Categories: ଫୁରସତ

ବରଣମାଳା ବେଳେ କନ୍ୟାଙ୍କୁ ଛେଚିଲେ

ବିବାହ ବେଳର ଭିଡିଓ ଭାଇରାଲ ହେବା କଥା କିଛି ନୂଆ ନୁହେଁ। କିନ୍ତୁ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଥିବା ଏକ ଭିଡିଓରେ ବରଣମାଳା ବେଳେ କନ୍ୟାଙ୍କୁ ବର ଚାପୁଡ଼ା ଉପରେ ଚାପୁଡ଼ା ଲଗାଉଥିବା ଦେଖିବାକୁ ମିଳୁଛି।

ଭାଇରାଲ ଭିଡିଓରେ ବିବାହ ମଣ୍ଡପ ଉପରେ ବର ଓ କନ୍ୟା ଛିଡ଼ା ହୋଇଥିବା ବେଳେ ଦୁହେଁ ଖୁସି ଥିବା ଜଣାପଡ଼ୁ ନାହାନ୍ତି। ବର କନ୍ୟାଙ୍କୁ ମିଠା ଖୁଆଇ ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ମୁହଁ ବୁଲାଇ ଦେଇଥିଲେ। ବିରକ୍ତ ହୋଇ କନ୍ୟାଙ୍କ ମୁହଁକୁ ମିଠା ଫୋପାଡ଼ି ଦେଇଥିଲେ ବର। ଜବାବରେ କନ୍ୟା ପ୍ଲେଟରେ ରଖାଯାଇଥିବା ମିଠାକୁ ଉଠାଇ ବରଙ୍କ ଉପରକୁ ଫୋପାଡ଼ି ଥିଲେ। ଏଥିରେ ବର ଏତେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ଯେ, ସଭିଙ୍କ ସାମ୍ନାରେ କନ୍ୟାଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା କସି ଦେଉଥିବା ଦେଖିବାକୁ ମିଳୁଛି। ଫେସବୁକରେ ଶେୟାର ହୋଇଥିବା ଏହି ଭିଡିଓକୁ ୨.୩ ନିୟୁତ ୟୁଜର ଦେଖି ସାରିଛନ୍ତି। ତେବେ ଏହି ଘଟଣା କେବେ ଏବଂ କେଉଁ ଅଞ୍ଚଳରେ ଘଟିଛି, ତାହା ଜଣାପଡ଼ି ନାହିଁ।

Share