Posted inଜାତୀୟ

ଅନିଲ ଅମ୍ବାନୀଙ୍କ ଅଡ଼ୁଆ ବଢିଲା: ED ପରେ CBI ଛାଟ

ନୂଆଦିଲ୍ଲୀ,୨୩।୮: ଆଜିକାଲି ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମୁମ୍ବାଇର RCOM ଏବଂ ଅନିଲ ଅମ୍ବାନୀଙ୍କ ପରିସରରେ ଚଢାଉ କରିଥିଲା। CBI ଅଧିକାରୀମାନେ ସକାଳ ପ୍ରାୟ ୭ଟାରେ ଅମ୍ବାନୀଙ୍କ ବାସଭବନରେ ପହଞ୍ଚିଥିଲେ। ସୂତ୍ର ଅନୁଯାୟୀ, ୭ରୁ ୮ ଜଣ ଅଧିକାରୀ ସେହି ସ୍ଥାନରେ ପହଞ୍ଚିଛନ୍ତି ଏବଂ ସେବେଠାରୁ ଖୋଜାଖୋଜି କରୁଛନ୍ତି।

ତଲାସୀ ସମୟରେ ଅମ୍ବାନୀ ଏବଂ ତାଙ୍କ ପରିବାର ସଦସ୍ୟ ବାସଭବନରେ ଉପସ୍ଥିତ ଥିଲେ। CBIର ଏହି କାର୍ଯ୍ୟାନୁଷ୍ଠାନ କଥିତ ଋଣ ଠକେଇ ମାମଲାର ତଦନ୍ତର ଏକ ଅଂଶ। ଏଥିରେ ଏଜେନ୍ସି ରିଲାଏନ୍ସ ADA ଗ୍ରୁପ ସହିତ ଜଡିତ କମ୍ପାନୀଗୁଡିକ ଉପରେ ତଦନ୍ତକୁ ବିସ୍ତାର କରୁଛି।

ପୂର୍ବରୁ ଅଗଷ୍ଟ ୪ରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡିକ ସହିତ ଜଡିତ ୧୭,୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅନିଲ ଅମ୍ବାନୀଙ୍କୁ ସମନ କରିବା ପରେ କିଛି ଏଜେନ୍ସି ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ, ପଚରାଉଚରା ପାଇଁ ତାଙ୍କର ଅନେକ ଉଚ୍ଚ ଅଧିକାରୀଙ୍କୁ ସମନ ଜାରି କରିଥିଲା।

ତଦନ୍ତକାରୀ ଅଧିକାରୀମାନେ ୟେସ ବ୍ୟାଙ୍କରୁ ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ବିପୁଳ ଋଣର ତଦନ୍ତ କରୁଛନ୍ତି ଏବଂ ଋଣ ରାଶି ଗୋଷ୍ଠୀର ଅନ୍ୟ କମ୍ପାନୀ କିମ୍ବା ସେଲ କମ୍ପାନୀଗୁଡ଼ିକୁ ସ୍ଥାନାନ୍ତରିତ ହୋଇଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।

ଋଣ ଠକେଇ ମାମଲାରେ ଡକ୍ୟୁମେଣ୍ଟ ଦାଖଲ କରିବା ପାଇଁ ଅନିଲ ଅମ୍ବାନୀ ଇଡିଠାରୁ ୧୦ ଦିନ ସମୟ ମାଗିଥିଲେ, କିନ୍ତୁ ଅଧିକାରୀମାନେ କହିଛନ୍ତି, ସେ ଏହାକୁ ସମ୍ପୂର୍ଣ୍ଣ ପାଳନ କରିନାହାଁନ୍ତି। ବ୍ୟାଙ୍କରୁ ନିଆଯାଇଥିବା ଋଣର ଅପବ୍ୟବହାର ଖୋଜିବା ପାଇଁ ତଦନ୍ତକାରୀ ଅଧିକାରୀମାନେ ଯାଞ୍ଚକୁ ତୀବ୍ର କରିଛନ୍ତି। ସିବିଆଇ ଏବଂ ଇଡି ଉଭୟ ଏହି ଘଟଣାର ଗଭୀର ତଦନ୍ତ କରୁଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ରିଲାଏନ୍ସ କମ୍ୟୁନିକେସନ୍ସ ବିରୋଧରେ ଏକ ମାମଲା ପଞ୍ଜିକୃତ କରିଛି। କାରଣ ଏହି ଠକେଇ ଯୋଗୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)କୁ ୨,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri