ଅଠେଇଶରେ ଅଧୁରା ଅନୁଗୋଳ

ଅନୁଗୋଳ ଅଫିସ,୧ା୪: ୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୨୭ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ନିଜ ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ବିଶେଷକରି ଶିଳ୍ପାୟନରେ ଅନୁଗୋଳ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିଚିତ ହୋଇପାରିଛି। ନାଲ୍‌କୋ, ଏନ୍‌ଟିପିସି, ଏମ୍‌ସିଏଲ୍‌ ପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଁ ଜିଲାର ଅର୍ଥନୀତି ସୁଦୃଢ଼ ହୋଇପାରିଛି। ରାଜସ୍ବ ପ୍ରଦାନରେ ଅନୁଗୋଳ ରାଜ୍ୟରେ ଆଗୁଆ ରହିଛି। କୃଷି କ୍ଷେତ୍ରରେ ମଧ୍ୟ ଏହା ପଛରେ ପଡ଼ିନି। ଏଠାକାର ବହୁ ଚାଷୀ ବ୍ରୋକଲି, କ୍ୟାପ୍‌ସିକମ୍‌ ପରି ବିଭିନ୍ନ ଅର୍ଥକରୀ ଫସଲ ଫଳାଇ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ମୂଳଦୁଆ ମଧ୍ୟ ଧୀରେ ଧୀରେ ମଜଭୁତ ହେଉଛି। ବିଗତ କିଛି ବର୍ଷ ମଧ୍ୟରେ ଜିଲାର ଅନେକ ଛାତ୍ରୀଛାତ୍ର ନିଜ ପ୍ରତିଭାର ପରିଚୟ ଦେଇ ଚର୍ଚ୍ଚାରେ ରିହିପାରିଛନ୍ତି। ସ୍ବାସ୍ଥ୍ୟସେବାର ଆଧୁନିକୀକରଣ ଜାରି ରହିଥିବାବେଳେ ସାତକୋଶିଆର ଜୈବ ବିବିଧତା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ପ୍ରତିବର୍ଷ ଅନୁଗୋଳକୁ ଟାଣିଆଣୁଛି। ହେଲେ ୨୮ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଅନୁଗୋଳ ଜିଲାର ବିକାଶ ଏବେ ବି ଅଧୁରା ରହିଛି। ବେକାରି, ଜମି ଅଧିଗ୍ରହଣ, ବିସ୍ଥାପନ, କ୍ଷତିପୂରଣ, ପ୍ରଦୂଷଣ ସମସ୍ୟା ସହ ଏକାଧିକ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନ ପାରିବା, ପାନୀୟ ଜଳର ଅଭାବ, ଆବଶ୍ୟକ ଡାକ୍ତର ନିଯୁକ୍ତି ଦିଆ ନ ଯିବା ଜିଲାର ବିକାଶ ଯାତ୍ରାରେ ବ୍ରେକ୍‌ ଲଗାଇ ଦେଇଛି। ତଥାପି ଆଦର୍ଶ ବିଦ୍ୟାଳୟରେ ବିଦେଶୀ ଭାଷାରେ ଶିକ୍ଷା, ଶିକ୍ଷାନୁଷ୍ଠାନକୁ ଖାଦ୍ୟ ଯୋଗାଣ ପାଇଁ ସେଣ୍ଟ୍ରାଲ କିଚେନ, କ୍ରୀଡ଼ାର ଉନ୍ନତି ନିମନ୍ତେ ପ୍ରତି ବ୍ଲକରେ ମିନି ଷ୍ଟାଡିୟମ, ଜିଲା ଷ୍ଟାଡିୟମକୁ କଳିଙ୍ଗ ଷ୍ଟାଡିୟମ ଭଳି କରିବା, କୋଲ୍‌ ମ୍ୟୁଜିୟମ ପ୍ରତିଷ୍ଠା, ଛେଣ୍ଡିପଦାରେ ସାଇନ୍ସ ପାର୍କ, ପ୍ରତି ପଞ୍ଚାୟତରେ ପାର୍କ ନିର୍ମାଣ, ମେଗା ପାନୀୟ ଜଳ ପ୍ରକଳ୍ପ, ଟୁରିଜମ୍‌ ସର୍କିଟ, ବସ୍‌ ଟର୍ମିନାଲ କାର୍ଯ୍ୟ ଶେଷ, ଚାଷୀଙ୍କ ଫସଲ ସଂରକ୍ଷିତ ପାଇଁ କୁଲିଂ ଚାମ୍ବର ବ୍ୟବସ୍ଥା ଭଳି ବହୁ ଯୋଜନା କରାଯିବା ଜିଲାବାସୀଙ୍କ ପାଇଁ ଆଶ୍ୱାସନା ଆଣି ଦେଇଛି। ଜିଲା ପ୍ରତିଷ୍ଠା ଦିବସ ଅବସରରେ ଜିଲାର ୮ଟି ବ୍ଲକର ବିଭିନ୍ନ ସମସ୍ୟା ଓ ସମ୍ଭାବନାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

୧୬ ବର୍ଷ ହେଲା ଅପେକ୍ଷାରେ ସୁରେଶ୍ୱରୀ
କିଶୋରନଗର ବ୍ଲକରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୨୦୦୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାମୁର ପଞ୍ଚାୟତରେ ଭୂମି ପୂଜା କରାଯାଇଥିଲା। କିନ୍ତୁ ୧୬ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟ ସାମାନ୍ୟ ଆଗେଇପାରି ନାହିଁ। ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ୬ଟି ପଞ୍ଚାୟତର ୧୯୬୫ ଏକର ଜମି ଜଳସେଚିତ ହୋଇପାରିଥାନ୍ତା। ଏଠାରେ ଏକ ପାଓ୍ବାର ପ୍ଲାଣ୍ଟ ନିର୍ମାଣ ପାଇଁ ୨୦୧୦ରେ ଏମ୍‌ଓୟୁ ହେବାପରଠାରୁ ସରକାର ଜଳସେଚନ ପ୍ରକଳ୍ପକୁ ଅବହେଳା କରି ଚାଲିଛନ୍ତି। ୧୦ ବର୍ଷ ଧରି ଚାଲିଥିବା ଆନ୍ଦୋଳନକୁ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି।
-ଦୀନବନ୍ଧୁ ପ୍ରଧାନ, ସଭାପତି, ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି, କିଶୋରନଗର

ଗୁରୁତର ହେଲାଣି ପ୍ରଦୂଷଣ ସମସ୍ୟା
କଳାହୀରାର ସହର ତାଳଚେରରେ ପ୍ରଦୂଷଣ ବଢ଼ିଚାଲିଛି। ଏହାଦ୍ୱାରା ୭୦/୮୦ ପ୍ରତିଶତ ଅଞ୍ଚଳବାସୀ ମାରାତ୍ମକ ଶ୍ୱାସଜନିତ ରୋଗର ଶିକାର ହେଉଛନ୍ତି। କୋଇଲା ଗୁଣ୍ଡ ସହ ଧୂଳି ଓ ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଏହାର ନିରାକରଣ ସହ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବା ଦାବିରେ ତାଳଚେର ପରିବେଶ ସୁରକ୍ଷା ସମିତି ଓ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଉଛି। ହେଲେ ପ୍ରଶାସନ ଓ ଶିଳ୍ପ କର୍ତ୍ତୃପକ୍ଷ ବର୍ଷ ବର୍ଷ ଧରି ଅଣଦେଖା କରିଚାଲିଛନ୍ତି। ସେହିପରି ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାଳଚେର ମେଡିକାଲ କଲେଜକୁ ଏଯାଏ କାର୍ଯ୍ୟକ୍ଷମ କରାଯାଉ ନାହିଁ।
-ମୁରଲୀଧର ସାହୁ, ସଭାପତି, ତାଳଚେର ସୁରକ୍ଷା ମଞ୍ଚ

ମିଳୁନି ସବ୍‌ଡିଭିଜନ ମାନ୍ୟତା
ଜିଲା ଗଠନ ହେବାର ୨୭ ବର୍ଷ ବିତିଗଲାଣି। ହେଲେ ଛେଣ୍ଡିପଦା ବ୍ଲକବାସିନ୍ଦା ମୌଳିକ ସୁବିଧାରୁ ଏବେ ବି ବଞ୍ଚିତ। ଛେଣ୍ଡିପଦାକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ବହୁ ବର୍ଷଧରି ଦାବି କରାଯାଇ ଆସୁଛି। ଏଠାରେ ଥିବା ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ ସ୍ବାସ୍ଥ୍ୟ ସମସ୍ୟାକୁ ବଢ଼ାଇ ଦେଉଛି। ଶିଳ୍ପାଞ୍ଚଳ ହୋଇଥିଲେ ବି ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ମାଷ୍ଟର ପ୍ଲାନ ହେଉନାହିଁ। ଉନ୍ନୟନ କାର୍ଯ୍ୟ ପାଇଁ ସରକାରୀ ଜମିକୁ ସଂରକ୍ଷିତ ରଖିବା ସହିତ ଅଞ୍ଚଳର ସାମୂହିକ ବିକାଶ ନିମେନ୍ତ ବାରମ୍ବାର ଦାବି କରାଯାଉଛି। କିନ୍ତୁ ପ୍ରଶାସନ ଓ ସରକାର ଏଯାଏ ପଦକ୍ଷେପ ନେଉନାହାନ୍ତି।
-ଦୀପକ କୁମାର ପ୍ରଧାନ, ସଭାପତି, ଛେଣ୍ଡିପଦା ଯୁବମଞ୍ଚ

ନିଯୁକ୍ତିକୁ ଚାହିଁ ରହିଛନ୍ତି ଜମିହରା
ଅନୁଗୋଳ ଜିଲାର ବଅଁରପାଳ ବ୍ଲକ ଅଞ୍ଚଳରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ସମେତ ବହୁ ଛୋଟ ବଡ଼ କଳକାରଖାନା ଗଢ଼ି ଉଠିଛି। ଆହୁରି କେତୋଟି ଶିଳ୍ପ ପାଇଁ ପ୍ରସ୍ତାବ ରହିଛି। ଜମି ଅଧିଗ୍ରହଣ କରାଯାଉଛି। ଏହି ଶିଳ୍ପାୟନ ଯୋଗୁ ବ୍ଲକର ଅନେକ ଗ୍ରାମବାସୀ ଜମି ହରାଇଛନ୍ତି। କିନ୍ତୁ ବର୍ଷ ପରେ ବର୍ଷ ଗଡ଼ି ଚାଲିଥିଲେ ମଧ୍ୟ ସମସ୍ତ ଜମିହରା ପ୍ରଜାଙ୍କୁ ନିଯୁକ୍ତି, କ୍ଷତିପୂରଣ ମିଳିପାରି ନାହିଁ। ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ ବାରମ୍ବାର ବୈଠକ କରୁଥିଲେ ବି କ୍ଷତିଗ୍ରସ୍ତମାନଙ୍କ ସମସ୍ୟାର ସମାଧାନ ସମ୍ଭବ ହୋଇପାରୁ ନାହିଁ।
-ବାଉରିବନ୍ଧୁ ସାହୁ, ସାମାଜିକ କର୍ମୀ, ବଅଁରପାଳ

ବିଷ ବଳୟରେ କଣିହାଁ
୧୯୮୯ ମସିହା ପୂର୍ବରୁ କଣିହାଁ ଅଞ୍ଚଳର ଜଳବାୟୁ ଅତ୍ୟନ୍ତ ସ୍ବଚ୍ଛ ଥିଲା। ଲୋକେ ନଦୀ ନାଳ ଜଳକୁ ପାନୀୟ ଭାବେ ଗ୍ରହଣ କରୁଥିଲେ। କିନ୍ତୁ ଏଠାରେ ଖଣି, ଶିଳ୍ପ ପ୍ରତିଷ୍ଠା ହେବା ପରେ ଧୀରେ ଧୀରେ କଣିହାଁ ଅଞ୍ଚଳ ବିଷ ବଳୟକୁ ଚାଲିଯାଇଛି। ତେଣୁ ରେଙ୍ଗାଳିଠାରୁ ଗୋଡ଼ିବନ୍ଧ ପର୍ଯ୍ୟନ୍ତ (ଭାୟା କଣିଣିହାଁ, ଏନ୍‌ଟିପିସି) ଜାତୀୟ ରାଜପଥରେ ଭାରିଯାନ ଚଳାଚଳ ବନ୍ଦ, ପାଉଁଶ ପାଣି ନଦୀ, ନାଳକୁ ନ ଛାଡ଼ିବା, ଶୁଖିଲା ପାଉଁଶ ଉଡ଼ିବା ବନ୍ଦ କରିବା ଏବଂ ବ୍ଲକରେ ଡାକ୍ତର ଅଭାବ ସମସ୍ୟାର ସମାଧାନ ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ।
-ଦେବଦତ୍ତ ପ୍ରସାଦ ପ୍ରଧାନ, ସମ୍ପାଦକ, ସ୍ବାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ, କଣିହାଁ

ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ଉପେକ୍ଷିତ
ରେଙ୍ଗାଳି ନଦୀବନ୍ଧ ପାଇଁ ପାଲଲହଡ଼ାର ବହୁ ଗାଁ ଲୋକ ବିସ୍ଥାପିତ ହେଲେ। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଜମି ଓ ଦେବଗଡ଼ ଜିଲାର ଗୋହିରା ଡ୍ୟାମ୍‌ରୁ ଜଳ ମିଳିଲା। ଆଉ କେତେଜଣ ବିସ୍ଥାପିତଙ୍କୁ ଜମି ଦେବା ସହ ସମଲ ବ୍ୟାରେଜରୁ ସରକାର ପାଣି ଯୋଗାଇ ଦେଲେ। କିନ୍ତୁ ପାଲଲହଡ଼ା ଚକ୍ରଧରପୁରଠାରେ ଏକ ପ୍ରକଳ୍ପ ନିର୍ମାଣ କରାଯାଇ ବଳକା ବିସ୍ଥାପିତଙ୍କୁ ଜଳସେଚିତ ଜମି ପ୍ରଦାନ କରାଯିବା ଯୋଜନା ଶୀତଳଭଣ୍ଡାରରେ ପଡିରହିଛି। ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ଡ. ସନ୍ତୋଷ କୁମାର ଦେହୁରୀ, ସଭାପତି, ରେଙ୍ଗାଳି ବୁଡ଼ି ବିସ୍ଥାପିତ ପ୍ରଜାସଂଘ, ପାଲଲହଡ଼ା

ଅବହେଳିତ ସ୍ବାସ୍ଥ୍ୟ ବ୍ୟବସ୍ଥା
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନୁଗୋଳ ଏବେ ବି ଅବହେଳିତ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ସହ ପାରା ମେଡିକାଲ କର୍ମଚାରୀଙ୍କ ଅଭାବ ରହିଛି। ପ୍ରତି ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା। ଏହି ସମସ୍ୟାର ସମାଧାନ ସହ ଜିଲା ଚିକିତ୍ସାଳୟକୁ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜ କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରାଯାଉନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର ସହ ବର୍ନ ୟୁନିଟ୍‌ କାର୍ଯ୍ୟକ୍ଷମ କରାଯାଉ ନାହିଁ।
-ପ୍ରମୋଦ କୁମାର ପ୍ରଧାନ, ଆବାହକ, ଜିଲା ଜନଜୀବନ ସୁରକ୍ଷା କମିଟି, ଅନୁଗୋଳ

ପ୍ରକଳ୍ପ ଥାଇ ଜଳାଭାବ
ଆଠମଲ୍ଲିକ ବ୍ଲକର ବିଭିନ୍ନ ପଞ୍ଚାୟତରେ ବର୍ଷସାରା ଜଳାଭାବ ସମସ୍ୟା ରହିଛି। କେତେକ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ଥାଇ ମଧ୍ୟ ତାହା ଅଚଳ ଅବସ୍ଥାରେ ରହିଥିବାରୁ ଜଳଯୋଗାଣ ହୋଇପାରୁ ନାହିଁ। ସେହିପରି ବିଭିନ୍ନ ସରକାରୀ ଯୋଜନାରେ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ଆବାସ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଖାଦ୍ୟ ସୁରକ୍ଷା ଆଦି ଯୋଜନାରୁ ବହୁ ପ୍ରକୃତ ହିତାଧିକାରୀ ବଞ୍ଚିତ ରହିଛନ୍ତି। ୪୦ ପ୍ରତିଶତ ଚାଷୀଙ୍କ ଧାନ କିଣାଯାଇନାହିଁ। ଦୁଗ୍ଧ ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳୁନି କିମ୍ବା ଅନଲାଇନ ପେମେଣ୍ଟ ହେଉନି।
-ଅଞ୍ଜନ କୁମାର ପ୍ରଧାନ, ଆଇନଜୀବୀ, ଆଠମଲ୍ଲିକ

ସମୃଦ୍ଧ କରିବାକୁ ଯୋଜନା ହୋଇଛି
ଅନୁଗୋଳ ଜିଲାକୁ ସମୃଦ୍ଧ କରାଯିବ। ଏଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଛି। ଅନେକ କ୍ଷେତ୍ରରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ଏସବୁ କାମ ଶେଷ ହେଲେ ଜିଲା ଅନ୍ୟ ଜିଲା ପାଇଁ ଉଦାହରଣ ପାଲଟିବ। ପର୍ଯ୍ୟଟନ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, କ୍ରୀଡ଼ାର ଉନ୍ନତି ସହ ପ୍ରଦୂଷଣ ସମସ୍ୟାର ସମାଧାନ ଉପରେ ପ୍ରଶାସନ ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଛି। ତେବେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଜିଲାବାସୀ ଏବେ ତାହା ଉପରେ ଧ୍ୟାନ ଦିଅନ୍ତୁ।
– ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri