ଦ ନାଇଟ ମ୍ୟାନେଜରରେ ଏକାଠି ନଜର ଆସିବେ ଅନିଲ-ଆଦିତ୍ୟ

ମୁମ୍ବାଇ: ବଲିଉଡ ଅଭିନେତା ଅନିଲ କପୁର ଆଗାମୀ ଷ୍ଟ୍ରିମିଂ ଶୋ’ ଦ ନାଇଟ ମ୍ୟାନେଜରରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭୂମିକାରେ ନଜର ଆସିବେ । ଅନିଲ କପୁରଙ୍କ ସହ ଏଥିରେ ଆଦିତ୍ୟ ରୟ କପୁର, ଶୋଭିତା ଧୁଲିପାଲା, ତିଳୋତ୍ତମା ଶୋମ, ଶାଶ୍ୱତ ଚାଟାର୍ଜୀ ଓ ରବି ବେହେଲ ବି ନଜର ଆସିବେ ।
ଏ ସମ୍ପର୍କରେ କଥା ହୋଇ ଅନିଲ କୁହନ୍ତି, ମୋତେ ସବୁବେଳେ ଭିନ୍ନ ଭିନ୍ନ କଣ୍ଟେଣ୍ଟ ଓ ଚରିତ୍ରରେ କାମ କରିବାକୁ ଭଲ ଲାଗେ । ପ୍ରଥମଥର ମୁଁ ଯେତେବେଳେ ସ୍କ୍ରିପ୍ଟ ପଢିଲି ସେତେବେଳେ ମୋତେ ଶୈଳି ରୁଂଗଟା ଚରିତ୍ର ଭଲ ଲାଗିଥିଲା ।
ଅନିଲ କହିଛନ୍ତି ଶୈଳି ରୁଂଗଟା ଜଣେ ଶକ୍ତିଶାଳୀ ବ୍ୟକ୍ତି, ଜଣେ ପରୋପକାରୀ ଓ ଶୋ ଭଳି ଅଗୋଚର ବିପଦ ସହ ବୁଦ୍ଧି ଓ ଖଳର ଏକ ସଠିକ ସନ୍ତୁଳନ । ମୁଁ ଉଦ୍ଦ୍ୟୋଗର କେତେଜଣ ଭଲ ଲୋକଙ୍କ ସହ କାମ କରିବାର ଆନନ୍ଦ ନେଇଛି । ଦ ନାଇଟ ମ୍ୟାନେଜରର ନିର୍ମାଣ ଓ ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦିପ ମୋଦି ଏହାର ସହ ନିର୍ଦ୍ଦେଶନା ଦେଇଛନ୍ତି ପ୍ରିୟଙ୍କା ଘୋଷ ।
ଅନିଲ କପୁରଙ୍କ ସହ ଅଭିନେତା ଆଦିତ୍ୟ ରୟ କପୁର, ଯିଏକି ଶୋ’ର ମୁଖ୍ୟ ଭୂମିକାରେ ନଜର ଆସିବେ, ସେ ଏକ ବୟାନରେ କହିଛନ୍ତି ମୁଁ ସବୁବେଳେ ଏମିତି ସିରିଜରେ ଏମିତି ଚରିତ୍ରରେ ଅଭିନୟ କରିବାକୁ ଚାହୁଁଥିଲି । ଆଉ ଯେତେବେଳେ ଏଥିପାଇଁ ମୋତେ ସମ୍ପର୍କ କରାଗଲା, ଦ ନାଇଟ ମ୍ୟାନେଜରରେ ଶୀର୍ଷ ଭୂମିକାର ଅଫର ମିଳିଲା, ମୁଁ ଜାଣିଥିଲି ଏହା ହେଉଛି ସେହି ଚରିତ୍ର ଯାହାକୁ ମୁଁ ଖୋଜୁଥିଲି ।
ଦ ଇଙ୍କ ଫ୍ୟାକ୍ଟ୍ରି ଓ ବନିଜୟ ଏସିଆ ଦ୍ୱାରା ନିର୍ମିତ ଏହି ସିରିଜ ଖୁବଶୀଘ୍ର ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ୍ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri