Posted inଖେଳ

ଅନୀତା, ସଞ୍ଜୟ ସଭାପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୮ା୮: ଅଗଷ୍ଟ ୧୨ରେ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ଚାରି ଉପସଭାପତି ପାଇଁ ୫ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କୁସ୍ତିଯୋଦ୍ଧା କର୍ତ୍ତାର ସିଂ ଅଛନ୍ତି। କର୍ତ୍ତାର (୧୯୭୮ ବ୍ୟାଙ୍କକ୍‌ ଓ ୧୯୮୬ ସିଓଲ) ଦୁଇଥର ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା। ସେ ଆହୁରି ମଧ୍ୟ ପୂର୍ବତନ ଡବ୍ଲ୍ୟୁଏଫ୍‌ଆଇ ସେକ୍ରେଟାରୀ ଜେନେରାଲ। ତାଙ୍କ ନିକଟରେ ଯଥେଷ୍ଟ ପ୍ରଶାସନିକ ଅଭିଜ୍ଞତା ରହିଛି। ଉପସଭାପତି ପାଇଁ ପ୍ରାର୍ଥୀ ହୋଇଥିବା ଅନ୍ୟମାନେ ହେଲେ ଅସିତ କୁମାର ଶାହା (ବେଙ୍ଗଲ), ଜୟ ପ୍ରକାଶ (ଦିଲ୍ଲୀ), ମୋହନ ଯାଦବ (ମଧ୍ୟପ୍ରଦେଶ) ଏବଂ ଏନ୍‌ ଫୋନି (ମଣିପୁର)। ସଭାପତି ପଦବୀ ପାଇଁ ଡବ୍ଲ୍ୟୁଏଫ୍‌ଆଇର ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଅନୁଗତ ଭାବେ ଜଣାଶୁଣା ସଞ୍ଜୟ କୁମାର ସିଂ (ଉତ୍ତର ପ୍ରଦେଶ) ଏବଂ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଅନୀତା ଶେଓରାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଖବର ଅନୁସାରେ ୩୮ ବର୍ଷୀୟା ଶେଓରାନଙ୍କ ପଛରେ ବଜରଙ୍ଗ ପୁନିଆ, ଭିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ସମେତ ୬ଜଣ କୁସ୍ତିଯୋଦ୍ଧାଙ୍କ ସମର୍ଥନ ଅଛି। ଏହି କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯନ୍ତରମନ୍ତରଠାରେ ଧାରଣାରେ ବସିଥିଲେ। କୌତୂହଳର ବିଷୟ ବ୍ରିଜ ଭୂଷଣଙ୍କ ବିରୋଧରେ ଅଣାଯାଇଥିବା ଯୌନଶୋଷଣ ମାମଲାରେ ଶେଓରାନ ଜଣେ ଅନ୍ୟତମ ସାକ୍ଷୀ। ଅବସରପ୍ରାପ୍ତ ବିଚାରପତି ତଥା ରିଟର୍ନିଂ ଅଫିସର ଏମ୍‌. ଏମ୍‌. କୁମାରଙ୍କ ଦ୍ୱାରା ବିଧିବଦ୍ଧ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଦୁଇ ଯୁଗ୍ମ ସମ୍ପାଦକ ପାଇଁ ୪ଜଣ ପ୍ରାର୍ଥୀ ହୋଇଥିବା ବେଳେ ୪ କାର୍ଯ୍ୟନିର୍ବାହୀ କମିଟି ପଦବୀ ପାଇଁ ୭ଜଣ ନିର୍ବାଚନ ଲଢିବେ। ସିନିୟର ଉପସଭାପତି ପଦବୀ ପାଇଁ ମୁଖ୍ୟତଃ ବ୍ରିଜ ଭୂଷଣଙ୍କ ଶିବିରର ଆଇ.ଡି. ନାନାବତୀ ଏବଂ ଆସାମର ଦେବେନ୍ଦର କାଡିଆନ୍‌ଙ୍କ ମଧ୍ୟରେ ହେବ। ସୂଚନାଯୋଗ୍ୟ, ନିକଟରେ ଗୁଆହାଟୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଦ୍ୱାରା ଗଠିତ ଆଡହକ୍‌ କମିଟି ଆସାମ ରେସ୍‌ଲିଂ ଆସୋସିଏଶନକୁ ଇଲେକ୍ଟୋରାଲ କଲେଜରେ ସାମିଲ କରାଯାଇଛି। ଡବ୍ଲ୍ୟୁଏଫ୍‌ଆଇ ଅଗଷ୍ଟ ୧୨ ନିର୍ବାଚନ ସଭାପତି (୧), ସିନିୟର ଉପସଭାପତି (୧), ଉପସଭାପତି (୪), ସେକ୍ରେଟାରୀ ଜେନେରାଲ (୧), କୋଷାଧ୍ୟକ୍ଷ (୧), ଯୁଗ୍ମ ସମ୍ପାଦକ (୨) ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ (୫) ପଦବୀ ପାଇଁ ହେବ। ଯୁଗ୍ମ ସମ୍ପାଦକ ପାଇଁ ପ୍ରାର୍ଥୀ ହୋଇଥିବା ରୋହିତାଶ ସିଂ (ହରିୟାଣା) ବ୍ରିଜ ଭୂଷଣଙ୍କ ଶିବର ଛାଡ଼ି ବିପକ୍ଷ ଗୋଷ୍ଠୀରେ ଯୋଗଦେଇଥିବା ଶୁଣାଯାଉଛି। ବ୍ରିଜଭୂଷଣଙ୍କ ଗୋଷ୍ଠୀ ସମସ୍ତ ୧୫ ପଦବୀ ପାଇଁ ପ୍ରାର୍ଥୀ ଛିଡ଼ା କରିଛି। ରିପୋର୍ଟ ଅନୁସାରେ ଏହି ଗୋଷ୍ଠୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଫେଭରାଇଟ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri