Posted inଖେଳ

ଆଇଏସ୍‌ଏଲ୍‌ କାର୍ଯ୍ୟସୂଚୀ ଘୋଷଣା

ମାର୍ଗାଓ, ୩୧।୧୦: ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌) ୭ମ ସଂସ୍କରଣର ପ୍ରଥମ ଚରଣ ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଏହି ହାଇ ପ୍ରୋଫାଇଲ ଫୁଟବଲ ଇଭେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଏଟିକେ ମୋହନବାଗାନ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ହେବ। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫସି ୨୩ ତାରିଖରେ ଏହାର ପ୍ରଥମ ମ୍ୟାଚ ଗୋଆ ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ହାଇଦ୍ରାବାଦ୍‌ ଏଫ୍‌ସି ସହିତ ଖେଳିବ। ପରେ ଏହି ଦଳ ୨୯ରେ ଜାମସେଦପୁର, ଡିସେମ୍ବର ୩ରେ ଏଟିକେ ମୋହନ ବାଗାନ, ୬ରେ ମୁମ୍ବାଇ ସିଟି ଏଫ୍‌ସି, ୧୨ରେ ଏଫ୍‌ସି ଗୋଆ, ୧୭ରେ ବେଙ୍ଗାଲୁରୁ ଏଫ୍‌ସି, ୨୨ରେ ନର୍ଥଇଷ୍ଟ ୟୁନାଇଟେଡ, ଜାନୁୟାରୀ ୩ରେ ଏସ୍‌ସି ଇଷ୍ଟବେଙ୍ଗଲ, ୭ରେ କେରଳ ବ୍ଲାଷ୍ଟର୍ସ, ୧୦ରେ ଚେନ୍ନାଇନ୍‌ ଏଫ୍‌ସିକୁ ଭେଟିବ।
କୋଭିଡ-୧୯ ମହାମାରୀ ପାଇଁ ପ୍ରତିଯୋଗିତା ଏଥର ଗୋଆର ଜିଏମ୍‌ସି, ତିଳକ ମଇଦାନ ଏବଂ ଫତୋର୍ଦା ଷ୍ଟାଡିୟମରେ ରୁଦ୍ଧଦ୍ୱାର ମଧ୍ୟରେ ବିନା ଦର୍ଶକରେ ଅନୁଷ୍ଠିତ ହେବ। ଗତ ସିଜନରେ ଏଟିକେ ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସିକୁ ହରାଇ ଟାଇଟଲ ଜିତିଥିଲା। ସେହିପରି ଏଫ୍‌ସି ଗୋଆ ଲିଗ୍‌ ପର୍ଯ୍ୟାୟରେ ଶୀର୍ଷରେ ରହି ଶିଲ୍ଡ ହାସଲ କରିବା ସହ ଏଏଫ୍‌ସି ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ସେବେଠାରୁ ଏଟିକେ ଆଇ-ଲିଗ୍‌ ଚାମ୍ପିୟନ ମୋହନବାଗାନ ସହିତ ମିଶି ଯାଇଛି। ଏବେ ଗୋଟିଏ କ୍ଲବଭାବେ ଆଇଏସ୍‌ଏଲ୍‌ ଖେଳିବାକୁ ଯାଉଛନ୍ତି।
ପ୍ରତିଯୋଗିତାରେ ମୋଟ ୧୧ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲେ ଏଟିକେ ମୋହନବାଗାନ, ବେଙ୍ଗାଲୁରୁ ଏଫ୍‌ସି, ଚେନ୍ନାଇନ୍‌ ଏଫ୍‌ସି, ଏଫ୍‌ସି ଗୋଆ, ହାଇଦ୍ରାବାଦ ଏଫ୍‌ସି, ଜାମସେଦପୁର ଏଫ୍‌ସି, କେରଳ ବ୍ଲାଷ୍ଟର୍ସ ଏଫ୍‌ସି, ମୁମ୍ବାଇ ସିଟି ଏଫ୍‌ସି, ନର୍ଥଇଷ୍ଟ ୟୁନାଇଟେଡ, ଓଡ଼ିଶା ଏଫସି ଓ ସ୍ପୋର୍ଟିଂ କ୍ଲବ ଇଷ୍ଟବେଙ୍ଗଲ। ଆୟୋଜକମାନେ ୨୦୨୧ ଜାନୁୟାରୀ ୧୧ ପର୍ଯ୍ୟନ୍ତ କେବଳ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଅବଶିଷ୍ଟ ପରେ ପ୍ରକାଶ ପାଇବ। କୋଲକାତାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏଟିକେ ମୋହନ ବାଗାନ ଓ ଇଷ୍ଟବେଙ୍ଗଲ ମଧ୍ୟରେ ପ୍ରଥମ ମ୍ୟାଚ ନଭେମ୍ବର ୨୭ ତାରିଖରେ ଭାସ୍କୋସ୍ଥିତ ତିଳକ ମଇଦାନରେ ଅନୁଷ୍ଠିତ ହେବ। କୋଲକାତାଭିତ୍ତିକ ଶ୍ରୀ ସିମେଣ୍ଟ୍ସ ବଡ଼ ଅଂଶଧନ କିଣିଥିବାରୁ ଆଇ-ଲିଗ୍‌ର ଅନ୍ୟତମ ଶକ୍ତିଶାଳୀ ଦଳ ଇଷ୍ଟବେଙ୍ଗଲ ଏବେ ଏସ୍‌ସି ଇଷ୍ଟବେଙ୍ଗଲରେ ପରିଣତ ହୋଇଛି। ପ୍ରଥମଥରପାଇଁ ଏହି ଦଳ ଆଇଏସ୍‌ଏଲ ଖେଳିବାକୁ ଯାଉଛି। ଆୟୋଜକ ଏଫ୍‌ସି ଗୋଆ ଏହାର ପ୍ରଥମ ମ୍ୟାଚ ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁ ଏଫସି ବିପକ୍ଷରେ ନଭେମ୍ବର ୨୨ରେ ଖେଳିବ।
ଚଳିତମାସ ପ୍ରାରମ୍ଭରେ ଗୋଆରେ ପହଞ୍ଚତ୍ବାପରେ ନର୍ଥଇଷ୍ଟ ୟୁନାଇଟେଡର ୭ ଖେଳାଳି ଓ ଜଣେ ସହକାରୀ କୋଚ୍‌ ଖାଲିଦ ଜାମିଲ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେଣୁ ପ୍ରତି ଦଳର ଖେଳାଳି ଓ ଅଫିସିଆଲମାନଙ୍କୁ ଭିନ୍ନଭିନ୍ନ ହୋଟେଲରେ ଜୈବ-ସୁରକ୍ଷିତ ପରିବେଶରେ ରଖାଯାଇଛି। କୌଣସି ଖେଳାଳି କିମ୍ବା ଅଫିସିଆଲ କରୋନା ସଂକ୍ରମିତ ହେଲେ ଯେପରି ତାହାର କଣ୍ଟାକ୍ଟ ଟ୍ରେସିଂ ହୋଇପାରିବ ସେଥିପାଇଁ ସମସ୍ତଙ୍କୁ ଆରୋଗ୍ୟ ସେତୁ ଓ ଆଇଏସଏଲ ହେଲ୍‌ଥ ଆପ୍‌ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଖେଳାଳି କିମ୍ବା ଅଫିସିଆଲ ପଜିଟିଭ୍‌ ହେଲେ ସଙ୍ଗେସଙ୍ଗେ କ୍ୱାରାଣ୍ଟାଇନ୍‌ରେ ରଖାଯିବ ଏବଂ ୭ ଦିନ ମଧ୍ୟରେ ୩ ଥର ନେଗେଟିଭ୍‌ ରେଜଲ୍ଟ ଆସିଲେ ଯାଇ ଦଳକୁ ପ୍ରତ୍ୟାବର୍ତ୍ତନ ଅନୁମତି ମିଳିବ। ଗୋଆରେ ପହଞ୍ଚତ୍ବା ପୂର୍ବରୁ ସବୁ ଦଳକୁ କୋଭିଡ ଟେଷ୍ଟ କରାଇ ୩ ଥର ନେଗେଟିଭ୍‌ ଫଳାଫଳକୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଗୋଆରେ ପହଞ୍ଚତ୍ବାପରେ ଭାରତୀୟ ଖେଳାଳି ଓ ଅଫିସିଆଲମାନେ ୧୦ ଦିନ ଏବଂ ବିଦେଶୀମାନେ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହି ସମୟ ମଧ୍ୟରେ ସମସ୍ତଙ୍କର ୫ ଥର କୋଭିଡ୍‌ ଟେଷ୍ଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

T20 ବିଶ୍ୱକପ ମଧ୍ୟରେ ବଡ଼ ସଙ୍କଟ, ଇସ୍ରାଏଲ-ଇରାନ ଯୁଦ୍ଧ ପାଇଁ ଫସିଗଲେ ଏହି ଟିମର ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପ ସମୟରେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବେ କ୍ରିକେଟ ଟିମ୍‌ଗୁଡ଼ିକର ଯାତ୍ରାକୁ ପ୍ରଭାବିତ କରୁଛି। ଦୁବାଇ ବିମାନବନ୍ଦର ଯୁଦ୍ଧ ଦ୍ୱାରା ପ୍ରଭାବିତ…

VIDEO: ଯାହାଙ୍କୁ ପ୍ଲେଇଂ XI ରୁ ବାଦ୍‌ ଦିଆଯାଇଥିଲା, ତାଙ୍କରି ସାମ୍ନାରେ ମୁଣ୍ଡ ନୁଆଁଇଲେ ସୂର୍ଯ୍ୟକୁମାର, ଖୋଲିଲେ କ୍ୟାପ

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳ ଗର୍ବର ସହିତ ICC T20 ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଚାରିଟିରେ ଦଳର ସଫଳତା ଜଣେ ଖେଳାଳିଙ୍କ ପାଇଁ, ଯାହାକୁ…

ସେମିଫାଇନାଲକୁ ନେଇ ପାକିସ୍ତାନ କହିଥିଲା ଏମିତି କଥା, ଏବେ କଡ଼ା ଜବାବ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ,୨।୩: ICC T20 ବିଶ୍ୱକପ ୨୦୨୬ର ଶେଷ ସୁପର ୮ମ୍ୟାଚରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ହାଇ-ଭୋଲଟେଜ ପ୍ରତିଯୋଗିତା ଦେଖାଯାଇଥିଲା। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା…

ଟିମ ଇଣ୍ଡିଆ ସହ ଏହି ୪ ଟିମ୍‌ଙ୍କ ସେମିଫାଇନାଲ ସ୍ଥାନ ପକ୍କା, ଜାଣନ୍ତୁ ମ୍ୟାଚର ସମ୍ପୂର୍ଣ୍ଣ ସିଡ୍ୟୁଲ

ନୂଆଦିଲ୍ଲୀ,୨।୩: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ର ଅନ୍ତିମ ସୁପର ୮ ମ୍ୟାଚରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ଧୋନୀଙ୍କୁ ବଡ଼ ଝଟ୍‌କା: ମିଳିଲା ନୋଟିସ୍‌, ୧୫ ଦିନ ମଧ୍ୟରେ…

ରାଞ୍ଚି,୨।୩: ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ରାଞ୍ଚିର ହାର୍ମୁ ଅଞ୍ଚଳରେ ତାଙ୍କ ବାସସ୍ଥାନ ପାଇଁ ଆବଣ୍ଟିତ ଜମିର ବାଣିଜି୍ୟକ ବ୍ୟବହାର ସମ୍ପର୍କରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର…

ସେମିଫାଇନାଲ୍‌ରେ ପହଞ୍ଚିବା ପରେ ବଡ଼ ବୟାନ୍‌ ଦେଲେ ସୂର୍ଯ୍ୟକୁମାର: କହୁ କହୁ କହିଦେଲେ…

କୋଲକାତା,୨।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଇଡେନ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ସୁପର-୮ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri