Posted inଖେଳ

ବାଦ ପଡ଼ିଲେ ରିଚା, ଶିଖା: ନୂଆ ମୁହଁ ଭାବେ ଉମା ସାମିଲ

ନୂଆଦିଲ୍ଲୀ, ୩ା୭: ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ମହିଳା ଟି୨୦ ଓ ଦିନିକିଆ ଦଳ ଘୋଷଣା କରାଯାଇଛି। ଉଇକେଟ କିପର ରିଚା ଘୋଷ ଏବଂ ଶିଖା ପାଣ୍ଡେ ଏହି ଦଳରୁ ବାଦ ପଡିଥିବା ବେଳେ ଆସାମର ଉମା ଚେତ୍ରୀ ନୂଆ ମୁହଁ ଭାବରେ ଦଳରେ ସାମିଲ ହୋଇଛନ୍ତି।

ଟି୨୦ ବିଶ୍ୱକପ ପାଇଁ ଡାକରା ପାଇଥିବା ଶିଖା ପାଣ୍ଡେଙ୍କୁ ବାଦ ଦିଆଯାଇଥିବା ବେଳେ ଉଭୟ ଟି୨୦ ଓ ଦିନିକିଆ ଦଳରୁ ରିଚା ବାଦ ପଡିଛନ୍ତି। ପେସ୍‌ ବୋଲର ରେଣୁକା ସିଂ ବାଦ ପଡିଥିବା ବେଳେ ୧୮ ଜଣିଆ ଦଳରେ ମିନ୍ନୁ ମଣି, ଅନୁଶା ବରେଡି ଓ ରାଶି କନୋଜିୟାଙ୍କୁ ସାମିଲ କରାଯାଇଛି। ଶେଷ ଥର ପାଇଁ ୨୦୨୧ରେ ଖେଳିଥିବା ମୋନିକା ପଟେଲ ଓ ପ୍ରିୟା ପୁନିଆଙ୍କୁ ଦଳରେ ସାମିଲ କରାଯାଇଛି। ସ୍ନେହ ରଣା ଟି୨୦ ଦଳରୁ ବାଦ ପଡିଥିବା ବେଳେ ସବ୍ବିନ୍ନେନୀ ମେଘନା ଦିନିକିଆ ଦଳରୁ ବାଦ ପଡିଛନ୍ତି। ଭାରତ ଏହି ସିରିଜ୍‌ରେ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ ଖେଳିବ।
ଟି୨୦ ଦଳ: ହରମନ୍‌ପ୍ରୀତ୍‌ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ-ଅଧିନାୟକ), ଦୀପ୍ତି ଶର୍ମା, ଶେଫାଳି ବର୍ମା, ଜେମିମା ରୋଡ୍ରିଗୁଏଜ, ୟସ୍ତିକା ଭାଟିଆ, ହରଲିନ୍‌ ଦେଓଲ, ଦେବିକା ବୈଦ୍ୟ, ଉମା ଚେତ୍ରୀ, ଅମନଜୋତ କୌର, ଏସ୍‌. ମେଘନା, ପୂଜା ବସ୍ତ୍ରକାର, ମେଘନା ସିଂ, ଅଞ୍ଜଳି ଶ୍ରାବଣୀ, ମୋନିକା ପଟେଲ, ରାଶି କନୋଜିୟା, ଅନୁଶା ବରେଡ୍ଡି, ମିନ୍ନୁ ମଣି।
ଦିନିକିଆ ଦଳ: ହରମନ୍‌ପ୍ରୀତ୍‌ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ-ଅଧିନାୟକ), ଦୀପ୍ତି ଶର୍ମା, ଶେଫାଳି ବର୍ମା, ଜେମିମା ରୋଡ୍ରିଗୁଏଜ, ୟସ୍ତିକା ଭାଟିଆ, ହରଲିନ୍‌ ଦେଓଲ, ଦେବିକା ବୈଦ୍ୟ, ଉମା ଚେତ୍ରୀ, ଅମନଜୋତ କୌର, ପ୍ରିୟା ପୁନିଆ, ପୂଜା ବସ୍ତ୍ରକାର, ମେଘନା ସିଂ, ଅଞ୍ଜଳି ଶ୍ରାବଣୀ, ମୋନିକା ପଟେଲ, ରାଶି କନୋଜିୟା, ଅନୁଶା ବରେଡ୍ଡି, ସ୍ନେହ ରାଣା।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri