉପସଭାପତି ପ୍ରଦୀପ୍ତ କୁମାର ଦାସ, ସାଧାରଣ ସମ୍ପାଦକ ସଞ୍ଜୟ ଲାଠ,କୋଷାଧ୍ୟକ୍ଷ ମହେନ୍ଦ୍ର ସିଂ କଲସୀ ଏବଂ ଯୁଗ୍ମ ସମ୍ପାଦକ ଭାବେ ପବିତ୍ର ମୋହନ ଦାସ ଓ କାଳୀକିଙ୍କର ମୁଖାର୍ଜୀ ମନୋନୀତ ହୋଇଛନ୍ତି।

Share