ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରାଯାଇ ନାହିଁ। ଏହି କାରଣରୁ ଏପରି କେତୋଟି ଶିକ୍ଷାନୁଷ୍ଠାନରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଏପରି କି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭିଭାବକମାନେ ଉକ୍ତ ସ୍କୁଲରୁ ଟିସି ନେଇ ଅନ୍ୟତ୍ର ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁତୁଲିସିଙ୍ଗା ସରକାରୀ ଉ.ପ୍ରା ବିଦ୍ୟାଳୟ ଏହାର ଏକ ଉଦାହରଣ। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଶୁକ୍ରବାର ଆଠମଲ୍ଲିକ ବ୍ଲକ ଶିକ୍ଷା କାର୍ଯ୍ୟାଳୟଠାରେ ଅଭିଯୋଗ କରାଯାଇଛି।
ଶିକ୍ଷାକମିଟି ପକ୍ଷରୁ କୁହାଯାଇଛି, ଗ୍ରାମବାସୀଙ୍କ ପକ୍ଷରୁ ୧୯୬୩ରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏଠାରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ରହିଛି। ଷଷ୍ଠ ଶ୍ରେଣୀରେ ୨୨ ଛାତ୍ରୀଛାତ୍ର, ସପ୍ତମରେ ୨୫ ଜଣ ପଢୁଛନ୍ତି। ହେଲେ ଅଷ୍ଟମ ଶ୍ରେଣୀରେ କୌଣସି ନାମଲେଖା ହେଉ ନ ଥିବାବେଳେ ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ପିଲାଙ୍କୁ ପଢାଇବା ପାଇଁ ଶିକ୍ଷକ ନାହାନ୍ତି। ଏଥିଯୋଗୁ କିଛିବର୍ଷ ହେବ ଏଠାରୁ ୭ମ ପାସ୍‌ ପିଲାଙ୍କୁ ଅନ୍ୟତ୍ର ନାମ ଲେଖାଇବା ପାଇଁ ବିଦ୍ୟାଳୟ ପକ୍ଷରୁ ସାର୍ଟିଫିକେଟ ଦେଇ ଦିଆଯାଉଛି। ଚଳିତବର୍ଷ ଗ୍ରାମବାସୀ ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୨୫ ପିଲାଙ୍କୁ ପଢ଼ାଇବା ପାଇଁ ଦାବି କରିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଉଦ୍ୟମ କରାଯାଉଛି। କିନ୍ତୁ ଶିକ୍ଷକ ନ ଥିବା ଯୋଗୁ ପାଠପଢା ଆରମ୍ଭ ହୋଇପାରିନାହିଁ। ଫଳରେ କେତେଜଣ ଅଭିଭାବକ ୨ କି.ମି. ଦୂର ଜାମୁଡୋଲି ହାଇସ୍କୁଲରେ ପିଲାଙ୍କ ନାମ ଲେଖାଇବା ପାଇଁ ନିଷ୍ପତ୍ତି କରିଛନ୍ତି। ଏ ନେଇ ୧୨ ଜଣ ଅଭିଭାବକ ଟିସି ପାଇଁ ଆବେଦନ କରିଛନ୍ତି। ୨୦୧୭ ମସିହାରେ ବିଦ୍ୟାଳୟରେ ୪ ଜଣ ଶିକ୍ଷକ ନିଯୁକ୍ତି ପାଇଥିବାବେଳେ ୨୦୧୯ରେ ପ୍ରଧାନ ଶିକ୍ଷକ ଛବି ନାରାୟଣ ସିଠଙ୍କୁ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଡେପୁଟିଟେଶନରେ ପଠାଯାଇଥିଲା। ନଭେମ୍ବର ୨୦୨୩ରେ ଅନ୍ୟ ଜଣେ ଶିକ୍ଷକଙ୍କୁ ସିଆରସିସି ଭାବେ ମଇମୁରା କ୍ଲଷ୍ଟରରେ ନିଯୁକ୍ତି କରାଯାଇଥିବାରୁ ବର୍ତ୍ତମାନ ୨ ଜଣ ଶିକ୍ଷକରେ ଶିକ୍ଷାଦାନ ଚାଲିଛି। ଫଳରେ ଠିକ୍‌ ଭାବେ ପାଠ ପଢ଼ାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ବହୁବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଯାଇଛି। ତୁରନ୍ତ ଶିକ୍ଷକ ନିଯୁକ୍ତି କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଶିକ୍ଷା କମିଟି ସଭାପତି ଲୋମ୍ବଦର ପ୍ରଧାନ, ସୁମିତ୍ରା ସାହୁ, ରଶ୍ମିତା ସାହୁ, ଭାଗୀରଥି ସାହୁ, ଦଶରଥ ଭୋଇ, ପୀତବାସ ନାୟକ, ଅହଲ୍ୟା ପ୍ରଧାନ, ସୁନିତା ପ୍ରଧାନ ଚେତାବନୀ ଦେଇଛନ୍ତି। ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ଦାସରଥୀ ଶୁଣ୍ଡୀ କୁହନ୍ତି, ବିଦ୍ୟାଳୟରୁ ଅଣାଯାଇଥିବା ଶିକ୍ଷକ ଛବିନାରାୟଣ ସେଠୀଙ୍କୁ ଫେରାଇ ଦିଆଯିବ। ଆଚରଣ ବିଧି ଲାଗିଥିବାରୁ ତାଙ୍କୁ ନିଯୁକ୍ତି କରାଯାଇନାହିଁ। ଆଚରଣବିଧି ଉଠିଲା ପରେ ଉକ୍ତ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri