ଏହି ଦିଅର-ଭାଉଜ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଛନ୍ତି ଦର୍ଶକ, ରୋମାଣ୍ଟିକ୍‌ ସିନ୍‌ ଆଜିବି ଚର୍ଚ୍ଚାରେ

ବଲିଉଡ୍‌ ଫିଲ୍ମରେ ଅନେକ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ ମିଳିଥାଏ। ସେହି ସିନ୍‌ ମଧ୍ୟରୁ କେତେଗୁଡିଏ ହିଟ୍‌ ସିନ୍‌ ମଧ୍ୟ ରହିଛି। ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ। ତେବେ ଫିଲ୍ମରେ ଅନେକ ରୋମାଣ୍ଟିକ୍‌ ସିନ୍‌ କରୁଥିଲେ ବି ବାସ୍ତବିକ ସମ୍ପର୍କକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଅନେକ ସମୟରେ ଫିଲ୍ମରେ ରୋମାଣ୍ଟିକ୍‌ ସିନ୍‌ କରିଥିବା ଏହି ଯୋଡିଙ୍କ ସମ୍ପର୍କ ବାସ୍ତବ ଜୀବନରେ ଖୁବ୍‌ ଅଲଗା । ଜାଣନ୍ତୁ ସେ ସମ୍ପର୍କରେ…

ସୁପରଷ୍ଟାର ଅନିଲ କପୁର ଏବଂ ‘ଚାନ୍ଦନୀ’ ଫେମ୍‌ ଶ୍ରୀଦେବୀଙ୍କ ଯୋଡି ଅନ୍ୟ ଯେଡ଼ିଠାରୁ ଅନ୍ୟତମ। ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ଏତେ ଭଲ ପାଉଥିଲେ ଯେ, ତାଙ୍କ ଫିଲ୍ମ ରିଲିଜ୍‌ ହେବା କ୍ଷଣି ହିଟ୍‌ ହୋଇଯାଉଥିଲା। ମାତ୍ର ବାସ୍ତବ ଜୀବନରେ ଉଭୟ ଦିଅର ଭାଉଜ। ଅନିଲ ଭାଉଜ ଶ୍ରୀଦେବୀଙ୍କ ସହ ‘ଲଡ୍‌ଲା’,‘ମିଷ୍ଟର ଇଣ୍ଡିଆ’ ଏବଂ ‘ଲମ୍‌ହେ’ ଭଳି ହିଟ ଫିଲ୍ମରେ କାମ କରିଛନ୍ତି। ଉଭୟଙ୍କର ଅନେକ ରୋମାଣ୍ଟିକ୍‌ ସିନ୍‌ ଆଜିବି ଚର୍ଚ୍ଚାରେ ରହିଛି। ଏହା ବ୍ୟତୀତ ଉଭୟ ପ୍ରାୟ ୧୪ ଟି ଫିଲ୍ମରେ ଅଭିନୟ କରିସାରିଛନ୍ତି।

 

Share