Categories: ବାଣିଜ୍ୟ

ଅନିଲ ଅମ୍ବାନୀଙ୍କୁ ବଡ଼ ଝଟ୍‌କା; ଏବେ ୯୨୨ କୋଟିର ନୋଟିସ୍‌ ପଠାଇଲେ ସରକାର

ନୂଆଦିଲ୍ଲୀ,୮।୧୦: ଅନିଲ ଅମ୍ବାନୀଙ୍କୁ ୯୨୨.୫୮ କୋଟି ଟଙ୍କାର ଟିକସ ନୋଟିସ ପଠାଇଛନ୍ତି ସରକାର। ଜିଏସ୍‌ଟି ଚୋରୀ ଏବଂ ବକେୟା ଉପରେ ନଜର ରଖିଥିବା ଡିଜିଜିଆଇ ଅନୀଲଙ୍କୁ ୪ ପୃଥକ ନୋଟିସ ପଠାଇଛି। ତାଙ୍କୁ ରିଲାଏନ୍ସ କ୍ୟାପିଟାଲ୍‌ର ଏକ ୟୁନିଟ ରିଲାଏନ୍ସ ଜେନେରାଲ ଇନ୍‌ସୁରାନ୍ସ କମ୍ପାନୀ ସହ ଜଡ଼ିତ କାରୋବାର ଉପରେ ଏହି ନୋଟିସ୍‌ ପଠାଯାଇଛି।

ଡିଜିଜିଆଇ ଅନିଲ ଅମ୍ବାନୀଙ୍କୁ ୪ ଟି ନୋଟିସ ପଠାଇଛି। ଏଥିରେ ୪୭୮.୮୪ କୋଟି ଟଙ୍କା, ୩୫୯.୭୦ କୋଟି, ୭୮.୬୬ କୋଟି ଏବଂ ୫.୩୮ କୋଟି ଟଙ୍କା ଜିଏସ୍‌ଟି ଦେୟ ଦାବି କରାଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ରିଲାଏନ୍ସ ଜେନେରାଲ ଇନସୁରାନ୍ସ କମ୍ପାନୀକୁ ଏହାର ତ୍ରୈମାସିକ ଫଳାଫଳରେ ଏହାର ସୂଚନା ଦେବାକୁ ପଡିବ।

Share