ଚେନ୍ନାଇ,୨।୬: ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ମଙ୍ଗଳବାର ନୂଆଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ପରେ ଦଳ ଛାଡ଼ିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଆନ୍ନାମଲାଇ ଏକ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଯାଉଥିବା ବିଭିନ୍ନ ସୂତ୍ରରୁ ସ୍ପଷ୍ଟ କରାଯାଇଛି । କିଛି ମାସ ହେଲା ଦଳୀୟ ନେତୃତ୍ୱ ସହ ତାଙ୍କର ଗୁରୁତର ମତଭେଦ ରହିଆସିଛି ।