ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଅନୁଗୋଳ ଦେଶରେ ତୃତୀୟ

ଅନୁଗୋଳ, ୩।୯(ଅମିତ କୁମାର ସାମଲ)କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ଅନୁଗୋଳ ପୌରପାଳିକା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ଆସନ୍ତା ୭ ତାରିଖରେ ମଧ୍ୟପ୍ରଦେଶସ୍ଥିତ ଭୋପାଳର କୁଶବାହୁ ଠାକ୍‌ରେ ହଲ୍‌ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅନୁଗୋଳ ପୌରପାଳିକାକୁ ଏହି ପୁରସ୍କାର ପ୍ରଦାନ କରିବେ। ତେବେ ଦେଶରେ ୧୩୧ଟି ସହର ଓ ରାଜ୍ୟର ୭ଟି ସହରକୁ ପଛରେ ପକାଇ ଅନୁଗୋଳ ପୌରପାଳିକା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ସ୍ବଚ୍ଛ ବାୟୁ ସର୍ବେକ୍ଷଣ ପାଇଁ ଗତ ଏକ ବର୍ଷ ଧରି ରାଜ୍ୟର କଟକ, ଭୁବନେଶର, ବାଲେଶ୍ୱର, ରାଉରକେଲା, କଳିଙ୍ଗନଗର, ତାଳଚେର ଓ ଅନୁଗୋଳରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନୁଧ୍ୟାନ ଚାଲିଥିଲା। ଏହି ପୌରପାଳିକାରେ ପାଖାପାଖି ୨୦ଟି ପର୍ଯ୍ୟାୟରେ ଅନୁଧ୍ୟାନ କରାଯାଇଥିଲା। ତେବେ ଅନୁଗୋଳ ପୌରପାଳିକାର ତତ୍କାଳୀନ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମୟରେ ଏଫ୍‌ଏସ୍‌ଟିଭି ପ୍ଲାଣ୍ଟରେ ପାଣିକୁ ପୂର୍ବ ବ୍ୟବହାର କରାଯିବା ସହ ମେଶିନରେ ପୌରପାଳିକା ସଫେଇ, ୱିଙ୍କଲର ସାହାଯ୍ୟରେ ରାସ୍ତାରେ ପାଣି ସିଞ୍ଚନ ଆଦି କାର୍ଯ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସନ୍ତୁଷ୍ଟ ହୋଇଥିଲା। ଏଭଳି କି ସହରରେ ଥିବା ବିଭିନ୍ନ କ୍ଷେତ୍ରରେ ଅନୁଧ୍ୟାନ ପରେ ଅନୁଗୋଳ ସହରର ବାୟୁରେ ପ୍ରଦୂଷଣମାତ୍ରା କମ୍‌ ଥିବା ଜାଣିବାକୁ ପାଇଥିଲା। ତେଣୁ ଦେଶରେ ଅନୁଗୋଳ ସହର ତୃତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଗୋଳ ପୌରପାଳିକାକୁ ଚିଠି କରାଯାଇ ଅବଗତ କରାଯାଇଥିଲା। ଏଭଳି କି ଅନୁଗୋଳ ସହର ୨୦୦ ନମ୍ବରରୁ ୧୮୭.୫ ନମ୍ବର ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri