Posted inଖେଳ

ଅନୀତା, ସଞ୍ଜୟ ସଭାପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୮ା୮: ଅଗଷ୍ଟ ୧୨ରେ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ଚାରି ଉପସଭାପତି ପାଇଁ ୫ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କୁସ୍ତିଯୋଦ୍ଧା କର୍ତ୍ତାର ସିଂ ଅଛନ୍ତି। କର୍ତ୍ତାର (୧୯୭୮ ବ୍ୟାଙ୍କକ୍‌ ଓ ୧୯୮୬ ସିଓଲ) ଦୁଇଥର ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା। ସେ ଆହୁରି ମଧ୍ୟ ପୂର୍ବତନ ଡବ୍ଲ୍ୟୁଏଫ୍‌ଆଇ ସେକ୍ରେଟାରୀ ଜେନେରାଲ। ତାଙ୍କ ନିକଟରେ ଯଥେଷ୍ଟ ପ୍ରଶାସନିକ ଅଭିଜ୍ଞତା ରହିଛି। ଉପସଭାପତି ପାଇଁ ପ୍ରାର୍ଥୀ ହୋଇଥିବା ଅନ୍ୟମାନେ ହେଲେ ଅସିତ କୁମାର ଶାହା (ବେଙ୍ଗଲ), ଜୟ ପ୍ରକାଶ (ଦିଲ୍ଲୀ), ମୋହନ ଯାଦବ (ମଧ୍ୟପ୍ରଦେଶ) ଏବଂ ଏନ୍‌ ଫୋନି (ମଣିପୁର)। ସଭାପତି ପଦବୀ ପାଇଁ ଡବ୍ଲ୍ୟୁଏଫ୍‌ଆଇର ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଅନୁଗତ ଭାବେ ଜଣାଶୁଣା ସଞ୍ଜୟ କୁମାର ସିଂ (ଉତ୍ତର ପ୍ରଦେଶ) ଏବଂ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଅନୀତା ଶେଓରାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଖବର ଅନୁସାରେ ୩୮ ବର୍ଷୀୟା ଶେଓରାନଙ୍କ ପଛରେ ବଜରଙ୍ଗ ପୁନିଆ, ଭିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ସମେତ ୬ଜଣ କୁସ୍ତିଯୋଦ୍ଧାଙ୍କ ସମର୍ଥନ ଅଛି। ଏହି କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯନ୍ତରମନ୍ତରଠାରେ ଧାରଣାରେ ବସିଥିଲେ। କୌତୂହଳର ବିଷୟ ବ୍ରିଜ ଭୂଷଣଙ୍କ ବିରୋଧରେ ଅଣାଯାଇଥିବା ଯୌନଶୋଷଣ ମାମଲାରେ ଶେଓରାନ ଜଣେ ଅନ୍ୟତମ ସାକ୍ଷୀ। ଅବସରପ୍ରାପ୍ତ ବିଚାରପତି ତଥା ରିଟର୍ନିଂ ଅଫିସର ଏମ୍‌. ଏମ୍‌. କୁମାରଙ୍କ ଦ୍ୱାରା ବିଧିବଦ୍ଧ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଦୁଇ ଯୁଗ୍ମ ସମ୍ପାଦକ ପାଇଁ ୪ଜଣ ପ୍ରାର୍ଥୀ ହୋଇଥିବା ବେଳେ ୪ କାର୍ଯ୍ୟନିର୍ବାହୀ କମିଟି ପଦବୀ ପାଇଁ ୭ଜଣ ନିର୍ବାଚନ ଲଢିବେ। ସିନିୟର ଉପସଭାପତି ପଦବୀ ପାଇଁ ମୁଖ୍ୟତଃ ବ୍ରିଜ ଭୂଷଣଙ୍କ ଶିବିରର ଆଇ.ଡି. ନାନାବତୀ ଏବଂ ଆସାମର ଦେବେନ୍ଦର କାଡିଆନ୍‌ଙ୍କ ମଧ୍ୟରେ ହେବ। ସୂଚନାଯୋଗ୍ୟ, ନିକଟରେ ଗୁଆହାଟୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଦ୍ୱାରା ଗଠିତ ଆଡହକ୍‌ କମିଟି ଆସାମ ରେସ୍‌ଲିଂ ଆସୋସିଏଶନକୁ ଇଲେକ୍ଟୋରାଲ କଲେଜରେ ସାମିଲ କରାଯାଇଛି। ଡବ୍ଲ୍ୟୁଏଫ୍‌ଆଇ ଅଗଷ୍ଟ ୧୨ ନିର୍ବାଚନ ସଭାପତି (୧), ସିନିୟର ଉପସଭାପତି (୧), ଉପସଭାପତି (୪), ସେକ୍ରେଟାରୀ ଜେନେରାଲ (୧), କୋଷାଧ୍ୟକ୍ଷ (୧), ଯୁଗ୍ମ ସମ୍ପାଦକ (୨) ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ (୫) ପଦବୀ ପାଇଁ ହେବ। ଯୁଗ୍ମ ସମ୍ପାଦକ ପାଇଁ ପ୍ରାର୍ଥୀ ହୋଇଥିବା ରୋହିତାଶ ସିଂ (ହରିୟାଣା) ବ୍ରିଜ ଭୂଷଣଙ୍କ ଶିବର ଛାଡ଼ି ବିପକ୍ଷ ଗୋଷ୍ଠୀରେ ଯୋଗଦେଇଥିବା ଶୁଣାଯାଉଛି। ବ୍ରିଜଭୂଷଣଙ୍କ ଗୋଷ୍ଠୀ ସମସ୍ତ ୧୫ ପଦବୀ ପାଇଁ ପ୍ରାର୍ଥୀ ଛିଡ଼ା କରିଛି। ରିପୋର୍ଟ ଅନୁସାରେ ଏହି ଗୋଷ୍ଠୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଫେଭରାଇଟ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri