ଏହି ହଲିଉଡ ପ୍ରୋଜେକ୍ଟରେ ନଜର ଆସିବେ ଅନିଲ କପୁର

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅନିଲ କପୁର । ହଲିଉଡର କିଛି ମୁଭିରେ ବି ତାଙ୍କର ଅଭିନୟ ଦେଖିବାକୁ ମିଳିଛି । ଏବେ ସେ ତାଙ୍କର ଆଉ ଏକ ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହୋଇ ଗଲେଣି । ଅନିଲ କପୁର ଡିଜନି ପ୍ଲସ ରିୟଲିଟି ସିରିଜ ରେନର୍ଭେଶନ୍ସରେ ଜେରେମି ରେନରଙ୍କ ସହ ନଜର ଆସିବେ । ଅନିଲ ନିଜେ ଶୁକ୍ରବାର ଏକ ଟୁଇଟ କରି ତାଙ୍କର ଏହି ଇଣ୍ଟରନ୍ୟାଶନାଲ ପ୍ରୋଜେକ୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି । ଫିଲ୍ମ ନିର୍ମାତା ଶେଖର କପୁର ବି ୱେବ ସିରିଜ ଦ ନାଇଟ ମ୍ୟାନେଜରକୁ ନେଇ ଶୁକ୍ରବାର ଏକ ଟୁଇଟ କରିଛନ୍ତି ।
ଶେଖର ଟୁଇଟ କରିଛନ୍ତି, ଆଶ୍ଚର୍ଯ୍ୟର କଥା କେମିତି ଅନିଲ କପୁର ନିଜ ଭିତରେ ଥିବା ଅଭିନେତାକୁ ପ୍ରତିଟି ନୂଆ କାମ ସହ ବିକଶିତ କରୁଛନ୍ତି । ଆଉ ଓଟିଟି ଅନିଲଙ୍କୁ ଏସବୁ କରିବାକୁ ଅନୁମତି ଦେଇଛି ଯାହା ମେନଷ୍ଟ୍ରିମ ସିନେମା ଦେଇ ନ ଥିଲା । ଆଗକୁ କ’ଣ ଅଛି ଅନିଲ । ଆଶା କରୁଛି କିଛି ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ ଥିବ । ଏହାର ଜବାବରେ ଅନିଲ ତାଙ୍କ ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି ।
ତୁରନ୍ତ ଏହାର ଜବାବ ଦେଇ ଅନିଲ ଲେଖିଛନ୍ତି, ଆପଣ ଖୁବ ଦୟାଳୁ ଶେଖର । ଓଟିଟି ସମ୍ପୂର୍ଣ୍ଣ ଭାବେ ନୂଆ ବିଷ୍ଟ ଆଉ ଏହା ମୋତେ ପସନ୍ଦ । ଆଉ ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ କଥା କହିଲେ ମୁଁ ଡିଜନି ପାଇଁ ଜେରେମି ରେନରଙ୍କ ରେନର୍ଭେଶନର ଅପେକ୍ଷା ରଖିଛି ।

Share