ଆଗରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୩।୧୨: ଅନୁଗୋଳକୁ କରାଯିବ ମଡେଲ୍‌ ସିଟି। ରାଜ୍ୟର ପ୍ରଥମ ହେଲ୍‌ଥ କରିଡର ଏଠାରେ ନିର୍ମାଣ ହେବ। ଏଥିସହ ସହରକୁ ଏପରି ନବରୂପ ଦିଆଯିବ ଯେ ଅନ୍ୟମାନେ ଏହାକୁ ଅନୁସରଣ କରିବେ। ଅନୁଗୋଳର ଏପରି ସୌନ୍ଦର୍ଯ୍ୟକରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ମାସେ ତଳୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ଜବରଦଖଲ ଉଚ୍ଛେଦ ସହ ସର୍ଭେ ଜାରି ରହିଛି। ସମନ୍ବୟ ରଖି କାର୍ଯ୍ୟ ଆଗେଇ ନେବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।
ଅନୁଗୋଳ ସହରର ନବକଳେବର ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସୌନ୍ଦର୍ଯ୍ୟରେ ଏହା ଯେପରି ଆଗରେ ରହିବ ସେଥିପାଇଁ ଜିଲା ଓ ପୌର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କେଉଁ ସ୍ଥାନରେ କି ପ୍ରକାର ଉନ୍ନତୀକରଣ କାର୍ଯ୍ୟ କରାଯିବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିବା ବେଳେ ରାଜ୍ୟରେ ପ୍ରଥମ କରି ହେବାକୁ ଯାଉଥିବା ହେଲ୍‌ଥ କରିଡରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସହରର ବିଜୁ ମଇଦାନଠାରୁ ବିଇଡି ଛକ ଦେଇ ମିଶ୍ରପଡ଼ାଯାଏ ଲମ୍ବିବ ଏହି ହେଲ୍‌ଥ କରିଡର। ପାଖାପାଖି ଦେଢ଼ କିଲୋମିଟରର ଏହି କରିଡରକୁ ସବୁଠାରୁ ଆକର୍ଷଣୀୟ କରାଯିବ। ଶିଶୁଙ୍କଠାରୁ ବୟସ୍କଙ୍କ ଯାଏ ସମସ୍ତେ ଯେପରି ଏଠାରୁ ଲାଭ ଉଠାଇପାରିବେ ସେ ନେଇ ବ୍ୟବସ୍ଥା ରହିବ। ସ୍ବତନ୍ତ୍ର କ୍ଲଷ୍ଟର ସହ ଫୁଡ୍‌କୋର୍ଟ ନିର୍ମାଣ କରାଯିବ। ଯୋଗ ପାଇଁ ଭିନ୍ନ ସ୍ଥାନ ନିର୍ଦ୍ଧାରଣ ରହିବ। ସେହିପରି ରାଜା ଛକ ଠାରୁ ଆରମ୍ଭ କରି ବିଜୁ ମଇଦାନ, ମିଶ୍ରପଡ଼ାରୁ ହରିମହୁରୀ ଛକ, ଶୈଳଶ୍ରୀକ୍ଷେତ୍ରରୁ ବିଇଡି ଛକର ସୌନ୍ଦର୍ଯ୍ୟକରଣ ହେବ। ଅତ୍ୟାଧୁନିକ ଲାଇବ୍ରେରି, ପାର୍କ ନିର୍ମାଣ ସହ ବିଭିନ୍ନ ପୋଖରୀର ପୁନରୁଦ୍ଧାର କରାଯିବ। ଏହି ଉନ୍ନତୀକରଣ ପାଇଁ କେଉଁଠୁ ବିଜୁଳି ଖୁଣ୍ଟ ଉଠାଯିବ ତ ଆଉ କେଉଁଠି ରାସ୍ତା ଖୋଳାଯିବ ଓ ଡ୍ରେନ୍‌ ନିର୍ମାଣ ହେବ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହିଲେ ହିଁ ଏହି କାର୍ଯ୍ୟ ଭଲଭାବେ ସମ୍ପନ୍ନ କରାଯାଇପାରିବ। ସେଥିପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଥିଲା। ଏଥିରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ, ତହସିଲଦାର, ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜିଲା ମତ୍ସ୍ୟ ଓ କ୍ରୀଡ଼ା ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିବା ସୂଚନା ମିଳିଛି।

ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଯିବ
ଅନୁଗୋଳ ସହରରେ ଉନ୍ନୟନ କାର୍ଯ୍ୟ ଏକପ୍ରକାର ଆରମ୍ଭ ହୋଇଛି। ଏଥିପାଇଁ ବିଭିନ୍ନ ବିଭାଗର ସମନ୍ବୟ ଆବଶ୍ୟକ। କେଉଁ ସ୍ଥାନର କିପରି ସୌନ୍ଦର୍ଯ୍ୟକରଣ କରାଯିବ ସେ ନେଇ ପୂର୍ବରୁ ବ୍ଲୁ ପ୍ରିଣ୍ଟ ସରିଥିବାବେଳେ ସର୍ଭେ କାର୍ଯ୍ୟ ଚାଲିଛି। ଏହାପରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ ହେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ମଡେଲ ସହରର ପରିଚୟ ମିଳିବ
ଅନୁଗୋଳକୁ ମଡେଲ ସହରରେ ପରିଣତ କରାଯିବ। ଏହାପରେ ବଡ଼ ବଡ଼ ସହର ଅନୁଗୋଳକୁ ଅନୁସରଣ କରିବେ। କାରଣ ରାଜ୍ୟର ପ୍ରଥମ ହେଲ୍‌ଥ କରିଡର ଏଠାରେ ହେବାକୁ ଯାଉଛି। ସେହିପରି ସହରର ବିଭିନ୍ନ ସ୍ଥାନକୁ ନୂଆ ରୂପ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ

ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ରହୁ
ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟାରମ୍ଭକୁ ସମସ୍ତେ ସ୍ବାଗତ କରୁଛନ୍ତି। କିନ୍ତୁ କେବଳ ସହର ସୁନ୍ଦର ଦିଶିଲେ ହେବନାହିଁ, ସହରବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯିବା ଦରକାର। ବିଶେଷକରି ଲୋକଙ୍କୁ କିପରି ଉନ୍ନତ ସ୍ବାସ୍ଥ୍ୟସେବା ଆବଶ୍ୟକ ସମୟରେ ମିଳିପାରିବ ସେ ଦିଗରେ ଦୃଷ୍ଟି ଦିଆଯିବା ଜରୁରୀ।
-ଆଦ୍ୟଶ୍ଲୋକ ମିଶ୍ର, ଅନୁଗୋଳ

ଦୀର୍ଘ ମିଆଦୀ ଯୋଜନା ଜରୁରୀ
ଅନୁଗୋଳକୁ ମଡେଲ ସହର କରିବା ଏକ ଭଲ ଯୋଜନା। ହେଲେ ଦୂରଦୃଷ୍ଟି ରଖି କାର୍ଯ୍ୟ କରା ନ ଗଲେ ସୌନ୍ଦର୍ଯ୍ୟକରଣର ମୂଲ୍ୟ କିଛି ବର୍ଷ ପରେ ହୁଏତ ମିଳି ନ ପାରେ। କାରଣ କେଉଁଠି ଦୁର୍ନୀତି ପଶିଯାଇପାରେ ତ ଆଉ କେଉଁଠି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସୁନ୍ଦରତା ନଷ୍ଟ ହୋଇଯାଇପାରେ।
-ସୂର୍ଯ୍ୟ ନାରାୟଣ ନାଥ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri